ଯେତେ କଷ୍ଟରେ ଥିଲେ ବି ଏହି 5 କଥା ସର୍ବଦା ଗୁପ୍ତ ରଖନ୍ତୁ, ନଚେତ ଭୋଗିବେ ଭୟଙ୍କର ପରିଣାମ !

ପ୍ରତ୍ଯେକ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ଗୁପ୍ତ ବିଷୟ ରହିଥାଏ । ଯଦି ବ୍ୟକ୍ତି ତାଙ୍କ ଗୁପ୍ତ ବିଷୟ ସମସ୍ତଙ୍କ ଆଗରେ କହି ବୁଲିବେ ତେବେ ତାଙ୍କୁ ପଛରେ ଏଥିପାଇଁ ପସ୍ତେଇବାକୁ ପଡିଥାଏ । ବେଳେବେଳେ କେହି ତାଙ୍କ ଗୁପ୍ତ କଥା ଆମକୁ କହିଲେ ଆମେ ମଧ୍ୟ ଭାବିଥାଉ କି ଆମ ଗୁପ୍ତ କଥା ତାଙ୍କୁ କହିବା କିଛି ଖରାପ ନୁହେଁ । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ । ଆଜି ଆମେ ଆପଣଙ୍କୁ ଜୀବନର ୫ଟି ଗୁପ୍ତ ବିଷୟ କହିବାକୁ ଯାଉଛୁ ଯାହା ସମ୍ପର୍କରେ ଆପଣ କାହାକୁ ମଧ୍ୟ କହିବା ଉଚିତ ନୁହେଁ ।

ପ୍ରଥମଟି ହେଉଛି ଦାନ ପୁଣ୍ୟ । ଯଦି ଆପଣ କାହାକୁ କିଛି ଦାନ କରୁଛନ୍ତି କିମ୍ବା କାହାର କିଛି ସେବା କାର୍ଯ୍ୟ କରୁଛନ୍ତି ତେବେ ଏହି ସମ୍ପର୍କରେ କାହାକୁ ମଧ୍ୟ କୁହନ୍ତୁ ନାହିଁ । ଡାହାଣ ହାତ କଣ କରୁଛି ତାହା ଯେପରି ବାମ ହାତ ନଜାଣେ ସେଥିପାଇଁ ଉପକାର କରି ଭୁଲିଯାନ୍ତୁ । ଏହା ଲୋକେ ଆପେ ଆପେ କେବେ ନା କେବେ ଜାଣିବେ । ତେଣୁ ଏହାକୁ ଆପଣ ଏକ ଗୁପ୍ତ ବିଷୟ ପରି ରଖିବା ଆବଶ୍ୟକ ।

ଦ୍ଵିତୀୟରେ ହେଉଛି ଆପଣଙ୍କ ଆନ୍ତରିକ ଚିନ୍ତାବିଚାର । ପ୍ରତ୍ଯେକ ବ୍ୟକ୍ତିଙ୍କର କିଛି ନା କିଛି ନିଜସ୍ଵ ଚିନ୍ତା ଏବଂ ମତ ରହିଥାଏ । କୌଣସି ବିଷୟକୁ ନେଇ ହେଉ ବା କୌଣସି ବ୍ୟକ୍ତିଙ୍କୁ ନେଇ ପ୍ରତ୍ଯେକଙ୍କର ସ୍ଵତନ୍ତ୍ର ଚିନ୍ତାଧାରା ରହିଥାଏ । ତେଣୁ ନିଜର ଆନ୍ତରିକ ଚିନ୍ତା ବିଷୟରେ ମଧ୍ୟ କାହାରିକୁ କୁହନ୍ତୁ ନାହିଁ ।

ତୃତୀୟରେ ହେଉଛି ନିଜର ଲକ୍ଷ୍ୟ । ପ୍ରତ୍ଯେକ ମଣିଷଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ରହିଥାଏ ଓ ସେ ତାକୁ ପାଇବା ପାଇଁ ଅନେକ ପରିଶ୍ରମ ତଥା କଷ୍ଟ କରିଥାନ୍ତି । ଆପଣ ନିଜ ଲକ୍ଷ୍ୟ ବିଷୟରେ କାହାକୁ କହିବା ଉଚିତ ନୁହେଁ । କାରଣ ଆପଣଙ୍କ ଲକ୍ଷ୍ୟ ଲୋକଙ୍କ ମନରେ ଈର୍ଷା ଆଣିପାରେ କିମ୍ବା ସେମାନେ ଆପଣଙ୍କ ଉପରେ ହସି ପାରନ୍ତି । ଯାହା ଆପଣଙ୍କୁ ଲକ୍ଷ୍ୟରୁ ବିମୁଖ କରିପାରେ ବା ଆପଣଙ୍କ ମନୋବଳ ଦୁର୍ବଳ କରିପାରେ । ତେଣୁ ନିଜ ଲକ୍ଷ୍ୟ ବିଷୟରେ କାହାକୁ କେବେ କୁହନ୍ତୁ ନାହିଁ ।

ଚତୁର୍ଥରେ ହେଉଛି ଆପଣଙ୍କ ଜୀବନଶୈଳୀ । ପ୍ରତ୍ଯେକ ବ୍ୟକ୍ତିଙ୍କର ଜୀବନଶୈଳୀ ଭିନ୍ନ ହୋଇଥାଏ । ପ୍ରତ୍ଯେକ ବ୍ୟକ୍ତି ନିଜର ଧର୍ମ କର୍ମକୁ ଅନୁସରଣ କରିଥାନ୍ତି । ଆପଣ ମିଶୁଥିବା ଲୋକଙ୍କ ଜୀବନଶୈଳୀ ଆପଣଙ୍କ ଜୀବନଶୈଳୀ ସହ ସାମଞ୍ଜସ୍ଯ ଥିବ ଏହା ଜରୁରୀ ନୁହେଁ । ଜାଣତ ବା ଅଜାଣତରେ ସମସ୍ତେ କିଛି ନା କିଛି ଭୁଲ କରନ୍ତି । ତେଣୁ ଏସବୁ ମଧ୍ୟ କେବେ କାହା ଆଗରେ ଶେୟାର କରିବା ଉଚିତ ନୁହେଁ । ଯଦି କିଛି ଖରାପ ଅଭ୍ଯାସ ରହିଛି ତାହା ବି କାହା ସହ ଶେୟାର କରନ୍ତୁ ନାହିଁ ।

ପଞ୍ଚମରେ ହେଉଛି ପାରିବାରିକ ମାମଲା । ପ୍ରତ୍ଯେକଙ୍କ ପରିବାରରେ କିଛି ନା କିଛି ସମସ୍ଯା ଓ ଅସୁବିଧା ରହିଥାଏ । ଯାହା ଆପଣ ନିଜ ପରିବାର ଭିତରେ କଥା ହୋଇ ସମାଧାନ କରିବା ଉଚିତ । କେବେ ବି ନିଜ ପରିବାରର କଥା ଆଉ କାହା ଆଗରେ ଶେୟାର କରନ୍ତୁ ନାହିଁ । ଏହାଦ୍ବାରା ଆପଣ ତାଙ୍କ ଆଗରେ ଛୋଟ ହୋଇ ଯାଇ ପାରନ୍ତି ଓ ଏହାସହ ବାହାର ଲୋକ ଆପଣଙ୍କ ଲାଭ ମଧ୍ୟ ଉଠାଇ ପାରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।