ଖାଲିରେ ଲୋକେ କହି ନଥାନ୍ତି ରାମରାଜ୍ୟ ବିଷୟରେ । ବନବାସ ଯିବା ପୂର୍ବରୁ ଭଗବାନ ରାମ ନିଜର ଭାଇ ଲକ୍ଷ୍ମଣ ସହିତ ମିଶି ଅଯୋଧ୍ୟାରେ ଲୋକମାନଙ୍କ ସହିତ ନ୍ୟାୟ କରୁଥିଲେ । ଯେତେବେଳେ ରାବଣ ମାତା ସିତାଙ୍କୁ ଅପହରଣ କରିନେଲେ ତେବେ ଭଗବାନ ରାମ ହନୁମାନଙ୍କ ସହ ମିଶି ଲଙ୍କା ଉପରେ ବାନର ସେନା ସାହାର୍ଯ୍ୟରେ ଆକ୍ରମଣ କରିଥିଲେ ଏବଂ ମାତା ସିତାଙ୍କୁ ବନ୍ଦୀ ମୁକ୍ତ କରିଥିଲେ । ଭଗବାନ ରାମଙ୍କ ଜୀବନର ଏହି ଘଟଣା ବିଷୟରେ ସମସ୍ତେ ଜାଣିଛନ୍ତି । ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ବୋଧେ ପୂର୍ବରୁ ଶୁଣିଛନ୍ତି ।
ଲକ୍ଷ୍ମଣଙ୍କୁ ଦେଖିବା ପାଇଁ ପଠାଇଲେ ବାହାରକୁ :
ପ୍ରାଚୀନ କାଳରେ ଦେଶର ଉତ୍ତର ଭାଗରେ କାଳିଞ୍ଜର ନାମକ ଏକ ପ୍ରସିଦ୍ଧ ମଠ ଥିଲା । ଏହି ଘଟଣା ରାମାୟଣ କାଳରୁ ବି ପୂର୍ବର ଅଟେ, ଅର୍ଥାତ ୫୦୦୦ ବର୍ଷ ପୂର୍ବର ଘଟଣା ଅଟେ । ଶ୍ରୀରାମଙ୍କୁ ନ୍ୟାୟପ୍ରିୟ ରାଜ ବୋଲି କୁହାଯାଏ । ସବୁଦିନ ଭଳି ସେହି ଦିନ ବି ସେ ଲୋକମାନଙ୍କର ସମସ୍ୟା ଗୁଡିକ ଶୁଣୁଥିଲେ ।
ସନ୍ଧ୍ୟା ହୋଇଯିବାରୁ ସମସ୍ତେ ଚାଲିଗଲେ ତେବେ ରାମ ଲକ୍ଷ୍ମଣଙ୍କୁ ବାହାରେ ଯାଇ ଦେଖିବା ପାଇଁ କହିଲେ କି ଆଉ କେହି ରହି ଯାଇ ନାହାନ୍ତି ତ । ସେ ବାହାରକୁ ଗଲେ ଏବଂ ସବୁ ଜାଗାକୁ ଦେଖିଲେ କହିଲେ କି ବର୍ତ୍ତମାନ ଆଉ କେହି ନାହାନ୍ତି । ଶ୍ରୀରାମ ପୁଣି ଥରେ ତାଙ୍କୁ କହିଲେ କି ଧ୍ୟାନର ସହିତ ଦେଖିବା ପାଇଁ କହିଲେ । ଯେତବେଳେ ଲକ୍ଷ୍ମଣ ବହୁତ ଥର ଦେଖିଛନ୍ତି, କିନ୍ତୁ କେହି ନଥିଲେ ।
କୁକୁର କହିଲା ନିଜର କାହାଣୀ :
ସେ ଭିତରକୁ ଆସୁଥିବା ସମୟରେ ହିଁ ତାଙ୍କ ନଜର ଏକ କୁକୁର ଉପରକୁ ପଡିଲା । କୁକୁରଟି ବହୁତ ନିରାଶ ଦେଖା ଯାଉଥିଲା । ସେ କୁକୁରକୁ ପଚାରିଲେ ତୁମର କଣ ଦରକାର । କୁକୁର ଟି କହିଲା କି ମୋତେ ନ୍ୟାୟ ଦରକାର । କୁକୁରଟି ଲକ୍ଷ୍ମଣଙ୍କ ସହିତ ଭିତରକୁ ଗଲା । ସେ ଶ୍ରୀ ରାମଙ୍କୁ ପ୍ରଣାମ କରିଲା ଏବଂ ନିଜର କାହଣୀ କହିବାକୁ ଆରମ୍ଭ କାଲା । କୁକୁର କହିଲା କି ସେ ଶାନ୍ତିରେ ବସିଥିଲା ।
ସେହି ସମୟରେ ହିଁ ଏକ ସର୍ୱଥାସିଦ୍ଧ ନାମକ ବ୍ୟକ୍ତି ଆସି ତାକୁ ବିନା କାରଣରେ ମାରିବାକୁ ଲାଗିଲା । ରାମ ସେହି ବ୍ୟକ୍ତିକୁ ସଙ୍ଗେ ସଙ୍ଗେ ଡାକିଲେ, ସେ ଏକ ଭିଖାରି ଥିଲା । ରାମ କହିଲେ କି ଏହି କୁକୁର ତୁମକୁ ଦୋଷୀ କହୁଛି । ସେ ଭିକାରି ଜଣକ ନିଜର ଦୋଷ ସ୍ଵୀକାର କରି କହିଲା କି ସେ ଭୋକରେ ଏଠି ସେଠି ବୁଲୁଥିଲା । ସେହି ସମୟରେ ମୋତେ ଏହି କୁକୁର ଦେଖା ଗଲା ଏବଂ ମୁଁ ମୋର ସବୁ ରାଗ ଏହି କୁକୁର ଉପରେ ବାହାର କରିଦେଲି ।
କୁକୁର କହିଲା କି କରିଦିଅନ୍ତୁ କାଳିଞ୍ଜର ମଠର ମହନ୍ତ :
ରାମ ଭିକାରୀର କଥା ଶୁଣି ସେଠି ବସିଥିବା ମନ୍ତ୍ରୀଙ୍କର ରାୟ ନେଲେ ଏହି ଦୋଷର କଣ ଦଣ୍ଡ ଦେବା ଉଚିତ । ସମସ୍ତଙ୍କୁ ଏହି ମାମଲାଟିକୁ ବୁଝି ପାରୁ ନଥିଲେ । ସେଥିପାଇଁ ସେମାନେ କହିଲେ କି ଆପଣ ରାଜା ଅଟନ୍ତି ଆପଣ ହିଁ କିଛି ନ୍ୟାୟ କରନ୍ତୁ । ଏହା ପରେ ରାମ କୁକୁରକୁ ଏହାର କିଛି ଉପାୟ ଅଛି କି ବୋଲି ପଚାରିଲେ । କୁକୁର କହିଲା କି ଏହି ବ୍ୟକ୍ତିକୁ କାଳିଞ୍ଜର ମଠର ମୁଖ୍ୟ ମହନ୍ତ ବନାଇ ଦିଅନ୍ତୁ । ରାମ ତାହାହିଁ କଲେ ଏବଂ ସେହି ଭିକାରୀକୁ ଏକ ହାତୀ ଦେଇ କାଳିଞ୍ଜର ମଠ ଆଡକୁ ପଠାଇ ଦେଲେ । ଭିକାରୀଟି ଖୁସି ଖୁସିରେ ମଠ ଆଡୁକୁ ଅଗ୍ରସର ହେଲା ।
ମୁଁ ନିଜକୁ ଧର୍ମ ଗୁରୁ ମାନିବା ଆରମ୍ଭ କରିଦେଲି :
ଦରବାରରେ ବସିଥିବା ଲୋକମାନେ କହିଲେ କି ଏହା କେମତି ଦଣ୍ଡ ଅଟେ । ରାମ କୁକୁରକୁ ଏହାର କାରଣ ପଚାରିଲେ । କୁକୁର ଜଣଙ୍କ କହିଲେ କି ମୁଁ ପଛ ଜନ୍ମରେ କାଳିଞ୍ଜର ମଠର ମୁଖ୍ୟ ମହନ୍ତ ଥିଲି । ମୁଁ ଲୋକମାନଙ୍କର କଲ୍ୟାଣ କରିବା ପାଇଁ ଚାହୁଁଥିଲି । ସେଥିପାଇଁ ମୁଁ ସେଠାକୁ ଯାଇଥିଲି । କିନ୍ତୁ ମୋର ପଦ ଉଚ ଥିବାରୁ ମୋ ଭିତରେ ଅହଂକାର ଭାବ ଭର୍ତି ଆସିବାକୁ ଲାଗିଲା । ଲୋକମାନେ ମୋତେ ଧର୍ମ ଗୁରୁ ମାନିବାକୁ ଆରମ୍ଭ କଲେ ଏବଂ କିନ୍ତୁ ମୁଁ ଧର୍ମ ଗୁରୁ ନଥିଲି । ମୁ ତା ଭଳି ବନିବାକୁ ଚାହିଁଲି ।
ଭିକାରି ବି ଦେବ ନିଜକୁ ସେହିଭଳି ଦଣ୍ଡ :
ମୁଁ ଦେଖାଇ ହେବାକୁ ଲାଗିଲି ଏବଂ ଲୋକମାନେ ବି ମୋ ସାଥ ଦେଲେ । ଧୀରେ ଧୀରେ ମୋର ଅଧ୍ଯାତ୍ମିକ ପ୍ରତିବଦ୍ଧତା କମିବାକୁ ଲାଗିଲା ଓ ତାହା ସହିତ ଲୋକବି । କେତେଥର ମୁଁ ନିଜକୁ ଅଟକାଇବା ପାଇଁ ଚେଷ୍ଟା କରେ କିନ୍ତୁ ମୁଁ ନିଜକୁ ଅଟକାଇ ପାରେ ନାହିଁ । ସେ ନିଜକୁ ବି ସେମିତି ଦଣ୍ଡ ଦେବ । ସେଥିପାଇଁ ଏହି ଦଣ୍ଡ ତାହା ପାଇଁ ଉଚିତ ଅଟେ ।