ଦ୍ଵିତୀୟ ବିଶ୍ଵଯୁଦ୍ଧର ମୁକ ସାକ୍ଷୀ ହାୱଡା ବ୍ରିଜ କାହିଁକି ହୋଇ ପାରିଲା ନାହିଁ ଉଦଘାଟନ, ପଛରେ ରହିଛି ଏହି କାରଣ

କଲିକତାର ହାୱଡା ବ୍ରିଜ କେବଳ ଭାରତରେ ନୁହେଁ ପୁରା ଦୁନିଆରେ ପ୍ରସିଦ୍ଧ ଅଟେ । କହିବାକୁ ଗଲେ ଏହି ଐତାହସିକ ବ୍ରିଜ ଦ୍ଵିତୀୟ ବିଶ୍ଵ ଯୁଦ୍ଧର ମୁକ ସାକ୍ଷୀ ଅଟେ । ଆପଣଙ୍କୁ କହିଦେଉଛୁ କି ୧୯୪୨ରେ ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମୟରେ ଜାପାନ ଦ୍ଵାରା ନିକ୍ଷେପ କରାଯାଇଥିବା ଏକ ବମ ଏହି ବ୍ରିଜ ଠାରୁ କିଛି ଦୂରରେ ପଡିଥିଲା । କଲିକତା ଏବଂ ହାୱଡାକୁ ସଂଯୋଗ କରୁଥିବା ଏହି ନିଆରା ବ୍ରିଜ ବିଶ୍ଵରେ ସର୍ବ ବୃହତ ବ୍ରିଜ ଓ ଆକର୍ଷିତ ବ୍ରିଜ ମଧ୍ୟରେ ଗଣାଯାଏ । ଯାହା ବହୁତ କମ ଦେଖିବାକୁ ମିଳିଥାଏ ।

ଏହା ଲୋଙ୍କମାନଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ଅଟେ । ୭୫ ବର୍ଷ ହେବ ଏହି ବ୍ରିଜ କଲିକତାକୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ବ୍ରିଜ ଆଜି ପର୍ଯ୍ୟନ୍ତ ଉଦଘାଟନ ହୋଇ ନାହିଁ ।

ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ କାହିଁକି ଏହି ବ୍ରିଜର ଉଦଘାଟନ ହୋଇ ନାହିଁ । ଚାଲନ୍ତୁ ପ୍ରଥମେ ଜାଣିବା ଏହି ବ୍ରିଜ କାହିଁକି ତିଆରି କରଯାଇଥିଲା । ବ୍ରିଟିଶ ସରକାର ଲୋକମାନଙ୍କ ପାଇଁ ହୁଗୁଳି ନଦୀରେ ଏକ ବ୍ରିଜ ତିଆରି କରିବା ପାଇଁ ଯୋଜନା କରିଥିଲେ । କାରଣ ହୁଗୁଳି ନଦୀରେ ଏକାଧିକ ଜାହାଜ ଯିବା ଆସିବା କରୁଥିଲେ । ଲୁହାର ବ୍ରିଜ ହେବା ଦ୍ଵାରା ଜାହାଜ ଯିବା ଆସିବା ଅସୁବିଧା ନ ହେଉ ବୋଲି ୧୮୭୧ ମସିହାରେ ହାୱଡା ବ୍ରିଜ ଆକ୍ଟ ପାସ କରାଯାଇଥିଲା ।

କିନ୍ତୁ ଏହି ବ୍ରିଜ ତିଆରି କରିବା ପାଇଁ ବହୁତ ସମୟ ଲାଗି ଯାଇଥିଲା । ଶେଷରେ ୧୯୩୭ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୪୨ ମସିହାରେ ଏହି ବ୍ରିଜ ଶେଷ ହୋଇଥିଲା । ୧୯୪୩ ମସିହାରେ ସାଧାରଣ ଜନତାଙ୍କର ବ୍ୟବହାର ପାଇଁ ଏହି ବ୍ରିଜକୁ ଖୋଲି ଦିଆ ଯାଇଥିଲା । ୧୯୪୮ ମସିହାରେ ଫେବ୍ରୁଆରି ୪ ତାରିଖରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରନ୍ଧାଞ୍ଜଳୀ ଦେବା ପାଇଁ ଏହି ବ୍ରିଜରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ । କିନ୍ତୁ ଏହି ବ୍ରିଜର ଉଦଘାଟନ ହୋଇ ପାରି ନ ଥିଲା ।

ପୃଥିବୀରେ ହାୱଡା ବ୍ରିଜ ଏକମାତ୍ର ବ୍ରିଜ ଯାହାର ଆଜି ପର୍ଯ୍ୟନ୍ତ ଉଦଘାଟନ ହୋଇ ନାହିଁ । କାରଣ ଯେଉଁ ସମୟରେ ଏହି ବ୍ରିଜ ତିଆରି ହେଉଥିଲା ସେହି ସମୟରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ଚାଲୁଥିଲା । ଏମିତିରେ ନିଷ୍ପତି ନିଆ ଯାଇ ଥିଲା କି ଏହାର ଉଦଘାଟନ ସମୟରେ କୌଣସି ବି ପ୍ରକାରର ଉତ୍ସବ ପାଳନ କରାଯିବ ନାହିଁ । ଏହି ବ୍ରିଜ କେବଳ ଦ୍ଵିତୀୟ ଯୁଦ୍ଧର ବମ ବିସ୍ପୋରଣ ସହି ନାହିଁ ବରଂ ସ୍ଵାଧୀନତା ଆନ୍ଦୋଳନ ଓ ବଙ୍ଗଳାର ଭୟାବହ ଅକାଳକୁ ବି ଦେଖିଛି । କଲିକତା ଓ ହାୱଡା ଯୋଡୁଥିବା ଏହି ବ୍ରିଜର ନାମ ନିଉ ହାୱଡା ବ୍ରିଜ ରଖାଯାଇଥିଲା ।

ଜୁନ ୧୯୬୫ ମସିହାରେ ଗୁରୁ ରବୀନ୍ଦ୍ର ନାଥ ଟାଗୋରଙ୍କ ନାମ ଅନୁସାରେ ଏହି ବ୍ରିଜକୁ ରବୀନ୍ଦ୍ର ସେତୁ କରଯାଇଥିଲା । କିନ୍ତୁ ଆଜି ବି ସମସ୍ତେ ଏହାକୁ ହାୱଡା ନାମରେ ଜାଣନ୍ତି । ହାୱଡା ବ୍ରିଜର ଲମ୍ବ ୧୫୨୮ ଫୁଟ ଓ ଏହାର ଚଉଡା ୬୨ ଫୁଟ । ଏହା ତିଆରି କରିବାରେ ଦେଢ କୋଟି ଟଙ୍କା ଖର୍ଚ ହୋଇଥିଲା । ଏହି ବ୍ରିଜରେ ୨୬୫ ଟନ ଷ୍ଟିଲ ବ୍ୟବହାର କରଯାଇଛି । ଯେଉଥିରୁ ୨୩୫ ହଜାର ଟନର ଷ୍ଟିଲ ସପ୍ଲୟ ଟାଟା କମ୍ପାନୀ କରିଥିଲା । ସେହି ସମୟରେ ଏହି ବ୍ରିଜ ବିଶ୍ଵର ତୃତୀୟ ସବୁଠାରୁ ଲମ୍ବା ବ୍ରିଜ ଭାବେ ଜଣାଯାଉଥିଲା ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।