Gita Gyana- ମିଛ ପ୍ରେମର 5 ସଂକେତ, ଜାଣିନେବେ ତ କେହିବି ଧୋଖାଦେଇ ପାରିବେ ନାହିଁ

ଏହି ସଂସାରରେ ସବୁ ବ୍ୟକ୍ତି ନିଜ ଜୀବନରେ ନିଶ୍ଚିତ ରୂପରେ କାହାକୁ ନା କାହାକୁ ନିଶ୍ଚିତ ପ୍ରେମ କରିଥିବ ଏବଂ ଏମିତିରେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚିତ ଆସୁଥିବ ଯେ କି ସେମାନେ ଯାହାକୁ ପ୍ରେମ କରୁଛନ୍ତି କଣ ସେ ବି ତାଙ୍କୁ ସେହିଭଳି ପ୍ରେମ କରୁଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଅସଲ ପ୍ରେମ ଚିହ୍ନିବା ପାଇଁ କିଛି ଉପାୟ କହିବୁ । କହିବାକୁ ଗଲେ ଏହିଭଲି ୫ ଟି ସଂକେତ ଅଛି ଯାହା ଦ୍ୱାରା ଆପଣ ଜାଣି ପାରିବେ କି ଆପଣଙ୍କ ପ୍ରେମିକ ଆପଣଙ୍କୁ ପ୍ରକୃତରେ ପ୍ରେମ କରୁଛି ନା ନାହିଁ । ମିଛ ପ୍ରେମର ସଂକେତ-

ପ୍ରଥମ

ଯେତେବେଳେ ଆପଣ ଯାହାକୁ ପ୍ରେମ କରୁଥିବେ ତାଙ୍କୁ ଆପଣଙ୍କ ସମ୍ପର୍କ ବିଷୟରେ ପଚାରିବେ ସେ କହିବେ ଆପଣଙ୍କୁ ବହୁତ ପ୍ରେମ କରୁଛି । କିନ୍ତୁ ମୁଁ ତୁମକୁ ବିବାହ କରି ପାରିବି ନାହିଁ କାହିଁକି ନା ଘର ଲୋକ ମାନୁ ନାହାନ୍ତି । ମୁଁ ତୁମକୁ ବହୁତ ଭଳ ପାଉଛି କିନ୍ତୁ ଆମ ଜାତି ଅଲଗା ।

ଦ୍ଵିତୀୟ

ଯେଉଁ ବ୍ୟକ୍ତି ଆପଣଙ୍କୁ ସତ ପ୍ରେମ କରୁଥିବ ସେ ଆପଣଙ୍କୁ ଆପଣଙ୍କ ଘର ବିଷୟରେ ପଚାରିବ । ଭବିଷ୍ୟତକୁ ନେଇ ବି ପ୍ରଶ୍ନ କରିବ । କିନ୍ତୁ ମିଛ ପ୍ରେମ କରୁଥିବା ବ୍ୟକ୍ତି କେବେ ବି ଏହି କଥା ଉପରେ ଧ୍ୟାନ ଦେବ ନାହିଁ । ସେ କେବଳ ଆପଣଙ୍କ ଠାରୁ ତାର ଅବଶ୍ୟକତା ପୂରଣ କରିବାକୁ ଚାହିଁବ ।

ତୃତୀୟ

ମିଛ ପ୍ରେମ କରୁଥିବା ବ୍ୟକ୍ତି ମାନଙ୍କ ମନ ମଧ୍ୟରେ ବୁଝିବା ଶକ୍ତି ନ ଥିବ । ଏମାନେ କେବଳ ପରସ୍ପରର ଭୁଲକୁ ଦେଖୁଥିବେ । ସେ ଆପଣଙ୍କ ସମସ୍ୟା ସମାଧାନ କରିବାରେ କୌଣସି ଇଚ୍ଛା ପ୍ରକାଶ କରିବେ ନାହିଁ । ତାଙ୍କୁ କେବଳ ଆପଣଙ୍କର ଭୁଲ ଦେଖାଯିବ ।

ଚତୁର୍ଥ

ମିଛ ପ୍ରେମରେ ସବୁବେଳେ କୌଣସି ନା କୌଣସି ସର୍ତ ଥାଏ । ଏମିତିରେ ବିନା ସର୍ତରେ ଆପଣଙ୍କ ମା ବାପାଙ୍କ ଛଡା ଅନ୍ୟ କେହି ପ୍ରେମ କରିବେ ନାହିଁ । ସବୁ ସମ୍ପର୍କରେ କୌଣସି ସର୍ତ ଥାଏ କିନ୍ତୁ ଏହା ଅତ୍ୟଧିକ ଥିଲେ ଏହାକୁ ପ୍ରେମ କୁହାଯାଏ ନାହିଁ । ଯେମିତି ସେହି ସ୍ଥାନକୁ ଯିବ ନାହିଁ, ସେହି ସ୍ଥାନକୁ ଯିବ । ଏହିଭଲି କର ନାହିଁ ଇତ୍ୟାଦି ।

ପଞ୍ଚମ

ମିଛରେ ପ୍ରେମ କରୁଥିବା ବ୍ୟକ୍ତି ସବୁବେଳେ ଆପଣଙ୍କୁ ବଦଳେଇବାକୁ ଚେଷ୍ଟା କରିବ । ନିଜ ଅନୁସାରେ ଚଳିବାକୁ ବାଧ୍ୟ କରୁଥିବ । ଯେଉଁ ବ୍ୟକ୍ତି ଆପଣଙ୍କ ଖରାପ ଅଭ୍ୟାସ କହି ତାକୁ ବଦଳିବାକୁ ଚେଷ୍ଟା କରେ ତାହା ଭଲ କଥା । କିନ୍ତୁ ଯେଉଁ ବ୍ୟକ୍ତି ଆପଣଙ୍କ କୌଣସି କଥାରେ ଭୁଲ ନ ଥାଏ ତାକୁ ଭୁଲ ବୋଲି କହି ପ୍ରତାରଣା କରେ ସେ ପ୍ରକୃତ ପ୍ରେମ କରି ନ ଥାଏ ସେ କେବଳ ପ୍ରେମ କରିବାର ଛଳନା କରିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।