ଜନ୍ମଦିନରେ ପୁଅକୁ ଗୋଲାପ ଦେଲେ ବାପା Uttam Mohanty, ଆଉ କହିଲେ, ପୁଅ ତୋ ପରିବାର ସହ ରହ… ଦେଖନ୍ତୁ video

ଜନ୍ମଦିନରେ ପୁଅକୁ ସାଇବାବାଙ୍କ ଗୋଲାପ ଦେଲେ ବାପା ଉତ୍ତମ ମହାନ୍ତି । ଆଉ ଫୁଲ ଦେଇ କହିଲେ ବାବୁ ତୁ ତୋ ପରିବାର ସହ ରହ । ପୁଅ ବାବୁଶାନ ମୁଣ୍ଡକୁ ଆଉଁସି ଦେଇ ଆଲିଙ୍ଗନ କରି ଜନ୍ମଦିନରେ ଏପରି କିଛି କହିଛନ୍ତି ତାଙ୍କ ବାପା । ସୁନ୍ଦର ଗୋଲାପ ଫୁଲଟିଏ ଦେଇ ବାପା କହିଛନ୍ତି, ଏହି ଗୋଲାପ ଭଳି ତୋ ପରିବାର ବି ଖୁବ ସୁନ୍ଦର ହେଉ ଏବଂ ଗୋଲାପର ପ୍ରତିଟି ବାର୍ତ୍ତାରେ ତୁ ତୋ ସଫଳତାର ବାର୍ତ୍ତା ଲେଖ । ଆଜ୍ଞା ହଁ, ଆଜି ହେଉଛି ଆପଣଙ୍କ ପ୍ରିୟ ଓଲିଉଡ ଅଭିନେତା ବାବୁଶାନ ମହାନ୍ତିଙ୍କ ଜନ୍ମଦିନ ।

ଏଥର ୩୩ ବର୍ଷ ବୟସରେ ପାଦ ଦେଇଛନ୍ତି ବାବୁଶାନ । ସକାଳୁ ଉଠିବା ପରେ ମା ଅପରାଜିତା ମହାନ୍ତି ଓ ବାପା ଉତ୍ତମ ମହାନ୍ତିଙ୍କ ପାଦ ଛୁଇଁ ସେ ଆଶୀର୍ବାଦ ଗ୍ରହଣ କରିଛନ୍ତି । ଜନ୍ମଦିନରେ ସକାଳୁ ଉଠିବା ପରେ ନିତ୍ୟକର୍ମ ସାରି ଠାକୁରଙ୍କୁ ମୁଣ୍ଡିଆ ମାରି ନିଜ ଦିନର ଆରମ୍ଭ କରିଛନ୍ତି ବାବୁଶାନ । ଜନ୍ମଦିନରେ ସେ ବାପାମା’ଙ୍କ ଠାରୁ ଏକ ନୂଆ ଆରମ୍ଭର ଆଶୀର୍ବାଦ କାମନା କରିଛନ୍ତି । ସେ କଥା ଦେଇଛନ୍ତି କି, ଆଉ ଏମିତି କେବେ କିଛି କରିବେ ନାହିଁ ଯେଉଁଥି ପାଇଁ ତାଙ୍କ ବାପାମା’ଙ୍କୁ ବଦନାମ ହେବାକୁ ପଡିବ ।

ଏମିତି ପ୍ରତିଶ୍ରୁତି ଦେଇ ବାପାମା’ଙ୍କ ସବୁ କଥାକୁ ମାନିବେ ବୋଲି ସେ କହିଛନ୍ତି । ଏହାସହ ସେ ନିଜ ପୁଅ ଓ ସ୍ତ୍ରୀ ସହ କେକ୍ କାଟିବେ ବୋଲି ମଧ୍ୟ କହିଛନ୍ତି । ସେମାନେ ପାଖକୁ ନ ଆସିଲେ ବି ବାବୁଶାନ ନିଜେ ତାଙ୍କ ପାଖକୁ ଯିବେ ବୋଲି କହିଛନ୍ତି । ଏହାରି ମଧ୍ୟରେ ଅନେକ ଘାଟ ପ୍ରତିଘାତକୁ ସାମ୍ନା କରି ସାରିଛନ୍ତି ଓଲିଉଡ ସୁପରଷ୍ଟାର ବାବୁଶାନ ।

ଗତ ସାତଦିନ ତଳେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ପତ୍ନୀ ତୃପ୍ତିଙ୍କ ସହ କଳିକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବାବୁଶାନ । ଏପରି ଘଟଣା ପରେ ସେ ଛେନାଇ ଚାଲି ଯାଇଥିଲେ ଓ ପ୍ରକୃତିଙ୍କ ସହ ସେ ଜନ୍ମଦିନ ପାଳନ କରିବେ ବୋଲି କଥା ଉଠିଥିଲା । କିନ୍ତୁ ଚେନ୍ନାଇରୁ ନିଜ ବାପାମା’ଙ୍କ ପାଖକୁ ଫେରି ଆସିଥିଲେ ବାବୁଶାନ । ଫେରିବା ପରେ ସେମାନଙ୍କୁ ଧରି କାନ୍ଦିବା ସହ ଏମିତି ଭୁଲ୍ ଆଉ କେବେ କରିବେନି ବୋଲି କହିଥିଲେ ।

ବାପାଙ୍କ ଦେହ ଖରାପ ଥିବା କଥା ଶୁଣି ସେ ଆଉ ରହି ପାରି ନଥିଲେ । ତେବେ ଆଜି ଜନ୍ମଦିନରେ ନିଜ ପରିବାର ଓ କ୍ଯାରିୟରକୁ ନେଇ ସେ ଅନେକ କିଛି କାମନା କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।