ଯେତେବେଳେ ପଡିଆ ମଝିରେ Chahal ଓ Gayle ଖୋଲି ଦେଲେ ନିଜ ଡ୍ରେସ ଆଉ କରିଲେ କିଛି ଏମିତି କାମ…ଦେଖି ହସି ହସି ଗଡିଗଲେ ସମସ୍ତେ

ଭାରତୀୟ କ୍ରିକେଟରେ ଆପିଏଲ ମ୍ୟାଚ ହେଉଛି ଏକ ବଡ ପର୍ବ ଯାହାକୁ ପ୍ରତି ବର୍ଷ ଖୁବ ଧୁମଧାମରେ ପାଳନ କରାଯାଏ । ଏହି ମ୍ଯାଚରେ ଖେଳୁଥିବା ଖେଳାଳି ମାନେ ପ୍ରତି ବର୍ଷ ନିଜର ଜବରଦସ୍ତ ପର୍ଫୋମାଂସ ଦେଇଥାନ୍ତି । ଏହି ବର୍ଷ ବା ୨୦୨୧ ମସିହାରେ ମଧ୍ୟ ଆପିଏଲ ମ୍ଯାଚ ଅନୁଷ୍ଠିତ ହୋଇଛି । ଯେଉଁଥିରେ ଖେଳାଳି ମାନେ ନିଜର ସାନଦାର ପର୍ଫୋମାଂସ ଅନେକ ମ୍ଯାଚ ଜିତି ସାରିଲେଣି ।

ଆଜି ଆମେ ଆପଣ ମାନଙ୍କୁ ଆପିଏଲ ମେଦାନରେ ଏମିତି କିଛି ଘଟଣା ଘଟିଛି ଯାହା ଆଗରୁ କେବେ ଘଟି ନ ଥିଲା ସେହି ବିଷୟରେ ଆମେ କହିବାକୁ ଯାଉଛୁ । ଆପିଏଲ ମ୍ଯାଚ ଦିନକୁ ଦିନ ରୋମାଞ୍ଚକର ହେବାରେ ଲାଗିଛି । ଆରସିବି ଓ ପଞ୍ଜାବ କିଂସ ମଧ୍ୟରେ ଏହମଦାବାଦର ମେଦାନରେ ମ୍ଯାଚ ଖେଳା ଯାଇଛି । ଏହମଦାବାଦରେ ଅନୁଷ୍ଠିତ ହେଇଥିବା ଆପିଏଲ ମ୍ଯାଚ ଯାହା ପଞ୍ଜାବ ଓ ଆରସିବି ମଧ୍ୟରେ ଖେଳା ଯାଇଛି ଯେଉଁଥିରେ ବିରାଟ କୋହଲି ପ୍ରଥମେ ଟସ ଜିତି ମ୍ଯାଚ ଆରମ୍ଭ କରିଥିଲେ ।

ଏହି ମ୍ଯାଚରେ କେ ଏଲ ରାହୁଲ କପ୍ତାନୀ ଭାବେ ଏଭଳି ସାନଦାର ଖେଳ ଖେଳିଛନ୍ତି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କେ ଏଲ ରାହୁଲ ୫୭ ଗେନ୍ଦରେ ୯୧ ରନ କରି ଆରସିବିକୁ ଜବାବ ଦେଇଛନ୍ତି । ୟୁନିଭରସିଆଲ ବସ ଏହି ମ୍ଯାଚରେ ୨୪ ଗେନ୍ଦରେ ସାମ୍ନା କରି ୪୬ ରନ କରିଥିଲେ । ପଞ୍ଜାବର ଅନ୍ୟ ଖେଳାଳି ମାନେ ଏହି ମ୍ଯାଚକୁ ଜିତେଇବା ପାଇଁ ଏତେ ଖାସ ଖେଳି ନ ଥିଲେ । କିନ୍ତୁ ହରପ୍ରିତ ବ୍ରା ଏହି ମ୍ଯାଚରେ ୧୭ ଗେନ୍ଦରେ ୨୪ ରନ କରି ଶେଷ ମୁହୂର୍ତ୍ତରେ ମ୍ଯାଚକୁ ବଦଳାଇ ଦେଇଥିଲେ ।

ଯାହା ଫଳରେ ପଞ୍ଜାବ ଟିମ ଯେଉଁଠି ୧୫୦ ରନ କରିପାରି ନ ଥିଲା ସେଠାରେ ହରପ୍ରିତଙ୍କ ସାନଦାର ଖେଳ ପାଇଁ ପଞ୍ଜାବ ଟିମ ୧୭୯ ରନ କରି ପାରିଥିଲା । ଏହା ପରେ ଆରିସିବିକୁ ୧୮୦ ରନ କରି ଜିତିବାର ଥିଲା । ଏହା ପରେ ହରପ୍ରିତ ଏଭଳି ଖେଳିଥିଲେ ଯାହାର କଳ୍ପନା କେହି କରି ନ ଥିଲେ । ଆପିଏଲର ପ୍ରଥମ ୱିକେଟ ହରପ୍ରିତଙ୍କୁ ବିରାଟ କୋହଲିଙ୍କ ପାଇଁ ମିଳିଥିଲା । ଏହା ପରେ ପଞ୍ଜାବ ଟିମ ୩୪ ରନରେ ମ୍ଯାଚ ଜିତିଥିଲା ।

କିନ୍ତୁ ମ୍ଯାଚ ଜିତିବା ପରେ ମେଦାନରେ କ୍ରିସ ଗେଲ ଓ ଚେହଲ ଏଭଳି କିଛି ହର୍କତ କରିଲେ ଯାହା ଆଗରୁ କେହି କେବେ କରିନ ଥିଲେ । ଜିତିବା ଖୁସିରେ ଯେତେବେଳେ ପଞ୍ଜାବ ଟିମର ୟୁନିଭର୍ସାଲ ବସ ମେଦାନରୁ ବାହାରକୁ ଯାଉଥିଲେ ସେତେବେଳେ ତାଙ୍କର ପୁରୁଣା ସାଙ୍ଗ ଚେହେଲଙ୍କ ସହ ସାକ୍ଷାତ  ହୋଇଥିଲା । ଏହା ପରେ ଦୁହେଁ ନିଜର ବଡି ଦେଖାଇବାକୁ ଯାଇ ପୋଜ ଦେଇଥିଲେ ।

ସେହି ସମୟରେ କ୍ରିସ ଗେଲ ନିଜର ସାର୍ଟ ଖୋଲିଥିଲେ ସେତେବେଳେ ଚେହେଲ ମଧ୍ୟ ନିଜର କପଡା ଖୋଲି ଠିଆ ହୋଇଥିଲେ । ଦୁହିଙ୍କର ଏଭଳି ଦ୍ରୁଶ୍ଯ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ଯାହାକୁ ଦେଖି ସମସ୍ତେ ହସିବା ସହ ପ୍ରୀତି ଜୀନ୍।ଟା ମଧ୍ୟ ହସିଥିଲେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି  ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।