ଟିକିଏ ଦୁଷ୍ଟାମି ପଡିଗଲା ଭାରି, ଦେଖୁ ଦେଖୁ ବାପା ସାମ୍ନାରେ ପିଲାକୁ ପିଟି ଦେଇ ଚାଲିଗଲା କାର୍, ଦେଖନ୍ତୁ video…

ଛୁଆଙ୍କ ପିଲାଳିଆମୀ ବେଳେ ବେଳେ ଏମିତି ବିପଦକୁ ଡାକି ଆଣେ ଯାହା କେହି ସ୍ଵପ୍ନରେ ସୁଦ୍ଧା ଭାବି ନଥିବେ । ଟିକିଏ ଅସାବଧାନତା ଯେ କେତେ ବଡ ବିପତ୍ତିକୁ ନେଇ ଆସେ ତାହା ଏହି ଦୃଶ୍ୟ ଦେଖିଲେ ଆପଣ ବି ବୁଝିଯିବେ । ଆଉ ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଘଟଣା ଘଟିବା ବେଳେ ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇ ଯାଇଥିଲା ଏହି ଦୃଶ୍ୟ ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ର କରଣସାହିରୁ ନିଆଁ ଭଳି ଭାଇରାଲ ହେଉଥିବା ଏହି ସିସିଟିଭି ଫୁଟେଜ ଆଜି ପ୍ରତ୍ଯେକ ପିତାମାତାଙ୍କ ପାଇଁ ଏକ ପ୍ରକାର ଚେତାବନୀ କହିଲେ ଭୁଲ ହେବନାହିଁ । ମାତ୍ର କେଇ ମିନିଟ ଯଦି ଅପେକ୍ଷା କରି ଦେଇଥାନ୍ତେ ତେବେ ଆଜି ଏଭଳି ଦିନ ଦେଖିବାକୁ ପଡି ନଥାନ୍ତା । ବାପା କାମରୁ ଘରକୁ ଫେରିବା ପରେ ପୁଅ ଜିଦ୍ କରିବାରୁ ତାକୁ ବାହାରକୁ ଟିକେ ବୁଲେଇ ନେଇଥିଲେ ବାପା । ପୁଅକୁ ଗାଡି ପାଖରେ ଠିଆ କରି ବାପା ବୋଧେ କିଛି ଆଣିବାକୁ ଘର ଭିତରକୁ ଚାଲିଗଲେ ।

ଆଉ ପିଲାଟି ସାଙ୍ଗେ ସାଙ୍ଗେ ଗାଡି ମଟର ଚାଲୁଥିବା ରାସ୍ତାରେ ରାସ୍ତା ପାର ହୋଇ ସେପଟକୁ ଚାଲିଗଲା । ହେଲେ ଏଭଳି ଟିକିଏ ଦୁଷ୍ଟାମି ତା’ ପାଇଁ କେତେ ଭୟଙ୍କର ସାବ୍ୟସ୍ତ ହେବ ବୋଲି ପିଲାଟି ବା କେମିତି ଜାଣିଥାନ୍ତା । ପୁଅ ରାସ୍ତା ସେପଟକୁ ଚାଲି ଯାଇଥିବା ଦେଖି ତାକୁ ସୁରକ୍ଷିତ ଭାବେ ରାସ୍ତା ଏପଟକୁ ଆଣିବାକୁ ବାପା ଉଦ୍ୟମ କରିଥିଲେ ।

ହେଲେ ଏଥିରେ ବିଫଳ ହୋଇ ଯାଇଥିଲେ । ସାମ୍ନା ପଟୁ ଏକ କାର ଦ୍ରୁତଗତିରେ ମାଡି ଆସୁଥିବା ବେଳେ ପିଲାଟି ରାସ୍ତା ପାରି ହେବାକୁ ଉଦ୍ୟମ କରିଥିଲା । ସେ ହୁଏତ ଭାବିଥିଲା ଠିକ ସମୟରେ ପାରି ହୋଇଯିବ । ହେଲେ କାରଟି ପିଲାଟିକୁ ଏତେ ଜୋରରେ ଧ-କ୍କା ଦେଇଥିଲା ଯେ ସେ ପାଖାପାଖି 20 ମିଟର ଯାଏଁ ଛିଟିକି ପଡିଥିଲା । କାର ଚାଳକ ମଧ୍ୟ ଦୁ-ର୍ଘ-ଟ-ଣା ପରେ କାର ସହ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା ।

ଆଉ ଏବେ ଗୁରୁତର ଅବସ୍ଥାରେ ପିଲାଟିକୁ ମେଡିକାଲରେ ଭର୍ତ୍ତି କରାଯିବା ସହ ତା’ର ବର୍ତ୍ତମାନ ଚିକିତ୍ସା ଚାଲିଛି । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଫୁଟେଜ ସଂଗ୍ରହ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।