ଇନ୍ସପେକ୍ଟର ହେଇଗଲେ ସାଂସଦ, କିନ୍ତୁ DSPଙ୍କୁ ଦେଖୁ ଦେଖୁ କରିଲେ ସ୍ୟାଲୁଟ, ଫଟୋ ହେଲା ଭାଇରାଲ, ଆଉ ତା ପରେ…

ଆନ୍ଧ୍ରପ୍ରଦେଶର ନିବାସୀ ଗୋରଂତା ମାଧବ ଏହି ବର୍ଷ ଲୋକସଭା ନିର୍ବାଚନ ଲଢିଥିଲେ ଓ ସେ ଆନ୍ଧ୍ରପ୍ରଦେଶର ହିନ୍ଦୁପୁରର ଲୋକସଭା ସିଟର ସାଂସଦ ହୋଇ ଯାଇଛନ୍ତି । କହିବାକୁ ଗଲେ ବର୍ତ୍ତମାନ ତାଙ୍କର ଏକ ଫଟୋ ବହୁତ ଭାଇରାଲ ହେଉଛି ଓ ଏହି ଫଟୋରେ ସେ ଶ୍ୟାଲୁଟ ମାରୁଛନ୍ତି । ନିର୍ବାଚନ ପୂର୍ବରୁ ସେ ଜଣେ ଇନ୍ସପେକ୍ଟର ଥିଲେ ଓ ସାଂସଦ ହେବା ପରେ ସେ ଯେତେବେଳେ ନିଜର ଅଧିକାରୀକୁ ଦେଖିଲେ ତେବେ ସେ ତାଙ୍କୁ ସ୍ୟାଲୁଟ ମାରିଥିଲେ ।

ପୁଲିସ ଅଧିକାରୀ ବି କରିଲେ ସ୍ୟାଲୁଟ

କୁହାଯାଉଛି କି ଫଟୋ ସେହି ସମୟର ଅଟେ ଯେତେବେଳେ ପୋଲିଙ୍ଗ ସେଣ୍ଟରରେ ଭୋଟ ଗଣନା କରା ଯାଉଥିଲା । ଭୋଟ ଗଣନା ସମୟରେ ପୋଲିଙ୍ଗ ସେଣ୍ଟରରେ ଗୋରଂତା ମାଧବ ବି ଥିଲେ ଓ ସେହି ସମୟରେ ସେଠି ସୀଆଈଡୀ ଡୀଏସପୀ ମେହବୂବ ବାଶା ବି ଆସିଗଲେ । ସାଂସଦ ଗୋରଂତା ମାଧବ ନିଜର ପୂର୍ବ ଅଧିକାରୀକୁ ଦେଖି ସଙ୍ଗେ ସଙ୍ଗେ ସ୍ୟାଲୁଟ ମାରିଲେ, ଜବାବରେ ସୀଆଈଡୀ ଡୀଏସପୀ ମେହବୂବ ବାଶା ବି ଗୋରଂତା ମାଧବଙ୍କୁ ମଧ୍ୟ ସ୍ୟାଲୁଟ ମାରିଥିଲେ ।

ଏହା ଅପରେ ସେମାନେ ପରସ୍ପରଙ୍କୁ ସ୍ୟାଲୁଟ ମାରିବା ପରେ ଦୁଇ ଜଣ ହସିଲେ ଓ ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କର ଫଟୋ ଉଠାଇ ନେଲେ । ବର୍ତ୍ତମାନ ତାଙ୍କର ଏହି ଫଟୋକୁ ବହୁତ ପସନ୍ଦ କରାଯାଉଛି ।

ସ୍ୟାଲୁଟ ମାରିବା ପରେ ମାଧବ ମିଡିୟାକୁ କହିଲେ କି ସେ ସୀଆଈଡୀ ଡୀଏସପୀ ମେହବୂବ ବାଶାଙ୍କର ବହୁତ ବଡ ପ୍ରଶଂସକ ଅଟନ୍ତି ଓ ତାଙ୍କୁ ବହୁତ ସମ୍ମାନ ବି କରନ୍ତି । ସେଥିପାଇଁ ସେ ତାଙ୍କୁ ଦେଖିବା ମାତ୍ରେ ହିଁ ସ୍ୟାଲୁଟ ମାରିଦେଲେ । ଆପଣଙ୍କୁ କହିଦେଉଛୁ ଯେ ନିର୍ବାଚନ ଲଢିବା ପୂର୍ବରୁ ଗୋରଂତା ମାଧବ ଅନନ୍ତପୁର ଡିସ୍ଟ୍ରିକ୍ଟ ରେ ପୂର୍ବ ସର୍କଲ ଇଂସ୍ପେକ୍ଟର ରହିସାରିଛନ୍ତି ଓ ସେ ଡୀଏସପୀ ମେହବୂବଙ୍କ ସହ କାମ ମଧ୍ୟ କରି ସାରିଛନ୍ତି ଓ ଏହି କାରଣରୁ ସେ ତାଙ୍କର ବହୁତ ସମ୍ମାନ ବି କରନ୍ତି ।

ଏହି କାରଣରୁ ଲଢିଥିଲେ ନିର୍ବାଚନ

ନିଜର ପୁଲିସ ଚାକିରି ଛାଡି ନିର୍ବାଚନ ଲଢିବା ପଛରେ ମାଧବଙ୍କର ବହୁତ ବଡ କାରଣ ଅଛି । ମାଧବଙ୍କ ଅନୁସାରେ ଥରେ ଟୀଡୀପୀ ଲୀଡର ଓ ଅନନ୍ତପୁରର ପୂର୍ବ ସାଂସଦ ଜେସୀ ଦିବାକର ରେଡ୍ଡୀ ଆମ ଦେଶର ପୁଲିସ ଉପରେ ବିବାଦିତ ବୟାନ ଦେଇଥିଲେ । ଯାହାକି ମାଧବଙ୍କୁ ପସନ୍ଦ ଆସିଲା ନାହିଁ । ଏହି ବୟାନ ଉପରେ ଦୁଖୀ ହୋଇ ମାଧବ ରାଜନୀତିକୁ ଆସିବା ପାଇଁ ନିଷ୍ପତି ନେଲେ ଓ ୱାଈଏସଆର କାଂଗ୍ରେସ ପାର୍ଟୀରେ ସାମିଲ ହୋଇଗଲେ । ଏହା ପରେ ତାଙ୍କୁ ହିନ୍ଦୁପୁର ଲୋକସଭା ସିଟ ପାଇଁ ଟିକେଟ ଦିଆଯାଇଥିଲା ।

ଆପଣଙ୍କୁ ଆମର ଏଇ ଖବର ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।