ସ୍କୁଲ ଖୋଲିବ ଏହି ତାରିଖରୁ, ରାଜ୍ୟ ସରକାରଙ୍କ ବଡ ଘୋଷଣା, କଣସବୁ ରହିବ ଗାଇଡ ଲାଇନ ଦେଖନ୍ତୁ

କାରୋନା ମହାମାରୀ ସାରା ବିଶ୍ଵ କୁ କବଳିତ କରିଛି । ଏହି ମହାମାରୀ ଦ୍ଵାରା ଆବାଳ ବୃଦ୍ଧ ବନିତା ସମସ୍ତେ ଏହା ଦ୍ଵାରା ଭୟ ଭୀତ ହୋଇରହିଛନ୍ତି । ଏମିତି କି ସମୃଦ୍ଧ ଶାଳି ଦେଶ ଆମେରିକା ମନ୍ଧ୍ୟ ଏଥିରୁ ନିସ୍ତାର ପାଇପାରିନାହିଁ । ଏହି ମହାମାରୀ ପାଇଁ ସାର  ବିଶ୍ଵର ଅର୍ଥନୀତି ,ଶିକ୍ଷା ଓ ପରିବହନ ଭଳି ଗୁରୁତ୍ଵ ପୂର୍ଣ କ୍ଷେତ୍ର  ଉପରେ ଗଭୀର ଭାବରେ ପ୍ରଭାବ ପଡିଛି । ମୋଟା ମୋଟି ଭାବେ କହିବାକୁ ଗଲେ ବିଶ୍ଵର ଅର୍ଥ ନୀତି ଓ ଶିକ୍ଷା ବ୍ୟବସ୍ତା କୁ ପୁରା ପୁରୀ ଦୋହଲାଇ ଦେଇଛି । ଏହି ମହାମାରୀରେ ଆମ ଦେଶ ଆମ ରାଜ୍ୟ ମଧ୍ୟ ବାଦ ପଡି ନାହିଁ ।

ଏହି ମହାମାରୀକୁ ନେଇ ଆମ ରାଜ୍ୟରେ ସବୁ ସ୍କୁଲ କଲେଜ ବନ୍ଦ ଥିଲା । ଏବେ ଏବେ ଆମ ରାଜ୍ୟ ସରକାର ଏହି ସ୍କୁଲ କଲେଜ ଖୋଲିବାକୁ ନେଇ ଏକ ବିଙ୍ଗ୍ୟପ୍ତି ପ୍ରକାଶ କରିଛନ୍ତି ଯେ କେବେ କେଉଁ ସ୍କୁଲ କଲେଜ ଖୋଲିବ ଓ କେତେ ସମୟ ଚାଲୁ ରହିବ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ବିବରଣୀ ବିଷୟରେ । କୋଭିଡ କଟକଣା ଯୋଗୁଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାବେଳେ ରାଜ୍ୟ ସରକାର ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲିବାକୁ ଯାଉଛନ୍ତି  ।

ତେବେ କେବଳ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ପଡୁଥିବା ଛାତ୍ର ଛାତ୍ରୀ ମାନେ ପାଠ ପଢିବାକୁ ଯିବେ । ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ପରିଷଦ ପକ୍ଷରୁ ହୋଇଥିବା ବାର୍ଷିକ ପରୀକ୍ଷା ନିମନ୍ତେ ଦଶମ ଓ ଦ୍ଵାଦଶ ଶ୍ରେଣୀର ପିଲା ମାନଙ୍କୁ ପ୍ରସ୍ତୁତ କରିବା ସହିତ  ବିଭିନ୍ନ ସମୟରେ ଅନୁଷ୍ଠିତ ସର୍ବଭାରତୀୟ ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ ଅଂଶଗ୍ରହଣ କରିବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବାକୁ ହେବ ।

ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିସ୍ପତି ନେଇଛନ୍ତି । ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଜାନୁଆରୀ ୮ ତାରିଖରୁ ଏପ୍ରିଲ ୨୬ ପର୍ଯ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ପରୀକ୍ଷା ଦେବା ପାଇଁ ଦ୍ଵାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପାଠ ପଢା ଜାନୁଆରୀ ୮ ଏପ୍ରିଲ ୨୮ ପର୍ଯ୍ୟନ୍ତ ଚାଲୁ ରହିବ ।

ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା ଗୁଡିକ ଏପ୍ରିଲ ୨୭ ରୁ ମେ ୨ ତାରିଖ । ଦ୍ଵାଦଶ ଛାତ୍ରଛାତ୍ରୀ ଙ୍କ ପାଇଁ ଏପ୍ରିଲ ୨୯ ତାରିଖରୁ ମେ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ମେ ୩ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ମେ ୧୫ ରୁ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

ତେବେ ଉପରକ୍ତ ସମୟ ଶାରଣୀ ଅନୁସାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର ଓ ରବିବାର କୁ ମିଶାଇ ୧୦୦ ଦିନ ପାଠ ପଢା ଜୀବ । ପାଠ ପଢା ନିମନ୍ତେ ଏକ ବିସ୍ତ୍ରୁତ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି ମାର୍ଗଦର୍ଶିକା ଅନୁସାରେ ସରକାରୀ ଓ ଘରୋଇ ଶିକ୍ଷ୍ୟାନୁଷ୍ଠାନ ଖୋଲିବ ଏହା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ଵତନ୍ତ୍ର ରିଲିଫ କମିଶନ ଦ୍ଵାରା ଜାରି କରାଯାଇଥିବା ନିର୍ଦେଶ ଗୁଡିକ ଅନୁପାଳନ ବାଧ୍ୟତା ମୂଳକ ହେବ ।

ଏହି ନିର୍ଦେଶକୁ ଆଖି ଆଗରେ ରଖୀ ରାଜ୍ୟ ସରକାର ନିସ୍ପତି ନେଇଛନ୍ତି ଜାନୁଆରୀ ମାସ ୮ ତାରିଖ ରୁ ଦଶମ ଓ ଦ୍ଵାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ସ୍କୁଲ ଯାଇପାରିବେ ଓ ୧୦୦ ଦିନ ପାଠ ପଢିବା ପରେ ପରୀକ୍ଷା ମଧ୍ୟ ଆରମ୍ଭ ହୋଇଯିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।