କୃଷ୍ଣ ଜନ୍ମାଷ୍ଟମୀରେ ଏହି ୫ଟି ଜିନିଷ ରଖି କରନ୍ତୁ ପୂଜା, ଆପଣଙ୍କର ସବୁ ମନୋକାମନା ହେବ ପୁରା

ଦେଶସାରା ଶ୍ରୀ କୃଷ୍ଣଙ୍କର ଜନ୍ମ ଦିବସ ମାନେ ଜନ୍ମାଷ୍ଟମୀ ଦିନକୁ ଲୋକମାନେ ବହୁତ ଧୁମଧାମର ସହିତ ପାଳନ କରିଥାନ୍ତି । ଜନ୍ମାଷ୍ଟମୀରେ ଭକ୍ତମାନେ ଭଗବାନ ଶ୍ରୀ କୃଷ୍ଣଙ୍କୁ କ୍ଷୀର, ଦହି, ଲହୁଣୀ ଓ ମିଶ୍ରି ଇତ୍ୟାଦିର ଭୋଗ ଲଗାଇଥାନ୍ତି । କାରଣ ଏହି ସମସ୍ତ ଜିନିଷ ଭଗବାନ କୃଷ୍ଣଙ୍କୁ ଅତି ପ୍ରିୟ ଅଟେ । ଏହା ଅତିରିକ୍ତ ଭଗବାନ କୃଷ୍ଣଙ୍କୁ ଅନ୍ୟ କେତେକ ଜିନିଷ ବି ବହୁତ ପସନ୍ଦ ଅଟେ ।

ଆଜି ଆମେ ଆପଣଙ୍କୁ ଜନ୍ମାଷ୍ଟମୀର ଶୁଭ ଅବସରରେ କିଛି ଏମିତି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ଆପଣ ଭଗବାନ ଶ୍ରୀ କୃଷ୍ଣଙ୍କ ସମ୍ମୁଖରେ ରଖି ପୂଜା କରିବେ ତେବେ ଭଗବାନ ଆପଣଙ୍କର ସମସ୍ତ ଇଚ୍ଛାକୁ ଜଲ୍ଦି ପୁରା କରିଦେବେ ।

ମୟୂର ପର

ଆପଣ ସମସ୍ତେ ଭଗବାନ କୃଷ୍ଣଙ୍କର ମୁକୁଟରେ ମୟୂର ପର ଦେଖିଥିବେ । ମୟୂର ପରକୁ ସମ୍ମୋହନ ଓ ଭବ୍ୟତାର ପ୍ରତୀକ ବୋଲି ବି କୁହାଯାଏ । ଏମିତି କୁହାଯାଏ କି ମୟୂର ପର ଜୀବନର ସମସ୍ତ ଦୁଃଖକୁ ଦୂର କରିଦିଏ ଓ ଜୀବନକୁ ସୁଖମୟ କରିଥାଏ । ଏହି କାରଣରୁ ଆପଣ ଜନ୍ମାଷ୍ଟମୀର ପୂଜା ସମୟରେ ମୟୂର ପରର ବ୍ୟବହାର ଅବଶ୍ୟ କରନ୍ତୁ ।

ବଇଁଶି

ଭଗବାନ ଶ୍ରୀ କୃଷ୍ଣଙ୍କୁ ବଇଁଶି ଅତ୍ୟଧିକ ପସନ୍ଦ ଅଟେ । ଏମିତିରେ ଯଦି ଆପଣ ଜନ୍ମାଷ୍ଟମୀରେ କୃଷ୍ଣଙ୍କ ସମ୍ମୁଖରେ ବଇଁଶି ରଖି ପୂଜା କରିବେ ତେବେ ଏଥିରୁ ଆପଣଙ୍କୁ ଶୁଭ ଫଳ ମିଳିଥାଏ ।

ପିତାମ୍ବର ଓ ଚନ୍ଦନର ତିଳକ

ଭଗବାନ କୃଷ୍ଣ ସବୁବେଳେ ପିତାମ୍ବର ଧାରଣ କରିଥାନ୍ତି ଓ ନିଜ ମୁଣ୍ଡ ଉପରେ ଚନ୍ଦନ ତିଳକ ଲଗାଇଥାନ୍ତି । ସେଥିପାଇଁ ଆପଣ ଜନ୍ମାଷ୍ଟମୀରେ କୃଷ୍ଣଙ୍କୁ ଚନ୍ଦନ ସମର୍ପଣ କରନ୍ତୁ ।

ବୈଜୟନ୍ତୀର ମାଳା

ବୈଜୟନ୍ତୀ ମାଳାକୁ ଭଗବାନ କୃଷ୍ଣ ସବୁବେଳେ ଧାରଣ କରିଥାନ୍ତି । ତେବେ ଜନ୍ମାଷ୍ଟମୀରେ ଭଗବାନ କୃଷ୍ଣଙ୍କର ପ୍ରତିମାରେ ବୈଜୟନ୍ତୀ ମାଳା ଅବଶ୍ୟ ପିନ୍ଧାନ୍ତୁ ।

ମିଶ୍ରି

ମିଶ୍ରି ଭଗବାନ କୃଷ୍ଣଙ୍କୁ ଅତି ପ୍ରିୟ ଅଟେ । ଯଦି ଆପଣ ଭଗବାନ କୃଷ୍ଣଙ୍କ ଜନ୍ମଦିନରେ ତାଙ୍କ ସମ୍ମୁଖରେ ମିଶ୍ରି ରଖି ପୂଜା କରିବେ ତେବେ ଆପଣଙ୍କ ଜୀବନରେ ଖୁସି ଭରପୁର ହୋଇଯିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।