ଆଉ ନାହାଁନ୍ତି ଯାତ୍ରା ଜଗତର ଦୁର୍ଦାନ୍ତ ଖଳନାୟକ ‘ଭିକୁ ସେଠ’, ଜାଣନ୍ତୁ କିପରି ହେଲା ତାଙ୍କର ମୃତ୍ୟୁ

ଯାତ୍ରା ଜଗତର ଦୁର୍ଦାନ୍ତ ଖଳନାୟକ ଭିକୁ ସେଠ ଙ୍କୁ କିଏ ଅବା ନଜାଣେ । କିନ୍ତୁ ଦୁଃଖର ବିଷୟ ହେଲା ଭିକୁ ସେଠ ଆଉ ଏ ଦୁନିଆରେ ନାହାଁନ୍ତି । ସେ ସମସ୍ତଙ୍କୁ ଶୋକରେ ଭସାଇ ଆର ପାରିକୁ ଚାଲି ଯାଇଛନ୍ତି । ଆଜି ଯାତ୍ରା ଦୁନିଆର ଫେମସ ଖଳ ନାୟକ ଓରଫ ମହେନ୍ଦ୍ର ଦାସ ସବୁ ଦିନ ପାଇଁ ଦୁନିଆ ଛାଡି ଦେଇଛନ୍ତି । ତାଙ୍କର ପ୍ରସିଦ୍ଧ ଯାତ୍ରା ଶାଗୁଣା ବସିଛି ଡେଣା ମେଲାଇ ଆଜି ସମସ୍ତଙ୍କୁ ନିଶ୍ଚୟ ମନେ ପଡିବ ।

ଏହି ନାଟକରେ ଭିକୁଙ୍କ ଡାଇଲାଗ ‘ଖୁମ୍ପିଦେଲୁ, ଭଲ କଲୁ’ ଆଜି ବି ସମସ୍ତଙ୍କ ମୁହଁ ରେ ଅଛି । ତାଙ୍କର ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 55 ବର୍ଷ ବୟସ ହୋଇଥିଲା । ସେ ଯାତ୍ରା ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଯାତ୍ରା ଦେଖିବାକୁ ପସନ୍ଦ କରନ୍ତି । ତାଙ୍କର ଚୌଦାର ସ୍ଥିତ ବାସ ଭବନରେ ତାଙ୍କର ପରଲୋକ ହୋଇ ଯାଇଛି । ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇ ଯାଇଛି ।

ସେ ଯାତ୍ରା ଦୁନିଆରେ ଭିକୁ ସେଠ ନାମରେ ଖୁବ ପରିଚିତ ଥିଲେ । ଆପଣଙ୍କୁ କହି ଦେଉଛୁ କି ଯେତେବେଳେ ସେ ‘ଶାଗୁଣା ବସିଛି ଡେଣା ମେଲାଇ’ ନାଟକ କରିଥିଲେ ସେତେବେଳେ ସେଥିରେ ତାଙ୍କର ଭିକୁ ସେଠ ଚରିତ୍ର ଲୋକଙ୍କୁ ଏତେ ପସନ୍ଦ ଆସିଥିଲା କି ସେ ରାତାରାତି ମହେନ୍ଦ୍ର ଦାଶ ରୁ ଭିକୁ ସେଠ ନାମରେ ପରିଚିତ ହୋଇଗଲେ । ତାଙ୍କର ଦମଦାର ଅଭିନୟ ଦେଖିବାକୁ ଲୋକଙ୍କର ଭିଡ ଜମି ଯାଉଥିଲା । କିନ୍ତୁ ଯାତ୍ରା ପୂର୍ବରୁ ଅଲିଉଡ ଫିଲ୍ମ ରେ ସେ ପ୍ରଥମେ ନଜର ଆସିଥିଲେ ।

ସେ ଯାତ୍ରା କରିବା ପୂର୍ବରୁ ଯଶୋଦା ଫିଲ୍ମ ରେ ଅଭିନୟ କରିଥିଲେ ଏହା ପରେ ସେ ଯାତ୍ରା ଜଗତକୁ ପ୍ରବେଶ କଲେ । ଯାତ୍ରାରେ ସେ ଏତେ ପପୁଲାର ହେଇ ଗଲେ କି ସେଠାରୁ ସେ କେବେ ଫେରି ଚାହିଁ ନାହାଁନ୍ତି । ମହେନ୍ଦ୍ରଙ୍କ ମୃତ୍ୟୁ ଖବର ଶୁଣି ଯାତ୍ରା ଦୁନିଆ ସହ ପୁରା ଓଡିଶାରେ ଏକ ଶୋକର ପରିବେଶ ଖେଳି ଯାଇଛି । ଆମେ କେବଳ ଏତିକି ଆଶା କରିବୁ କି ତାଙ୍କ ଅମର ଆତ୍ମାକୁ ଶାନ୍ତି ମିଳୁ ।