କାହିଁକି ରାସ୍ତାକୁ ଓହ୍ଲାଇଲେ ପ୍ରଧାନମନ୍ତ୍ରୀଙ୍କ ଶାଶୁ ? ଏମିତି କଣ ହେଲା ଯେ ତାଙ୍କୁ ରାସ୍ତାରେ ରୋଷେଇ କରିବାକୁ ପଡିଲା ?

ଆମେ ଯେଉଁ ମହିଳାଙ୍କ ସମ୍ପର୍କରେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ସେ କେଉଁ ସାଧାରଣ ମହିଳା ନୁହନ୍ତି । ଏହି ମହିଳାଙ୍କୁ ଦେଖିଲେ ଆପଣ ଭାବିବେ କି ଇଏ ଅତି ସାଧାରଣ ପରିବାରର ଜଣେ ବୃଦ୍ଧା ମହିଳା ଯିଏ ରାସ୍ତାକଡରେ ରୋଷେଇ କରୁଛନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଇଏ ଜଣେ ପ୍ରଧାନମନ୍ତ୍ରୀଙ୍କ ଶାଶୁ । ଆଜ୍ଞା ହଁ, ଇଏ ହେଉଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ରିଷି ସୁନକ୍ ଙ୍କ ଶାଶୁ ସୁଧା ମୂର୍ତ୍ତି । ତେବେ ଆପଣ ଭାବୁଥିବେ ଜଣେ ପ୍ରଧାନମନ୍ତ୍ରୀଙ୍କ ଶାଶୁ ହୋଇ ସେ କଣ ପାଇଆନ ରାସ୍ତାକଡରେ ରୋଷେଇ କରୁଛନ୍ତି ?

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ସୁଧା ମୂର୍ତ୍ତି କୋଟି କୋଟି ଟଙ୍କାର ମାଲିକାଣୀ ହୋଇଥିବା ବେଳେ ତାଙ୍କ ଜୀବନଶୈଳୀ କିନ୍ତୁ ଖୁବ ସାଧାରଣ । ସୁଧା ମୂର୍ତ୍ତିଙ୍କ ଏହି ହେଉଛି କେରଳର ଥିରୁଅନନ୍ତପୁରମ୍ ର ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅଟୁକଳ ମନ୍ଦିରରେ ପୋଙ୍ଗଲ ପର୍ବ ପାଳିତ ହେଉଥିବା ଅବେଳେ ସୁଧା ମୂର୍ତ୍ତି ମଧ୍ୟ ଜଣେ ସାଧାରଣ ମହିଳାଙ୍କ ଭଳି ଏହି ପର୍ବ ପାଳନ କରିଛନ୍ତି ।

ଏହି ପର୍ବର ବିଧି ଅନୁଯାୟୀ ସୁଧା ମୂର୍ତ୍ତି ପୋଙ୍ଗଲ ପର୍ବ ଉପଲକ୍ଷେ ସାଧାରଣ ମହିଳାଙ୍କ ଭଳି ମନ୍ଦିରରେ ମାଟି ହାଣ୍ଡିରେ ରୋଷେଇ କରିବା ସହ ସମସ୍ତଙ୍କ ସହ ମିଶି ଏହି ପର୍ବ ପାଳନ କରିଛନ୍ତି । ଭାରତୀୟ ପରମ୍ପରା ମୁତାବକ ସୁଧା ମୂର୍ତ୍ତି ସୂତା ଶାଢୀ ପିନ୍ଧି ଚଟାଣରେ ବସି ପୋଙ୍ଗଲ ପର୍ବ ପାଳନ କରିଛନ୍ତି ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ପ୍ରଥମେ ସୁଧା ମୂର୍ତ୍ତିଙ୍କୁ କେହି ଚିହିନୀ ପାରି ନଥିଲେ । ହେଲେ ଧୀରେ ଧୀରେ ତାଙ୍କୁ ଚିହ୍ନିବା ପରେ ଲୋକେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ସୁଧା ମୂର୍ତ୍ତିଙ୍କ ଏଭଳି ସାଧାରଣ ଜୀବନଶୈଳୀ ପାଇଁ ତାଙ୍କୁ ଅଜସ୍ର ପ୍ରଶଂସା ମିଳିଥିଲା । ସୁଧା ମୂର୍ତ୍ତି ଜଣେ ପ୍ରସିଦ୍ଧ ଲେଖିକା ସହ ଜଣେ ପଦ୍ମଶ୍ରୀ ଉପାଧିଧାରୀ ବୋଲି ମଧ୍ୟ ଜଣାପଡିଛି । ତାଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରୁ ଅଜସ୍ର ପ୍ରଶଂସା କରୁଛନ୍ତି ଲୋକେ ।

ଜଣେ ପ୍ରଧାନମନ୍ତ୍ରୀଙ୍କ ଶାଶୁ ହୋଇଥିଲେ ମଧ୍ୟ ଓ ଅଜସ୍ର ସମ୍ପତ୍ତିର ମାଲିକାଣୀ ହୋଇଥିଲେ ମଧ୍ୟ ସୁଧା ମୂର୍ତ୍ତିଙ୍କର ଏହି ସାଧାରଣ ଜୀବନଶୈଳୀ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।