ମାତ୍ର 2ମିନିଟରେ ଯେତେବି ଆଣ୍ଠୁ, ହାତ, ଗୋଇଠି ଓ ଅଣ୍ଟା ବିନ୍ଧାର କଷ୍ଟକୁ ମୂଳରୁ ଭଲ କରିଦେବ ଏହି ଉପାୟ

ଆପଣମାନେ ସମସ୍ତେ ଅରଖ ଗଛ ବିଷୟରେ ଜାଣିଥିବେ କିନ୍ତୁ ଏହାର ଉପଯୋଗୀତା ବିଷୟରେ ଜାଣି ନ ଥିବେ । ଏହି ଗଛର ପ୍ରୟୋଗ ପ୍ରାଚୀନ କାଳରେ ଔଷଧୀୟ ରୂପରେ ବ୍ୟବହାର କରାଯାଉଥିଲା । ଆପଣଙ୍କୁ କହିଦେଉଛୁ କି ଏହି ଗଛକୁ ପ୍ରୟୋଗ କରି ସବୁ ପ୍ରକାର ବ୍ୟଥାକୁ ଆପଣ ନିଜର ଶରୀରରୁ ଦୂର କରି ପାରିବେ । ତେବେ ଆସନ୍ତୁ ଜାଣିବା ଏହି ଗଛର କେଉଁ ଅଂସ ଆମ କାମରେ ଲାଗେ । ଏହି ଗଛ ସୂର୍ଯ୍ୟର ପ୍ରକାଶରେ ବଢି ଥାଏ ଓ ସୂର୍ଯ୍ୟ ପ୍ରକାଶ କମିଲେ ଏହାର ପ୍ରଭାବ ବି କମିଥାଏ ।

ଏହି ଗଛର ପ୍ରୟୋଗ ଦ୍ଵାରା ଆମ ଶରୀରର ଗୋଇଠି, ଆଣ୍ଠୁ, ହାତ, ଅଣ୍ଟା ବ୍ୟଥା ସମସ୍ୟାରୁ ବି ମୁକ୍ତି ମିଳିଥାଏ । ଏହି ଗଛର ପ୍ରୟୋଗ କରି ମାତ୍ର ୨ ମିନିଟରେ ଆପଣ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ପାଇ ପାରିବେ ।

ଗୋଇଠି ବିନ୍ଧାରୁ ମୁକ୍ତି ପାଇବା ପାଇଁ ଆପଣ ଗୋଟିଏ ପାତ୍ରରେ କିଛି ପାଣି ଗରମ କରି ଏହି ଗଛର ପନ୍ଦରଟି ଫୁଲକୁ ସେଥିରେ ପକାନ୍ତୁ । ଏହା ପରେ ଏହି ଗରମ ପାଣିରୁ ଫୁଲକୁ ବାହାର କରି ଅଲଗା ରଖନ୍ତୁ ଓ ପାଣିକୁ ଆସ୍ତେ ଆସ୍ତେ ଗୋଇଠିରେ ମାଲିସ କରନ୍ତୁ କିମ୍ବା ଏହି ପାଣିରେ ଗୋଇଠିକୁ ବୁଡାଇ ବି ରଖି ପାରିବେ । ସିଝି ଯାଇଥିବା ଫୁଲକୁ ଗୋଟିଏ ସୂତା କପଡା ସାହାଯ୍ୟରେ ଗୋଇଠିରେ ବାନ୍ଧି ଦିଅନ୍ତୁ ଏହା ଫଳରେ ଗୋଇଠିରେ ଥିବା ସବୁ ସମସ୍ୟା ଦୂର ହୋଇଯିବ ।

ଦ୍ଵିତୀୟରେ ଏହି ଗଛର ପତ୍ରକୁ ନେଇ ଗୋଟିଏ ତାୱାre ଗରମ କରି, ଏହି ପତ୍ରରେ ସୋରିଷ ତେଲ କିମ୍ବା ରାଶି ତେଲ ଲଗାଇ ଗରମ କରନ୍ତୁ । ବର୍ତ୍ତମାନ ଏହି ଗରମ ପତ୍ରକୁ ଗୋଇଠିରେ ସୂତା କପଡା ସାହାର୍ଯ୍ୟରେ ବାନ୍ଧି ଦିଅନ୍ତୁ । ଏହା ଦ୍ଵାରା ଗୋଇଠି ବିନ୍ଧା ଦୂର ହୋଇଯିବ । ତୃତୀୟରେ ଏହି ଗଛର କ୍ଷୀରକୁ ଯଦି ଆପଣ ନିଜର ଗୋଇଠିରେ ମାଲିସ କରିବେ ତେବେ କିଛି ସମୟ ପରେ ଗୋଇଠି ବିନ୍ଧାରୁ ମୁକ୍ତି ମିଳିଯିବ ।

ଚତୁର୍ଥରେ ଆଣ୍ଠୁ ବିନ୍ଧାର ଉପସମ ବିଷୟରେ ଜାଣିବା । ଏହି ଅରଖ ଗଛର କ୍ଷୀରକୁ ଆଣ୍ଠୁରେ ଆସ୍ତେ ଆସ୍ତେ ମାଲିସ କରନ୍ତୁ । ଏହି କ୍ଷୀର ଆଣ୍ଠୁରେ ମିଶିବା ପର୍ଯ୍ୟନ୍ତ ମାଲିସ କରନ୍ତୁ । ଅନ୍ୟ ଏକ ଉପାୟରେ ଆପଣ ଗୋଟିଏ ତାୱା ଗରମ କରି ସେଥିରେ ଏହି ଗଛର ପତ୍ରରେ ସୋରିଷ କିମ୍ବା ରାଶି ତେଲ ଲଗାଇ ଗରମ କରନ୍ତୁ । ଏହା ପରେ ଏହି ପତ୍ରକୁ ଆଣ୍ଠୁରେ ସୂତା କପଡା ଦ୍ଵାରା ବାନ୍ଧିଲେ ମଧ୍ୟ ଆଣ୍ଠୁ ଦର୍ଜରୁ ମୁକ୍ତି ମିଳିଥାଏ ।

ପଞ୍ଚମରେ ଏହି ଅରଖ ଗହକ୍ର କ୍ଷୀରକୁ ଅଣ୍ଟାରେ ଧୀରେ ଧୀରେ ମାଲିସ କରନ୍ତୁ ଓ ପୂର୍ବରୁ ପ୍ରୟୋଗ କରିବା ଭଳି ଗରମ ପତ୍ରକୁ ଅଣ୍ଟାରେ ସୂତା କପଡା ଦ୍ଵାରା ବାନ୍ଧି ଦିଅନ୍ତୁ । ଯାହା ଫଳରେ ଆପଣଙ୍କୁ ଅଣ୍ଟା ବିନ୍ଧାରୁ ମୁକ୍ତି ମିଳିବ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।