ଯେବେ ଏହି ନେତ୍ରହୀନ ବ୍ୟକ୍ତି ଛିଡା କରିଦେଲେ 50 କୋଟି ଟଙ୍କାର କମ୍ପାନୀ, ଜାଣନ୍ତୁ ତାଙ୍କର ସଫଳତାର କାହାଣୀ, ଆଖିରେ ଲୁହ ଆସିଯିବ

ଆଜି ଆମେ ଆପଣଙ୍କୁ ଏହିଭଲି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯାହାଙ୍କର ଆଖି ନ ଥିବା ସତ୍ବେ ବି ଏମିତି କିଛି କରିଦେଇଛନ୍ତି ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏଠି ଆମେ ଏହିଭଲି ଜଣେ ବ୍ୟକ୍ତିଙ୍କ ବିଷୟରେ କହୁଛୁ ଯିଏ ନିଜ ଉପରେ ବିଶ୍ଵାସ ରଖିଲେ ଓ ନିଜର ଲକ୍ଷକୁ ହାସଲ କରିବା ପାଇଁ ରାସ୍ତା କରିଲେ ଓ ତାକୁ ହାସଲ ବି କରିଲେ । ଶ୍ରୀକାନ୍ତ ବୋଲା ପିଲାଦିନୁ ହିଁ ଅନ୍ଧ ଅଟନ୍ତି । କିନ୍ତୁ ଆଜି ସେ ୫୦ କୋଟି ଟଙ୍କାର Bollant Industriesର CEO ପଦରେ ନିଯୁକ୍ତ ଅଛନ୍ତି ।

ସେ consumer food packaging କମ୍ପାନୀ ତିଆରି କରି ସମସ୍ତଙ୍କୁ ଏକ ଉଦାହରଣ ଦେଇଛନ୍ତି । ହାଇଦ୍ରାବାଦରେ ଶ୍ରୀକାନ୍ତଙ୍କ ପିଲାଦିନ ବହୁତ କଷ୍ଟରେ ବିତିଛି । କହିଦେଉଛୁ କି ପିଲାଦିନେ ତାଙ୍କର ପରିବାରର ଆୟ ମାସକୁ ମାତ୍ର ୧୬୦୦ ଟଙ୍କା ଥିଲା ।

ଆପଣ ଆଣି ଆଶ୍ଚର୍ଯ୍ୟ ହେବେ କି ଶ୍ରୀକାନ୍ତ ଯେତେବେଳେ ଜନ୍ମ ହେଲେ ତେବେ ସେହି ସମୟରେ ତାଙ୍କର ମାତା ପିତାଙ୍କୁ ତାଙ୍କର ସମ୍ପର୍କୀୟମାନେ ଶ୍ରୀକାନ୍ତକୁ ମାରିଦେବା ପାଇଁ କହିଥିଲେ । କିନ୍ତୁ ଶ୍ରୀକାନ୍ତଙ୍କ ଭାଗ୍ୟରେ କିଛି ଅଲଗା ହିଁ ଲେଖା ହୋଇଥିଲା । ଶ୍ରୀକାନ୍ତ ପିଲାଦିନ ହିଁ ଭଲ ଛାତ୍ର ଥିଲେ । କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଭଲ ନ ହୋଇଥିବା ସତ୍ବେ ବି ଶ୍ରୀକାନ୍ତ ଦଶମ ଶ୍ରେଣୀରେ ଭଲ ନମ୍ବର ରଖି ପାସ ହେଲେ । ଏହା ପରେ ସେ ବିଜ୍ଞାନ ପଢିବାକୁ ଚାହୁଁ ଥିଲେ କିନ୍ତୁ ଅନ୍ଧ ହୋଇଥିବାରୁ ତାଙ୍କୁ ଏଥିପାଇଁ ଅନୁମତି ମିଳିଲା ନାହିଁ ।

କିନ୍ତୁ ଶ୍ରୀକାନ୍ତ ହାର ମାନିବାର ପିଲା ନ ଥିଲେ ଓ ସେ ବହୁତ ସଂଘର୍ଷ କରିବା ପରେ ଶେଷରେ ତାଙ୍କୁ ବିଜ୍ଞାନ ପଢିବା ପାଇଁ ଚାନ୍ସ ମିଳିଲା । ଏହା ସହିତ ଶ୍ରୀକାନ୍ତ ଦେଶର ପ୍ରଥମ ଅନ୍ଧ ଛାତ୍ର ହେଲେ ଯାହାଙ୍କୁ ଦଶମ ପରେ ବିଜ୍ଞାନ ପଢିବା ପାଇଁ ଚାନ୍ସ ମିଳିଥିଲା । ଏହା ପରେ ତାଙ୍କୁ ଆମେରିକାର ଏକ କଲେଜରେ ପଢିବା ପାଇଁ ଚାନ୍ସ ମିଳିଲା । ଏହା ସହିତ ଶ୍ରୀକାନ୍ତ ଦେଶର ପ୍ରଥମ ଅନ୍ଧ ଛାତ୍ର ହେଲେ ଯିଏ MITରୁ ଶିକ୍ଷା ଗ୍ରହଣ କରିଛନ୍ତି । ଆମେରିକା ପଢି ଫେରି ଆସିବା ପରେ ସେ ହାଇଦ୍ରାବାଦରେ ନିଜର କମ୍ପାନୀ ଆରମ୍ଭ କରିଲେ ।

ଶ୍ରୀକାନ୍ତ ଲୋକମାନଙ୍କ ଖାଦ୍ୟ ପଦାର୍ଥର ପ୍ୟାକିଙ୍ଗ କରିବା ପାଇଁ consumer food packaging କମ୍ପାନୀ ଗଠନ କରିଲେ । ଏହି କମ୍ପାନୀର ଆରମ୍ଭ ଶ୍ରୀକାନ୍ତ ୮ ଜଣର ଗୋଟିଏ ଟିମକୁ ନେଇ କରିଲେ । ସେ ଏହି କମ୍ପାନୀରେ ପ୍ରଥମେ ବେରୋଜଗାର ଲୋକମାନଙ୍କ ସହିତ ଅନ୍ଧ ଲୋକମାନଙ୍କୁ ବି କାମ ଦେଲେ । ଯେତେବେଲେ ଶ୍ରୀକାନ୍ତଙ୍କ କମ୍ପାନୀ ଭଲ ଚାଲିବାକୁ ଲାଗିଲା ତେବେ ଟଙ୍କାର ଅସୁବିଧା ସାମ୍ନାକୁ ଆସିଲା ।

କିନ୍ତୁ ଶ୍ରୀକାନ୍ତ ପଛକୁ ନ ହଠି କେତେକ କମ୍ପାନୀ ଓ ବ୍ୟାଙ୍କ ଠାରୁ ଟଙ୍କା ଆଣି ନିଜ କମ୍ପାନୀକୁ ଛିଡା କରିଲେ । ଆଜି ଶ୍ରୀକାନ୍ତଙ୍କ କମ୍ପାନୀର ତେଲେଙ୍ଗନା ଓ ହାଇଦ୍ରାବାଦରେ ୪ଟି ପ୍ଳାଣ୍ଟ ଅଛି । ଯେଉଁଥିରେ ୧୦୦୦ ସଂଖ୍ୟାରେ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ।

ଆଶାକରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।