ଋଷର ମିଶାଇଲ ମାଡରେ ଛିନଛତ୍ର ହେଲା ୟୁକ୍ରେନ ଅସ୍ତ୍ରାଗାର, ଦେଖନ୍ତୁ ଭିଡିଓ…

ଋଷର ମିଶାଇଲ ମାଡରେ ୟୁକ୍ରେନର ଏକ ଅସ୍ତ୍ରାଗାର ଛିନ୍ନଭିନ୍ନ ହୋଇ ଯାଇଛି । ବାୟୁସେନା ହେଲିକପ୍ଟର କେଏଫ୫୨ ରୁ ମିଶାଇଲ ମାଡ କଲା ଋଷ । ଆଉ ମାତ୍ର କେଇ ସେକେଣ୍ଡରେ ଧ୍ଵଂସ ହୋଇଗଲା ୟୁକ୍ରେନର ଗୋଳାବାରୁଦ ଡିପୋ । ଆଉ ଏହାର ଏକ ଭିଡିଓ ମଧ୍ୟ ପ୍ରସାରିତ ହେଉଛି । ଋଷର ଗଣମାଧ୍ୟମ “ସ୍ଫୁଟନିକ” ର ରିପୋର୍ଟରେ ଏହା ଦର୍ଶାଯାଇଛି । ୟୁକ୍ରେନର ପ୍ରତିଆରକ୍ଷା ପ୍ରଣାଳୀକୁ ଏଡାଇବାକୁ ଯାଇ ସାତ କିଲୋମିଟର ଦୂରରୁ ଗାଇଡେଡ ମିଶାଇଲ ନିକ୍ଷେପ କରିଥିଲା ଋଷ ।

ଆଉ କ୍ଷେପଣାସ୍ତ୍ରଟି ଯୋଜନାବଦ୍ଧ ଭାବେ ନିଜର ଲକ୍ଷ୍ୟ ଭେଦ କରିଥିଲା । ତେବେ ଏହି ଆକ୍ରମଣରେ କେତେ ଲୋକଙ୍କ ମୃତ୍ୟୁ ଘଟିଛି ସେନେଇ ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ କୌଣସି ସୂଚନା ଦେଇ ନାହିଁ । ଏହାସହ ୟୁକ୍ରେନର ବନ୍ଦର ନଗରି ମାରିୟୁପୋଲ ଉପରେ ପ୍ରବଳ ବୋମାମାଡ କରିଛି ଋଷ । ଅନବରତ ନୋମାମାଡ ଫଳରେ ମାରିୟୁପୋଲ ଏକ ମୃତ ନଗରୀରେ ପରିଣତ ହୋଇଯାଇଛି । ଋଷ ଆଗରେ ଆତ୍ମ ସମର୍ପଣ କରିବାକୁ ଅସ୍ଵୀକାର କରିବା ପରେ ଏହି ନଗରବାସୀଙ୍କୁ ଏପରି ପରିଣାମ ଭୋଗିବାକୁ ପଡିଛି ।

ଅନ୍ୟପକ୍ଷରେ ମହାକାଶକୁ ସୋୟୁଜ୨୧ଏ ନାମକ ରକେଟ ଉତକ୍ଷେପଣ କରିଛି ଋଷ । ମହାଶୂନ୍ୟକୁ ପଠା ଯାଇଥିବା ଏହି ରକେଟରେ ଜେଡ୍ ଅକ୍ଷର ଲେଖାଯାଇଛି । ଭ୍ଲାଦିମିର ପୁଟିନଙ୍କ ନେତୃତ୍ବରେ ଚାଲିଥିବା ୟୁକ୍ରେନ ଆକ୍ରମଣକୁ ସମର୍ଥନ କରିବାର ସଂକେତ ଦେଉଛି ଜେଡ୍ ଅକ୍ଷର ।

ୟୁକ୍ରେନ ସୀମାନ୍ତରେ ରଖା ଯାଇଥିବା ଟ୍ୟାଙ୍କ ଓ ସାମରିକ ବାହନ ଗୁଡିକରେ ମଧ୍ୟ ଇଂରାଜୀ ଅକ୍ଷର ଜେଡ୍ ଲେଖାଯାଇଛି । ଋଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଜ ଇନଷ୍ଟାଗ୍ରାମ ପେଜ୍ ରେ ବିଭିନ୍ନ ଭଙ୍ଗୀରେ ଲେଖା ଯାଇଥିବା ଜେଡ୍ ଓ ଭି ଅକ୍ଷର ପୋଷ୍ଟ କରିଛି । କିନ୍ତୁ ଉକ୍ତ ଅକ୍ଷରର ବାସ୍ତବ ଅର୍ଥ କଣ ତାହାର କୌଣସି ନିର୍ଦ୍ଧିଷ୍ଟ ବ୍ୟାଖ୍ୟା ଦିଆଯାଇ ନାହିଁ । ଆଜିକୁ ପ୍ରାୟ ମାସେ ହେବ ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି ଋଷ । ବିଶ୍ଵ ସମୂହରୁ ଯେତେ ଚାପ ପଡିଲେ ମଧ୍ୟ ସେସବୁକୁ ଖାତିର କରୁ ନାହିଁ ଋଷ ।

ଦିନକୁ ଦିନ ଆହୁରି ଉଗ୍ର ହେଉଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ମଧ୍ୟ ଛାରଖାର ହୋଇ ସାରିଥିଲେ ବି ଋଷ ପାଖରେ ମୁଣ୍ଡ ନୁଆଁଉନାହିଁ । ତେବେ ଦେଖାଯାଉ ଆଉ କେତେ ଦିନ ଏହି ଯୁଦ୍ଧ ଲାଗି ରହୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।