Vastu Shastra- ଯେଉଁ ଘରର ସ୍ତ୍ରୀ ଏହି ସବୁ କାମ କରିଥାଏ ସେହି ଘରେ କେବେ ବି ପ୍ରବେଶ କରନ୍ତି ନାହିଁ ମାତା ଲକ୍ଷ୍ମୀ, ସବୁବେଳେ ଦୁଃଖ ଦାରିଦ୍ରତାରେ କଟିଥାଏ ଦିନ

ପ୍ରାଚୀନ କାଳରୁ ହିଁ ଘରର ଝିଅ-ବୋହୂଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନାଯାଏ । ଘରର ସବୁ କାମ କରି ସମସ୍ତ ବିଷୟର ଯତ୍ନ ନେଉଥିବା ସ୍ତ୍ରୀ ଉପରେ ହିଁ ଘରର ସୁଖ ସମୃଦ୍ଧି ନିର୍ଭର କରେ । କିନ୍ତୁ ଶାସ୍ତ୍ରରେ କିଛି ଏମିତି କାମ ରହିଛି ଯାହା ମହିଳାମାନେ କରିବା ଉଚିତ ନୁହେଁ । କାରଣ ସେସବୁ କରିବା ଦ୍ଵାରା ଘରକୁ କେବେ ମଧ୍ୟ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ ସବୁ ରହିଛି ଯାହା ଘରର ଝିଅ-ବୋହୂ ମାନେ କରିବା ଉଚିତ ନୁହେଁ ।

ପ୍ରଥମ କଥା ହେଉଛି ଝାଡୁକୁ ଗୋଡ ମା-ରି-ବା । ଯେଉଁ ସ୍ତ୍ରୀ ଝାଡୁକୁ ଗୋଡ ମା-ରେ ସେହି ଘରକୁ କେବେ ମଧ୍ୟ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ଓ ଘରେ ଦାରିଦ୍ର୍ୟତା ଛାଇ ରୁହେ । କାରଣ ଶାସ୍ତ୍ରରେ ଝାଡୁକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମାନାଯାଏ ଓ ଝାଡୁରେ ମା ଲକ୍ଷ୍ମୀ ବାସ କରନ୍ତି । ଦ୍ବିତୀୟରେ ହେଉଛି ଚୁଲା ଉପରେ ଅଇଁଠା ବାସନ ରଖିବା । ଅନେକ ସମୟରେ ସ୍ତ୍ରୀ ଲୋକମାନେ ଚୁଲା ବା ଗ୍ଯାସ ଉପରେ ଅଇଁଠା ବାସନ ରଖି ଶୋଇ ପଡନ୍ତି । ଏପରି କରିବା ଦ୍ଵାରା ମଧ୍ୟ ଘରକୁ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ।

ଏହା ଘରେ ଗରିବୀ ଓ ଦୁଃଖର କାରଣ ବନିଥାଏ । ତୃତୀୟରେ ଗୋଡରେ କବାଟ ଖୋଲିବା । ଯେଉଁଘରେ ମହିଳା ମାନେ ଗୋଡ ମା-ରି ଘରର କବାଟ ଖୋଲନ୍ତି ବା ବନ୍ଦ କରନ୍ତି ସେହି ଘରୁ ମଧ୍ୟ ମା ଲକ୍ଷ୍ମୀ ରୁଷ୍ଟ ହୋଇ ଚାଲିଯାନ୍ତି । ଆପଣଙ୍କ ଘରେ କେହି ଏମିତି କରୁଥିଲେ ତାଙ୍କୁ ତୁରନ୍ତ ରୋକନ୍ତୁ । ଚତୁର୍ଥରେ ହେଉଛି ଦୁଆର ବନ୍ଧ ଉପରେ ବସି ଭୋଜନ କରିବା । ଯେଉଁ ମହିଳା ଘରର ଦୁଆର ବନ୍ଧ ଉପରେ ଭୋଜନ କରେ ସେ ଘରର ବ-ର-ବା-ଦ-ର କାରଣ ବନିଥାଏ ।

ହିନ୍ଦୁ ଶାସ୍ତ୍ରରେ ଘରର ଦୁଆର ବନ୍ଧ ଉପରେ ବସି ଭୋଜନ କରିବାକୁ ଅତ୍ୟନ୍ତ ଅଶୁଭ ବୋଲି ମାନାଯାଏ । ପଞ୍ଚମରେ ରୋଷେଇ ଘରେ ଅଇଁଠା ବାସନ ରଖିବା । ଯେଉଁ ସ୍ତ୍ରୀ ରୋଷେଇ ଘରେ ଅଇଁଠା ବାସନ ରଖି ଶୋଇଥାଏ ଏହା ଗରିବୀକୁ ନିମନ୍ତ୍ରଣ ଦେବା ପରି ହୋଇଥାଏ । ଏପରି କରନ୍ତୁ ନାହିଁ । ଘରେ ସୁଖଶାନ୍ତି ବଜାୟ ରହିବା ପାଇଁ ଘରେ ସପ୍ତାହରେ ଥରେ ସମୁଦ୍ରି ଲୁଣରେ ପୋଛା ଲଗାନ୍ତୁ । ଷଷ୍ଠରେ ସନ୍ଧ୍ଯା ସମୟରେ ଝାଡୁ । ଯେଉଁ ସ୍ତ୍ରୀ ସନ୍ଧ୍ୟା ସମୟରେ ଘର ଝାଡୁ କରିଥାଏ ସେହି ଘରେ ଦରିଦ୍ରତା ଆସିଥାଏ ।

ସେଥିପାଇଁ ଏପରି କରୁଥିଲେ ସେହି ଅଭ୍ଯାସ ଛାଡି ଦିଅନ୍ତୁ । ସପ୍ତମରେ ଡେରି ଯାଏଁ ଶୋଇବା । ସ୍ତ୍ରୀ ଡେରି ଯାଏଁ ଶୋଇବା ଘର ପାଇଁ ଅଶୁଭ ହୋଇଥାଏ । ଯେଉଁ ସ୍ତ୍ରୀ ଡେରି ଯାଏଁ ଶୋଇଥାଏ ସେ ସ୍ଵାମୀ ଓ ଘରର ଅନ୍ୟ ସଦସ୍ୟଙ୍କ ଅସଫଳତାର କାରଣ ହୋଇଥାଏ । ଅଷ୍ଟମରେ ହେଉଛି ସକାଳେ ଅଗଣା ସଫା ନ କରିବା । ଯେଉଁ ସ୍ତ୍ରୀ ସକାଳୁ ଉଠି ଘରର ଅଗଣା ସଫା କରନ୍ତି ନାହିଁ ସେପରି ଘରେ ଦେବୀ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ।

ସକାଳେ ଉଠିବା ପରେ ସ୍ତ୍ରୀ ମାନେ ପାଣି ଛିଞ୍ଚି ଅଗଣା ପରିଷ୍କାର କରିବା ସହ ରଙ୍ଗୋଲି ବନାଇ ଦେବୀ ଲକ୍ଷ୍ମୀଙ୍କ ସ୍ଵାଗତ କରିବା ଉଚିତ । ତେବେ ଏହି ସବୁ ସେହି କାମ ଯାହା ମହିଳାଙ୍କୁ କରିବା ଉଚିତ ନୁହେଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।