ଜେଲରେ କଏଦୀଙ୍କ ସହ 7 ବର୍ଷ କାଟିଲେ ଏହି IPS ଅଫିସର, ଏତେ ବର୍ଷ ଜେଲରେ କାହିଁକି ରହିଲେ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ !

ଜେ-ଲ-ରେ କ-ଏ-ଦୀ-ଙ୍କ ସହ 7 ବର୍ଷ ରହିଲେ ଏହି ଆଇପିଏସ ଅଫିସର । କ-ଏ-ଦୀ-ଙ୍କ ସହ ଖାଉଥିଲେ, ଶୋଉଥିଲେ ଏବଂ ସେମାନଙ୍କ ଠାରୁ ଖୁସିରେ ବଞ୍ଚିବାର ମନ୍ତ୍ର ବି ଶିଖୁଥିଲେ । ଜେଲରେ ଥିବା ଦୁ-ର୍ଦ୍ଦା-ନ୍ତ ଅ-ପ-ରା-ଧୀ ତାଙ୍କର ସୁଖ ଦୁଃଖର ସାଥି ବନିଥିଲେ । ଏହା ଆପଣଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ କରୁଥିବ । କାରଣ ଆଇପିଏସ ଅଫିସର ସିକ୍ଯୁରିଟି ଘେରରେ ରହିବା ସହ ବଡ ଗାଡିରେ ବୁଲନ୍ତି ବୋଲି ସମସ୍ତଙ୍କୁ ଜଣା । ହେଲେ ଆଇପିଏସ ଅଫିସରଙ୍କ କଥା ଟିକେ ଅଲଗା ।

ସେ ଓଲଟି ଜେଲର ଚାରିକାନ୍ଥ ମଧ୍ୟରେ ରହିଥିଲେ । ଜେଲ ଚଟାଣରେ ଶୋଉଥିଲେ ଏବଂ କଏଦୀଙ୍କ ସହ ସକାଳ ସାଢେ 5ଟାରୁ ଉଠୁଥିଲେ । ତାଙ୍କ ଆଖପାଖ ସେଲରେ ଦୁ-ର୍ଦ୍ଦା-ନ୍ତ ଅ-ପ-ରା-ଧୀ ରହୁଥିଲେ । ଯେଉଁମାନଙ୍କୁ ସେ ହାତକଡି ପିନ୍ଧାଉଥିଲେ ସେମାନଙ୍କ ସହ ଉଠାବସା କରିବା ସହ ସୁଖ ଦୁଃଖ ବାଣ୍ଟୁଥିଲେ । ତେବେ କେଇ ଦିନ କି କେଇ ମାସ ନୁହେଁ ବରଂ ଦୀର୍ଘ 7 ବର୍ଷ ହେଲା ଏମିତି କାଟି ଆସୁଛନ୍ତି ଏହି ଆଇପିଏସ ଅଫିସର ।

କ-ଏ-ଦୀ-ମା-ନେ ତାଙ୍କୁ ଖୁସି ରହିବାର ମନ୍ତ୍ର ଦେଉଥିଲେ ଓ ଆଇପିଏସ ସେମାନଙ୍କ ସହ ମିଶି ଖେଳୁଥିଲେ ମଧ୍ୟ । ବେଲକୁ ଅପେକ୍ଷା କରି ଏମିତି ସମୟ ଗଡି ଚାଲିଥିଲା ଓ ବିତି ଯାଇଥିଲା 7 ବର୍ଷ । ହେଲେ ଜେ-ଲ-ରୁ ମୁକୁଳିବା ସେତେ ସହଜ ନଥିଲା । କାରଣ ତାଙ୍କୁ ମିଛ ଏ-ନ-କା-ଉ-ଣ୍ଟ-ର କେସ ରେ ଫସେଇ ଦିଆ ଯାଇଥିଲା ।

2015 ବ୍ୟାଚ ର ଆଇପିଏସ ଦିନେଶ ଏମ ଏନ ନିଜ ଜୀବନର ଏହି କଳା ପ୍ରୁଷ୍ଠାକୁ ଧୈର୍ଯ୍ୟ ଓ ସାହାସର ସହ ସାମ୍ନା କରିଥିଲେ । ହାଇଦ୍ରାବାଦରେ ଆଇପିଏସ ଟ୍ରେନିଂ ନେବା ପରେ ତାଙ୍କୁ ଏତେ ବର୍ଷ ଜେଲରେ କାଟିବାକୁ ହେବ ବୋଲି ସେ କେବେ ସ୍ଵପ୍ନରେ ବି ଚିନ୍ତା କରି ନଥିବେ ।

ଫିଲ୍ମର କାହାଣୀ ଭଳି ଲାଗୁଥିବା ଏହି ଘଟଣା ଖୁବ କଷ୍ଟଦାୟକ ଥିଲା ତାଙ୍କ ପାଇଁ । ଦିନେଶ 2005 ରେ ଉଦୟପୁର ଏସପି ଥିବାବେଳେ ରାଜସ୍ଥାନ ପୋଲିସ ଓ ଗୁଜୁରାଟ ପୋଲିସର ମିଳିତ ଅପରେସନରେ ସୋହରାବୁଦ୍ଦିକୁନ ହ-ତ୍ୟା କରାଯାଇଥିଲା । ପରେ ଏହାକୁ ନକଲି ଏ-ନ-କା-ଉ-ଣ୍ଟ-ର ବୋଲି ଦର୍ଶାଇ ବହୁ ପୋଲିସ ଅଫିସରଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା । ଆଇପିଏସ ଦିନେଶଙ୍କ ସହ ଆହୁରି କେତେକ ପୋଲିସ ଅଧିକାରୀଙ୍କୁ ଗି-ର-ଫ କରି ଜେ-ଲ ପଠା ଯାଇଥିଲା ।

ଏହି ମାମଲାର ସିବିଆଇ ତଦନ୍ତ ଚାଲିଥିବା ବେଳେ ଦିନେଶଙ୍କୁ 7 ବର୍ଷ ଜେଲରେ ରହିବାକୁ ପଡିଥିଲା । ଶେଷରେ 2014ରେ ଜାମିନରେ ସେ ମୁକ୍ତ ହୋଇଥିଲେ । ନିକଟରେ ଏକ ସାକ୍ଷାତକାରରେ ତାଙ୍କ ଜେଲ ରହଣି କାଳ ବିଷୟରେ ସେ ଅନେକ କଥା ଖୁଲାସା କରିଛନ୍ତି ।

ଜେଲରେ ଥିବାବେଳେ ସେ ଅଧିକାଂଶ ସମୟ ପଢାରେ ବିତାଇଥିବା କୁହନ୍ତି । ପୁସ୍ତକ ତାଙ୍କୁ ଜେଲର ଗୋଟିଏ କୋଠରିରେ ରହି ଦୁନିଆ ବୁଲିବାରେ ସାହାଯ୍ୟ କରୁଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।