ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଆକାଉଣ୍ଟକୁ ରାତାରାତି ଆସିଲା 76 ଲକ୍ଷ ଟଙ୍କା, 35 ଲକ୍ଷ ଟଙ୍କା 5 ଦିନରେ ସୌକିନ ଖର୍ଚ୍ଚରେ ଉଡାଇଦେଲେ , 6 ଦିନକୁ ଘଟିଲା କିଛି ଏମିତି…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭୁଲ ରେ ଆକାଉଣ୍ଟ କୁ ଚାଲି ଆସିଲା ୭୬ ଲକ୍ଷ ଟଙ୍କା । ୫ଦିନ ଖର୍ଚ୍ଚ କରି ଉଡାଇଲେ । ଆଉ ଏହି ୬ ଦିନରେ ସବୁକିଛି ବଦଳିଗଲା । କିଛି ଏଭଳି ଘଟଣା ଉତ୍ତରପ୍ରଦେଶ ର ରାଜଧାନୀ ଲକ୍ଷନୌ ରୁ ସାମ୍ନା କୁ ଆସିଛି । ସେଠାକାର ଏକ ପେଟ୍ରୋଲ ପମ୍ପ ରେ କାମ କରୁଥିବା ଜଣେ କର୍ମଚାରୀ ଙ୍କ ଭାଗ୍ୟ ରାତାରାତି ବଦଳି ଗଲା । ଯେତେବେଳେ ବ୍ୟାଙ୍କ ର ଭୁଲ କାରଣରୁ ପେଟ୍ରୋଲ ପମ୍ପ ରେ କାମ କରୁଥିବା ଜଣେ କର୍ମଚାରୀ ଙ୍କ ଆକାଉଣ୍ଟ କୁ ୭୬ ଲକ୍ଷ ରୁ ଅଧିକ ଟଙ୍କା ଆସିଗଲା ।

ଆଉ ଏହି ଟଙ୍କା ଆସିବା ପରେ ମହଙ୍ଗା କାର୍ ସାଙ୍ଗକୁ ଗହଣା ଓ ଦାମୀ ବାଇକ କିଣିଥିଲେ କର୍ମଚାରୀ ଜଣକ । ପାଞ୍ଚ ଦିନ ମଧ୍ୟରେ ୩୫ ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଥିଲେ ପେଟ୍ରୋଲ ପମ୍ପ ର କର୍ମଚାରୀ । କିନ୍ତୁ ଏହି ଖୁସି ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ନଥିଲା । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ବ୍ୟାଙ୍କ ଦ୍ଵାରା ଏଭଳି ଭୁଲ ହେବା ପରେ ଯେତେବେଳେ ବ୍ୟାଙ୍କ ଉକ୍ତ ମାମଲା ସମ୍ବନ୍ଧରେ ଜାଣି ପାରିଲା ସେତେବେଳେ ସଙ୍ଗେସଙ୍ଗ ଏ ନେଇ ଥାନା ରେ ଅଭିଯୋଗ କରିଥିଲେ । ଏହା ଜଣା ପଡ଼ିଥିଲା ଯେ, ବ୍ୟାଙ୍କ ର ତୃଟି ଏବଂ ସର୍ଭର ଖରାପ ଯୋଗୁଁ ୧୫ ଦିନ ପୂର୍ବରୁ ପେଟ୍ରୋଲ ପମ୍ପ ରେ କାମ କରୁଥିବା କରନ ଶର୍ମା ଙ୍କ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ରେ ଥିବା ଆକାଉଣ୍ଟ ରେ ୭୬ ଲକ୍ଷ ଟଙ୍କା ଜମା ହୋଇଥିଲା ।

ହଠାତ ଏତେ ଟଙ୍କା ଆକାଉଣ୍ଟ କୁ ଆସିବା ପରେ କରନ୍ ଏହି ଟଙ୍କା ବିଭିନ୍ନ ଉପାୟ ରେ ଖର୍ଚ୍ଚ କରିବା ଆରମ୍ଭ କରି ଦେଇଥିଲେ । କିନ୍ତୁ ନିଜ ଆକାଉଣ୍ଟ ରେ ଏତେ ମାତ୍ରାରେ ଟଙ୍କା କିପରି ଓ କେଉଁଠାରୁ ଆସିଲା ସେହି ସମ୍ବନ୍ଧରେ ସେ କୌଣସି ବି ସୂଚନା ବ୍ୟାଙ୍କ କୁ ଦେଇ ନଥିଲେ । ଆକାଉଣ୍ଟ ରେ ଥିବା ଟଙ୍କା ରେ କରନ୍ ସଙ୍ଗେସଙ୍ଗେ ନିଜ ପାଇଁ ଏକ ୧୫ ଲକ୍ଷ ରୁ ଅଧିକ ଟଙ୍କା ର ଦାମୀ କାର୍, ୧୮.୫୦ ଲକ୍ଷ ଟଙ୍କା ର ସୁନା ରୂପାର ଗହଣା, ମୋବାଇଲ ଓ ବାଇକ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିବା ବାବଦ କୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ।

ଏ ନେଇ ବ୍ୟାଙ୍କ ତରଫ ରୁ କରନ୍ ଙ୍କ ନାଁ ରେ ଅଭିଯୋଗ କରାଯାଇଛି । ଏହି ମାମଲା ରୁଜୁ ହେବା ପରେ ପୋଲିସ କରନ୍ ଙ୍କ ଠାରୁ ବାଇକ ଓ ଗହଣା ସମେତ ୪୧.୨୧ ଲକ୍ଷ ଟଙ୍କା ଜବତ କରିଛି । ଏହା ସହିତ ଉଭୟ କରନ୍ ଏବଂ ତାଙ୍କ ପତ୍ନୀ ଙ୍କୁ ଜେଲ ପଠା ଦିଆଯାଇଛି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।