ଯୁଦ୍ଧକୁ ଓହ୍ଲାଇଲେ ରୋବୋ ସୋଲଜର୍ସ, ୟୁକ୍ରେନ ପାଇଁ ଋଷ ଆଣିଲା ନୂଆ ଚ୍ୟାଲେଞ୍ଜ, କିଏ ଏହି ରୋବୋ ସୋଲଜର୍ସ ? କେମିତି କରନ୍ତି କାମ ?

ୟୁକ୍ରେନ ସେନାଙ୍କ ପାଇଁ ଆଉ ଏକ ବଡ ଚ୍ୟାଲେଞ୍ଜ ଆସିଛି । ବର୍ତ୍ତମାନ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇଛନ୍ତି ଋଷର ଘାତକ ରୋବୋ ସୋଲଜର୍ସ । ପ୍ରାୟ ଏକ ମାସ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ରକେଟ ଓ ବୋମା ମାଡରେ ୟୁକ୍ରେନ ପୁରା ଛାରଖାର ହୋଇ ଯାଇଥିଲେ ବି ଋଷ ଆଗରେ ମୁଣ୍ଡ ନୁଆଁଇ ନାହିଁ । ୟୁକ୍ରେନ ସେନା ଋଷ ସେନାଙ୍କୁ କଡା ଟକ୍କର ଦେଉଥିବା ବେଳେ ଋଷ ତା’ର ଘାତକ ରୋବୋ ସୋଲଜର୍ସଙ୍କୁ ମଇଦାନକୁ ଓହ୍ଲାଇଛି ।

ସାଧାରଣତଃ ଆମେ ସିନେମା ମାନଙ୍କରେ ରୋବୋତିକ ସୋଲଜର୍ସ ମାନଙ୍କୁ ଯୁଦ୍ଧ କ୍ଷେତ୍ରରେ ଲଢୁଥିବାର ଦେଖିବାକୁ ପାଇଥାଉ । କିନ୍ତୁ ଋଷ ପାଖରେ ଘାତକରେ ରହିଛନ୍ତି ଏହି ଘାତକ ରୋନୋ ସୋଲଜର୍ସ । ଏହି ରୋବୋ ସୋଲଜର୍ସ ମାନେ ସାଧାରଣ ସୈନିକଙ୍କ ଠାରୁ ବହୁ ଗୁଣରେ ଶକ୍ତିଶାଳୀ ହେବା ସହ ଲୁଚି ରହିଥିବା ଶତ୍ରୁ ମାନଙ୍କୁ ଖୋଜି ମାରିବାରେ ବେଶ ପାରଙ୍ଗମ । ଏହି ରୋବୋ ସୋଲଜର୍ସ ମାନେ କେବେବି ଲକ୍ଷ୍ୟଚୁତ ହୁଅନ୍ତି ନାହିଁ । ସଠିକ ଭାବେ ଆକ୍ରମଣ କରି ଶତ୍ରୁକୁ ଧୁଳି ଚଟାଇବାରେ ଏମାନେ ବେଶ ସିଦ୍ଧ ହସ୍ତ ।

ଏହି ସୋଲଜର୍ସ ମାନେ ଶତ୍ରୁ ଉପରେ ଆଖି ପିଛୁଳାକେ ଆକ୍ରମଣ କରି ଦିଅନ୍ତି, ଶତ୍ରୁକୁ ଭାବିବା ପାଇଁ ବି ସମୟ ଦିଅନ୍ତି ନାହିଁ । ଋଷ ଏପରି ଏକ ସୁଟ୍ ତିଆରି କରିଛି ଯାହାକୁ ପିନ୍ଧିବା ମାତ୍ରେ ସୈନ୍ୟଙ୍କ ଶରୀରରେ ଆସିଯାଏ ଅଦମ୍ୟ ଶକ୍ତି । ଏହି ସୁଟ୍ ଯୋଗୁଁ ନିଜକୁ ସୈନିକ ବଦଳରେ ସୁପର ହ୍ୟୁମାନ ବୋଲି ଭାବିଥାନ୍ତି ଯବାନ ।

ଏହି ସୁଟ୍ ହାଇଡ୍ରୋଲିକ ସିଷ୍ଟମ ଦ୍ଵାରା ତିଆରି ହୋଇଥିବାରୁ ଯବାନଙ୍କ ମାଂସପେଶୀକୁ ହାରା ମିଳିଥାଏ । ଏହାସହ ବହୁ ଓଜନର ଗୋଲାବାରୁଦକୁ ଧରି ଅନେକ ବାଟ ଯାଏଁ ଚାଲିପାରନ୍ତି ଯବାନ । ଏହି ସୁଟ୍ ଉପରେ ଶତ୍ରୁଙ୍କ ଗୁଳିର ପ୍ରଭାବ ପଡି ନଥାଏ । ସବୁଠୁ ବଡ କଥା ହେଉଛି ଏହି ସୁଟ୍ ଟାଇଟାନିୟମ ସେଲରେ ତିଆରି କରା ଯାଇଥାଏ । ଯାହାର ଓଜନ ଖୁବ କମ୍ ହେବା ସହ ଏହା ସୁରକ୍ଷା କବଚ ଭଳି ମଧ୍ୟ କାମ କରିଥାଏ ।

ଏହାସହିତ ଏହି ସୁଟ୍ ରେ ଆଣ୍ଟିନାଲେସ ହେଲମେଟ ଲାଗିଛି । ଏହି ହେଲମେଟ ସାହାଯ୍ୟରେ ଯବାନ ତାଙ୍କ ସାଥିଙ୍କ ସହ ଯୋଡି ହୋଇ ରହିଥାନ୍ତି । ସାମ୍ନାରେ ଏକ କଳା ରଙ୍ଗର ଗ୍ଳାସ ଲାଗିଥିବାରୁ ସୋଲଜର କାହାକୁ ଟାର୍ଗେଟ କରୁଛନ୍ତି ତାହା ଜଣା ପଡି ନଥାଏ ।

ଏହାସହ ଏହି ସୁଟ୍ କୁ ପିନ୍ଧିବା ପରେ ଦେଖାଯାଇଛି କି ଯବାନ ମାନେ ଗୋଟିଏ ହାତରେ ମେସିନ ଗନ୍ ଚଲାଇ ପାରୁଛନ୍ତି । ତେବେ ଏହି ସୁଟ୍ ର ନାଁ ହେଉଛି ଏକସୋ ସ୍କେଲିଟନ ପ୍ରୋଟାଟାଇଲ ସୁଟ୍ । ଦୀର୍ଘ ବର୍ଷ ହେବ ଏହା ଉପରେ ରିସର୍ଚ୍ଚ କରି ଏପରି ଏକ ରୋବଟିକ ସୁଟ୍ ତିଆରି କରିପାରିଛି ଋଷ । ତେଣୁ ବର୍ତ୍ତମାନ କୁହାଯାଉଛି କି ୟୁକ୍ରେନ ସେନାକୁ ଏବେ ରୋବର୍ଟ ମାନଙ୍କ ସହ ଲଢିବାକୁ ପଡିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।