ଭୁଲରେ ବି ସନ୍ଧ୍ୟା ସମୟରେ ଏହି ସବୁ କାମ କରନ୍ତୁ ନାହିଁ

ବାସ୍ତୁ ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ କିଛି ମୁଖ୍ୟ କଥା ପ୍ରତି ଧ୍ୟାନ ରଖିବା ଉଚିତ । ଏହିସବୁ କଥାକୁ ଧ୍ୟାନ ରଖିବା ଦ୍ଵାରା ଭଗବାନଙ୍କ କୃପା ଆପଣଙ୍କ ଉପରେ ରହିଥାଏ । ଏବଂ ଘର ପରିବାରରେ ଖୁସିର ଆଗମନ ହୋଇଥାଏ । କିନ୍ତୁ ଆପଣମାନେ ଯଦି ସନ୍ଧ୍ୟା ସମୟରେ କିଛି ଏହିଭଳି କାମ କରୁଛନ୍ତି ତେବେ ଆପଣଙ୍କର ଘରେ ଦରିଦ୍ରତା ବୁଦ୍ଧି ହେବା ସହିତ ଘରୁ ସୁଖ ଶାନ୍ତି ବି ଦୂରେଇ ଯାଏ ।

ସନ୍ଧ୍ୟା ସମୟରେ ଭୋଜନ କରିବା ନୁହେଁ

ସନ୍ଧ୍ୟା ସମୟରେ ଭୁଲରେ ବି ଭୋଜନ କରନ୍ତୁ ନାହିଁ । କାରଣ ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ଭୋଜନ କରିଲେ ଆପଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କାରଣ ଏହି ସମୟଟି ହେଉଛି ଦିନ ଏବଂ ରାତ୍ରିର ମଧ୍ୟ ଭାଗ । ଏହି ସମୟରେ ଭୋଜନ କରିବା ଦ୍ଵାରା ଘରର ଅର୍ଥହାନୀ ହେବା ସହିତ ଘରକୁ ଦରିଦ୍ରତା ମାଡିଆସେ । ଏବଂ ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ବି ଖରାପ ହେବାକୁ ଲାଗେ । କିନ୍ତୁ ଯଦି ଆପଣମାନଙ୍କୁ ଭୋକ ଲାଗୁଛି ତେବେ ଆପଣମାନେ ଏହି ସମୟରେ ଫଳ କିମ୍ବା ଛୋଟ ଜିନିଷ ଖାଇ ପାରିବେ । କିନ୍ତୁ କେବେ ବି ଭୋଜନ କରିବେ ନାହିଁ ।

ସନ୍ଧ୍ୟା ସମୟରେ ଝାଡୁ ମାରିବା ଅନୁଚିତ

ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ କେବେ ବି ଘରେ ଝାଡୁ ମାରନ୍ତୁ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କର ଘରୁ ମାତା ଲକ୍ଷ୍ମୀ ଦୂରେଇ ଯାଆନ୍ତି । ସନ୍ଧ୍ୟା ସମୟ ପୂର୍ବରୁ ହିଁ ଘରେ ଝାଡୁ ମାରି ଦିଅନ୍ତୁ ।

ସନ୍ଧ୍ୟା ସମୟରେ ପ୍ରେମ ସମ୍ପର୍କ ରଖନ୍ତୁ ନାହିଁ

ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ପୃଥିବୀ ପୃଷ୍ଠରେ ଦେବା ଦେବୀମାନେ ଚଳ ପ୍ରଚଳ କରିଥାନ୍ତି । ସେଥିପାଇଁ ଆପଣମାନେ ଯଦି ଏହି ସମୟରେ ଭଗବାନଙ୍କର ପୂଜା ଅର୍ଚନା କରିବା ପରିବର୍ତ୍ତେ ପ୍ରେମରେ ଲିପ୍ତ ରହୁଛନ୍ତି ତେବେ ଆପଣ ଭଗବାନଙ୍କର ଆଶୀର୍ବାଦ ଠାରୁ ବଞ୍ଚିତ ରହିବେ ।

ସନ୍ଧ୍ୟା ସମୟରେ ଶୟନ କରିବା ଉଚିତ ନୁହେଁ

ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ଶୟନ କରିବା ସବୁଠୁ ଅଶୁଭ କାର୍ଯ୍ୟ ଅଟେ । ଏହିଭଳି କରିବା ଦ୍ଵାରା ବ୍ୟକ୍ତିମାନେ ବିଭିନ୍ନ ରୋଗରେ ପୀଡିତ ହୋଇଥାନ୍ତି ।

ସନ୍ଧ୍ୟା ସମୟରେ ତୁଳସୀ ଗଛର ପୂଜା କରନ୍ତୁ । କିନ୍ତୁ ଏହି କଥା ପ୍ରତି ଧ୍ୟାନ ରଖିବେ କି ତୁଲସୀ ଗଛକୁ ସ୍ପର୍ଶ କରିବେ ନାହିଁ କି ତାଙ୍କୁ ଜଳ ବି ଅର୍ପଣ କରିବେ ନାହିଁ । କେବଳ ତୁଲସୀ ଗଛର ମୂଳରେ ଦୀପ ଲଗାଇ ତୁଳସୀ ଗଛର ପୂଜା କରନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କର ଘରେ ଖୁସିର ପରିବେଶ ରହିବ ।