ମଙ୍ଗୁଳା ସରିଥିଲା ହେଲେ ବାହା ବେଦିରେ ବସିବା ପୂର୍ବରୁ ବିଷ ପିଇଦେଲା ଝିଅ, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ video

ରାତି ପାହିଲେ ବାହା ବେଦିରେ ବସି ହାତଗଣ୍ଠି ପଡିଥାନ୍ତା । ବର ରୋଷଣୀ କରି ଆସିଥାନ୍ତା ଆଉ ରୀତିନୀତି ମୁତାବକ ବାହା ହୋଇ କନିଆଁକୁ ନିଜ ଘରକୁ ନେଇ ଯାଇଥାନ୍ତା । ଉଭୟଙ୍କ ପରିବାର ଲୋକ ଏଥିପାଇଁ କେତେ କଣ ଜାକଜକମ କରିଥିଲେ । ବନ୍ଧୁବାନ୍ଧବ ଓ ସମ୍ପର୍କୀୟ ମଧ୍ୟ ଖୁବ ଖୁସି ଥିଲେ । ହେଲେ ସବୁକିଛି ଫସର ଫାଟିଗଲା । ବାହା ବେଦିରେ ବସିବା ଆଗରୁ ଆଗପଛ କିଛି ନ ବିଚାରୀ ବି-ଷ ଖାଇଦେଲା ମଙ୍ଗୁଳା କନ୍ୟା ।

ଏଭଳି ଏକ ଅଭାବନୀୟ ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି । ମେଡିକାଲରେ ଏଥିପାଇଁ ଗହଳି ଲାଗିବା ସହ ସମସ୍ତେ ଚିନ୍ତାରେ ପଡି ଯାଇଛନ୍ତି । କଣ ଓ କେମିତି ହେଲା ଏବଂ ଏଭଳି କାହିଁକି ହେଲା ଏଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନ ଗର୍ଭରେ ଉଙ୍କି ମାରୁଛି । ବାହା ହେବା ପୂର୍ବଦିନ ଝିଅ କାହିଁକି ବି-ଷ ଖାଇଲା ସେନେଇ ସମସ୍ତେ ପ୍ରଶ୍ନ କରିବାରେ ଲାଗିଛନ୍ତି । କିନ୍ତୁ କେହି ବି ଉତ୍ତର ଖୋଜି ପାଉନାହାନ୍ତି ।

ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଚିକଲବାହାଲ ଗାଁରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ବାହାଘର ପାଇଁ ଘରେ ଅତିଥି ଜମା ହୋଇଥିଲେ । ବିବାହ ପୂର୍ବରୁ ଝିଅର ହଳଦୀ ଲାଗିବା ଫଙ୍କସନ ମଧ୍ୟ ସମାପ୍ତ ହୋଇ ଯାଇଥିଲା । ହେଲେ ହାତରେ ମେହେନ୍ଦି ଲାଗିବା ପୂର୍ବରୁ ବି-ଷ ପିଇ ଦେଇଥିଲା ଝିଅ ।

ଝିଅ ବି-ଷ ପିଇଦେବା ପରେ ତାକୁ ସାଙ୍ଗେ ସାଙ୍ଗେ ପାଖ ମେଡିକାଲରେ ଭର୍ତ୍ତି କରି ଦେଇଥିଲେ ପରିବାର ଲୋକେ ଓ ସେଠାରେ ତାଙ୍କର ଚିକିତ୍ସା ମଧ୍ୟ କରାଗଲା । ହେଲେ ଝିଅ ଏଭଳି କାହିଁକି ବି-ଷ ଖାଇଲା ସେନେଇ ପରିବାର ଲୋକେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ଏହାକୁ ନେଇ ଲୋକମାନେ ବିଭିନ୍ନ ପ୍ରକାର କଥା ହେବାରେ ଲାଗିଛନ୍ତି ।

କେହି କେହି କୌଣସି ପାରିବାରିକ କଳହକୁ ଭିତ୍ତି କରି ଝିଅ ବି-ଷ ଖାଇ ଦେଇଥିବା କହୁଥିବା ବେଳେ ଆଉ କେହି କେହି ପ୍ରେମ ଜନିତ କିଛି କାରଣରୁ ଝିଅ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ହେଲେ ଏହି ଘଟଣା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ ଆପଣ କଣ ଅନୁମାନ କରିଛନ୍ତି ? ଝିଅ କାହିଁକି ବାହାଘରର ପୂର୍ବଦିନ ଏଭଳି ଚରମ ନିଷ୍ପତ୍ତି ନେଇପାରେ ? ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।