ଏଣିକି ଆଉ 5 ବର୍ଷରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେନି ପିଲା, ସମସ୍ତ ରାଜ୍ୟ ପାଇଁ ନୂଆ ଶିକ୍ଷାନୀତି ଜାରି କଲା କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ !

ସ୍କୁଲରେ ପିଲାଙ୍କ ନାମ ଲେଖାଇବାକୁ ନେଇ ଆସିଲା ନୂଆ ନିୟମ । ପିଲା ବଡ ହେବା ସହ ଠିକ ବୟସରେ ଯେପରି ପାଠପଢା ଆରମ୍ଭ କରିବ ଏବଂ ପାଠ ପ୍ରତି ଆଗ୍ରହ ଦେଖାଇବ ସେନେଇ ପିତାମାତା ବେଶ ଚିନ୍ତିତ ରୁହନ୍ତି । ଆଜିର ପ୍ରତିଯୋଗୀତା ମୂଳକ ସମୟରେ ନିଜ ପିଲାଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ସବୁ ପିତାମାତା ଚାହିଁଥାନ୍ତି । ସେଥିପାଇଁ ପିଲାକୁ 3 ବର୍ଷ ନେ ହେଉଣୁ ପ୍ଲେ ସ୍କୁଲରେ ଆଡମିଶନ କରିବା ସହ ଶୀଘ୍ର ପାଠପଢା ମଧ୍ୟ ଆରମ୍ଭ କରିବାକୁ ତତ୍ପର ହେଉଛନ୍ତି ।

ସାଧାରଣତଃ ପିଲାକୁ 5 ବର୍ଷ ହେଲେ ପିତାମାତା ତାକୁ ପ୍ରଥମ ଶ୍ରେଣୀରେ ଆଡମିଶନ କରେଇଥାନ୍ତି । ଆଜି ଯାଏଁ ସମସ୍ତ ସ୍କୁଲ ମାନଙ୍କରେ ଏଭଳି ନିୟମ ରହିଛି । ତେବେ ପିଲାଙ୍କର ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ନେଇ ବର୍ତ୍ତମାନ ନୂଆ ଶିକ୍ଷାନୀତି ଜାରି କରିଛନ୍ତି ଶିକ୍ଷା ମନ୍ତ୍ରଣାଳୟ । କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଜାରି କରିଥିବା ନୂଆ ନିୟମ ଅନୁସାରେ ଏଥର ପିଲାକୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ହେଲେ ତା’ ବୟସ ଅତିକମରେ 6 ବର୍ଷ କିମ୍ବା ଏହାଠାରୁ ଉର୍ଦ୍ଧ୍ଵ ହୋଇଥିବା ଆବଶ୍ୟକ ବୋଲି କୁହାଯାଇଛି ।

ଯେଉଁ ରାଜ୍ୟ ସରକାର ମାନେ କେନ୍ଦ୍ର ସରକାରଙ୍କ ଶିକ୍ଷାନୀତିକୁ ଆପଣେଇଛନ୍ତି ସେମାନେ ନିଜ ରାଜ୍ୟର ସ୍କୁଲ ମାନଙ୍କରେ ଏହି ନିୟମକୁ ଲାଗୁ କରିବେ । ହେଲେ ଯେଉଁ ରାଜ୍ୟମାନେ ଏହି ଶିକ୍ଷାନୀତି ଲାଗୁ କରିନାହାନ୍ତି ସେମାନେ ନୂଆ ଶିକ୍ଷାନୀତିରେ ଏହି ନିୟମକୁ ଲାଗୁ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।

ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ନୂଆ ଜାତୀୟ ଶିକ୍ଷାନୀତି NEP ଅନୁସାରେ ମୂଳ ପର୍ଯ୍ୟାୟରେ ସମସ୍ତ ପିଲାଙ୍କ ପାଇଁ 5 ବର୍ଷର ଶିକ୍ଷା ବ୍ୟବସ୍ଥାର ସୁଯୋଗ 3 ରୁ 8 ବର୍ଷ ଭିତରେ ରଖାଯାଇଛି । ତେଣୁ ପ୍ରିସ୍କୁଲରୁ ଦ୍ଵିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ନିରବଚ୍ଛିନ୍ନ ଶିକ୍ଷାର ବିକାଶକୁ ପ୍ରସାର କରିବ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରଣାଳୟ ।

ତେଣୁ ଏହି ନିୟମ ଅନୁସାରେ ଏଣିକି ପିଲାମାନେ 6 ବର୍ଷ ବୟସ ପୂର୍ବରୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ ନାହିଁ । ତେବେ ଆପଣ କେତେ ବୟସରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିଲେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।