ଯେତେବେଳେ ଫେରେ ନେବା ପୂର୍ବରୁ କନ୍ୟା ଜଣକ ବରର ଦେଖିଲା ହାତ, ତା ପରେ କହିଲା, ଆଉ କରିବି ନାହିଁ ଏହି ବିବାହ

ଆମ ଭାରତ ଦେଶରେ ବାହାଘରକୁ ବହୁତ ମୁଖ୍ୟ ଏବଂ ସବୁଠୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ । ବର୍ତ୍ତମାନ ଦୁନିଆରେ କେହି ବି ପରଫେକ୍ଟ ନୁହନ୍ତି । ସମସ୍ତଙ୍କ ମଧ୍ୟରେ କୌଣସି କୌଣସି ନା କମଜୋର ତ ନିଶ୍ଚିତ ଥାଏ । କିନ୍ତୁ କାହାର କମଜୋର କାରଣରୁ ତାହାକୁ ଘୃଣା କରିବା ତାହା ଏକ ପାପ ସଙ୍ଗେ ସମାନ ଅଟେ । ଏହିଭଳି ହିଁ ଏକ ଅଜବ ଗଜବ ମାମଲା ଆମ ସାମନାରେ ଦେଖା ଯାଇଛି ।

ଯାହାକି ଝାରଖଣ୍ଡର ବଡବିଲ ଥାନା କ୍ଷେତ୍ରରେ ହେଉଥିବା ବାହାଘରରେ ଅଚାନକ ସେହି ସମୟରେ ଉତ୍ତେଜନା ଦେଖିବାକୁ ମିଳିଲା ଯେତେବେଳେ କନ୍ୟା ବରର ହାତ ଦେଖିଥିଲେ ।

ହାତ ଦେଖି ମନା କରିଦେଲେ ବିବାହ କରିବା ପାଇଁ

କହିବାକୁ ଗଲେ ବାହାଘରରେ ସବୁକିଛି ଠିକଠାକ ଚାଲୁଥିଲା ଏବଂ ଫେରେ ଆରମ୍ଭ ହିଁ ହେବାର ଥିଲା । କିନ୍ତୁ ସେହି ସମୟରେ ଅଚାନକ କନ୍ୟାର ନଜର ବରର ହାତ ଉପରେ ପଡିଗଲା । ଯେଉଁଠି ସେ ବରର ଗୋଟିଏ ଆଙ୍ଗୁଠି କଟା ହୋଇଥିବାର ଦେଖିଲା । ଏହା ଦେଖି କନ୍ୟା ଜଣକ ବିବାହ କରିବା ପାଇଁ ମନା କରିଦେଲା । ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ଏହା ପରେ ରାତିସାରା ବର ଏବଂ କନ୍ୟା ପରିବାର ମଧ୍ୟରେ ଉତ୍ତେଜନା ଲାଗି ରହିଲା । ଏହା ପରେ ସେଠି ପୁଲିସ ଆସି ମାମଲାକୁ ଶାନ୍ତ କରାଇଲେ ।

ବ୍ୟାଣ୍ଡ ବାଜା ସହ କରାଯାଇଥିଲା ବରଯାତ୍ରୀଙ୍କର ସ୍ଵାଗତ

ସୂଚନା ଅନୁସାରେ ଆଦିତ୍ୟପୁରର ନିବାସୀ ଅମିତଙ୍କର ବାହାଘର ଗାଲୂଡୀହ ଥାନା କ୍ଷେତ୍ର ବଡବିଲ ଗ୍ରାମରେ ଠିକ ହୋଇଥିଲା । ମଙ୍ଗଳବାର ଦିନ ୬୦ – ୭୦ ଲୋକମାନଙ୍କ ସହ ବରଯାତ୍ରୀ କନ୍ୟା ଘରେ ପହଞ୍ଚିଥିଲେ । ଝିଅଘର ଲୋକମାନେ ବରଯାତ୍ରୀମାନଙ୍କୁ ବ୍ୟାଣ୍ଡ ବାଜା ସହିତ ସ୍ଵାଗତ କରିଲେ । ଏହା ପରେ ପାଖାପାଖି ରାତି ୨ ଟା ସମୟରେ ବର ଏବଂ କନ୍ୟା ସ୍ଟେଜ ଉପରେ ଆସିଲେ ।

ଏହି ସମୟରେ ହିଁ କନ୍ୟାର ନଜର ବରର ହାତ ଉପରେ ପଡିଗଲା ଏବଂ ସେ ବିବାହ କରିବା ପାଇଁ ସଫା ସଫା ମନା କରିଦେଲା।

ବରର ରୋଗର ଥିଲା ଆଶଙ୍କା

କନ୍ୟା ଜଣକ ବରର କଟି ଥିବା ଆଙ୍ଗୁଠି ଦେଖି ନିଜର ପରିବାର ଲୋକମାନଙ୍କୁ କହିଲା । ଝିଅବାଲାଙ୍କୁ ବରର କୌଣସି ରୋଗ ଥିବାର ଆଶଙ୍କା ଥିଲା । ଏହା ପରେ ଝିଅ ଘର ଏବଂ ବର ଘର ମଧ୍ୟରେ ରାତି ୩ ଟା ରୁ ୬ ପର୍ଯ୍ୟନ୍ତ ଉତ୍ତେଜନା ଚାଲିଲା । କିନ୍ତୁ ବାହାଘର ଭାଙ୍ଗିଗଲେ ଝିଅବାଲାଙ୍କର ବଦନାମୀ ହୋଇଯିବା ଡରରେ ଝିଅର ବାପା ମା ବିବାହ କରିବା ପାଇଁ ରାଜି ହୋଇଗଲେ ।

ଅନ୍ୟ ପଟେ ବରଯାତ୍ରୀମାନେ ଭାବିଲେ କି ତାଙ୍କୁ ଅପମାନ କରାଯାଇଛି ସେଥିପାଇଁ ସେମାନେ ଫେରିଯିବା ପାଇଁ ନିଷ୍ପତି ନେଲେ । ଏହା ପରେ ଦୁଇ ପକ୍ଷ ମଧ୍ୟରେ ସବୁ ବୁଝାମଣା ହୋଇ ଏହି ବାହାଘର ସମ୍ପନ୍ନ କରାଗଲା । ବର ଅମିତ କହିଲେ କି ତାଙ୍କୁ କୌଣସି ରୋଗ ନାହିଁ । ତାଙ୍କର ଆଙ୍ଗୁଠି ବହୁତ ପୂର୍ବେ ହିଁ ଏକ ମେସିନରେ କଟି ଯାଇଥିଲା । କିନ୍ତୁ ବର୍ତ୍ତମାନ ତାଙ୍କ ଜୀବନ ପ୍ରତି କୌଣସି ଡର ନାହିଁ ।