ଯେବେ ମନ ହାରିବାକୁ ଲାଗେ ତ ମୋର ଏହି ଗୋଟିଏ କଥା ମନେ ରଖିଥିବେ, କେବେବି ହେବେନାହିଁ ଦୁଃଖୀ -Krishna Vani

ଦୁନିଆୟାରେ ନଦୀ ଝରଣା କୌଣସି ବୀନା ବାଧା ବିଘ୍ନରେ ବୋହିଯାନ୍ତି ଜନ ସମାଜକୁ ଜଳ ପ୍ରଦାନ କରି ତୃପ୍ତି କରାନ୍ତି ସେହିଭଳି ମନୁଷ୍ୟ ନିଜ ଜୀବନରେ ସ୍ଵାଧୀନ ଭାବରେ ନିଜେ କିଛି କରିବାକୁ ଚାହେଁ । କିନ୍ତୁ ତାଙ୍କ ମନରେ ସବୁବେଳେ ଭୟ ଥାଏ । ଏହି ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁ ମାନେ କି ନିଜକୁ ବହୁତ୍ବ ଅସଫଳ ବୋଲି ଭାବନ୍ତି, ନିଜକୁ ବହୁତ କମଜୋର ବୋଲି ଭାବନ୍ତି ଓ ନିଜକୁ ବହୁତ ନୀରାସ ବ ଏକୁଟିଆ ଭାବନ୍ତି ।

ସେମାନେ ଭାବନ୍ତି ଏହି ଜୀବନରେ ତାଙ୍କ ଦ୍ଵାରା କୌଣସି କାମ ଠିକ ଭାବ ରେ ହୋଇପାରିବ ନାହିଁ । ସେ କିଛି ବି କରିପାରିବେ ନାହିଁ ସେ ଏତେ ଯୋଗ୍ୟ ନୁହନ୍ତି କି ତାଙ୍କ ଦ୍ଵାରା କୌଣସି ବି କାର୍ଯ୍ୟ ହୋଇପାରିବ । କିନ୍ତୁ ଏହା ସତ ନୁହେଁ । ଏହି ଦୁନିଆରେ ଏମିତି କୌଣସି ବି କାମ ବା ବ୍ୟକ୍ତି ନାହିଁ ଯେ ସେ ଅଯୋଗ୍ୟ ଅଟେ ।

ଏମିତି କୌଣସି ବି ଅକ୍ଷର ନାହିଁ ଯେ କି କୌଣସି ମନ୍ତ୍ର ର ଭାଗ ନୁହେଁ ବା ଏମିତି କୌଣସି ଜଡିବୁଟି ନାହିଁ ଯେ କି କୌଣସି ଔଷଧର ଅଂସ ନୁହେଁ । ଏମିତି କୌଣସି ବିଷ ନାହିଁ ଯାହାକି ସମୟ ଆସିଲେ ସେ ଅମୃତ ହୋଇଯିବ । ଠିକ ଏହିଭଳି କୌଣସି ବ୍ୟକ୍ତି ଅଯୋଗ୍ୟ ନଥାଏ । ମନୁଷ୍ୟକୁ ଅଯୋଗ୍ୟ କରାଇ ଥାଏ କେବଳ ତାର ହିଁ ଭାବନା ପାଇଁ । ଏହି ପାଇଁ ମନୁଷ୍ୟକୁ ନିଜ ଅନ୍ତର୍ନିହିତ ଗୁଣକୁ ଭଲ ଭାବରେ ଚିହ୍ନିବା ଉଚିତ ।

ତେବେ ମନୁଷ୍ୟ ନିଜକୁ ଚିହ୍ନି ପାରିବ କି ସେ କିଏ ବା ତାର ନିଜର କୌଣସି ଯୋଗ୍ୟତା ଅଛି ଏବଂ ଏହି ଦୁନିୟାରେ ତାକୁ କିପରି ବଞ୍ଚିବାକୁ ହେବ । ମନୁଷ୍ୟ କୁ ତାର ଅନ୍ତର ମନକୁ ଜାଗୃତ କରିବାକୁ ପଡିବ ଓ ସେ ଜାଣିପାରିବ କି ଏହି ଦୁନିଆ ଯେଉଁ ଆସର ଆଧାରରେ ସ୍ଥିତି ସୃଷ୍ଟି କରିଛି ସେହି ଦୁନିଆରେ ନିରାଶା, ହତାସ ଓ ହାର ଭଳି ଭାବ ର କୌଣସି ଅସ୍ତିତ୍ଵ ନଥାଏ ।

ଆପଣଙ୍କ ବିଚାର ଓ ଭାବନା କୁ ଜୀବନରେ ଆଗକୁ ବଢିବାର ରାସ୍ତା ଦେଖାଇ ଥାଏ ଓ ନିଜ କାମକୁ ଆଗକୁ ନେଇଯାଆନ୍ତୁ ଆପଣଙ୍କର ପ୍ରଗତିର ରାସ୍ତାର ସବୁ ଅସମ୍ଭବ କାମ ସମ୍ଭବ ହେବାକୁ ଲାଗିବ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।