ଶେଷ ମୂହୁର୍ତ୍ତରେ IPL ଛାଡି ଫସିଗଲେ ଇଂଲଣ୍ଡର ବିସ୍ଫୋରକ ଓପନର Jason Roy, ECB ନେଲା ଏହିଭଳି ଦଣ୍ଡନୀୟ ପଦକ୍ଷେପ

ମନଇଛା ଆଇପିଏଲ ଛାଡିବା ମହଙ୍ଗା ପଡିଲା । ଗୁଜୁରାଟ ପାଇଁ କେହଲିବାକୁ ମନା କରିବାରୁ ଦଣ୍ଡ ମିଳିଲା । ଯାହାର ଫଳସ୍ଵରୂପ ବିସ୍ଫୋରକ ଓପନର ଜେସନ ରୟଙ୍କୁ ବ୍ୟାନ କରିଛି ଇଂଲଣ୍ଡ କ୍ରିକେଟ ବୋର୍ଡ । ବାୟୋ ବବଲ୍ ପରିବେଶର ଦ୍ଵାହି ଦେଇ ଆଇପିଏଲ ଖେଳିବାକୁ ଶେଷ ମୂହୁର୍ତ୍ତରେ ମନା କରି ଦେଇଥିବା ଇଂଲଣ୍ଡ କ୍ରିକେଟ ଟିମ୍ ର ବିସ୍ଫୋରକ ଓପନର ଜେସନ ରୟ ଦଣ୍ଡିତ ହୋଇଛନ୍ତି । ଜେସନଙ୍କ ଏହିଭଳି ଚୁକ୍ତି ଖିଲାପ କାର୍ଯ୍ୟ ଯୋଗୁଁ ଇଂଲଣ୍ଡ କ୍ରିକେଟ ବୋର୍ଡ ତାଙ୍କୁ ଆଗାମୀ ଆନ୍ତର୍ଜାତୀୟ ମ୍ଯାଚରୁ ସସପେଣ୍ଡ କରିଛି ।

ଏଥିସହ ତାଙ୍କ ଉପରେ ଆର୍ଥିକ କଟକଣା ମଧ୍ୟ ଲଗାଇଛି । ଇସିବି ପକ୍ଷରୁ କୁହାଯାଇଛି ଯେ ଜେସନଙ୍କୁ ଆଗାମୀ ଦୁଇଟି ମ୍ଯାଚରୁ ବ୍ୟାନ କରାଯାଇଛି । ଏହାସହ ରୟଙ୍କ ଉପରେ ଇସିବି ଦୁଇ ହଜାର ପାଞ୍ଚ ଶହ ୟୁରୋର ଜୋରିମାନା ମଧ୍ୟ ଲଗାଇଛି । ଜେସନଙ୍କ ଖରାପ ବ୍ୟବହାର ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଇସିବି ପକ୍ଷରୁ ଦର୍ଶା ଯାଇଛି । ଆଇପିଏଲ ୨୦୨୨ ପାଇଁ ଗୁଜୁରାଟ ଦଳରେ ସାମିଲ ହୋଇଥିଲେ ଜେସନ ରୟ । କିନ୍ତୁ ବାୟୋ ବବଲ୍ କାରଣ ଦର୍ଶାଇ ଲିଗ୍ ର ୧୫ତମ ସିଜନରୁ ସେ ଶେଷ ମୂହୁର୍ତ୍ତରେ ବାହାରି ଯାଇଛନ୍ତି ।

ଏନି ଜେସନ ଇସିବିର ସୂଚନା ଅନୁଯାୟୀ ୩.୩ ଧାରାକୁ ଉଲ୍ଲଂଘନ କରିଥିବା ଇଂଲଣ୍ଡ କ୍ରିକେଟ ବୋର୍ଡ କହିଛି । ଆଗକୁ ଯଦି ଜେସନଙ୍କ ବ୍ୟବହାରରେ ସୁଧାର ନଆସେ ତେବେ ଏହି ନୀଲମବାନ ଅବଧି ୧୨ ମାସକୁ ବଢାଇ ଦେବା ଆଶଙ୍କା ରହିଥିବା ଇସିବି ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି । ତାଙ୍କ ଉପରେ ଲାଗିଥିବା ୨୫୦୦ ୟୁରୋ ଜୋରିମାନା ରାଶି ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ଭରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଆଇପିଏଲ ୨୦୨୨ରେ ନୂଆ ଟିମ୍ ଭାବେ ସାମିଲ ହୋଇଥିବା ଗୁଜୁରାଟ ଟାଇଟନସ୍ ଜେସନଙ୍କୁ ଦୁଇ କୋଟି ଟଙ୍କାରେ କିଣିଥିଲା । ଏହି ଦଳର କ୍ଯାପଟେନ ହୋଇଛନ୍ତି ହାର୍ଦ୍ଧିକ ପାଣ୍ଡ୍ୟା । ଦକ୍ଷିଣ ଆଫ୍ରିକାର ଗ୍ୟାରୀ କ୍ରିଷ୍ଟନଙ୍କୁ ଦଳ ନିଜ ମେଣ୍ଟର ଭାବେ ନେଇଥିବା ବେଳେ ପୂର୍ବତନ ଭାରତୀୟ ଫାଷ୍ଟ ବୋଲର ଆଶିଷ ନେହେରା ହେଡ୍ କୋଚ୍ ଅଛନ୍ତି । ଗୁଜୁରାଟ ଦଳରୁ ଜେସନଙ୍କ ସହ ଭାରତର ଉଦୀୟମାନ ପ୍ରତିଭା ଶୁଭମନ ଗିଲ୍ ଓପନିଂ କରିବାର୍ଷ ସମ୍ଭାବନା ଥିଲା ।

ତେବେ ବର୍ତ୍ତମାନ ଜେସନଙ୍କ ବଦଳରେ କିଏ ଖେଳିବେ ସେନେଉ ଗୁଜୁରାଟ ଏପର୍ଯ୍ୟନ୍ତ କୌଣସି ଚୂଡାନ୍ତ ନିଷ୍ପତ୍ତି ନେଇ ନଥିବା ବେଳେ ଅଷ୍ଟ୍ରେଲିଆର ୱିକେଟ କିପର ଓ ବ୍ୟାଟ୍ସମ୍ୟାନ ମାଥିୟୁ ୱେଡ ଗିଲ୍ ଙ୍କ ସହ ଓପନ କରିପାରନ୍ତି । ସେହିପରି ଦଳରେ ପ୍ରମୁଖ ବୋଲର ଭାବେ ନ୍ୟୁଜିଲାଣ୍ଡ ଦଳର ଲକି ଫର୍ଗୁସନ ଓ ଆଫଗାନିସ୍ତାନର ସ୍ପିନ୍ ସ୍ପେଶାଲିଷ୍ଟ ରଶିଦ ଖାନ ମଧ୍ୟ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।