ସକାଳୁ ପୁଅ Guan ଭିଡିଓ କଲ୍ ରେ ବାପା Babushan ଙ୍କୁ ୱିସ କଲା ହାପି ବାର୍ଥଡେ, ଏହାସହ ଆହୁରି କଣ ସବୁ କଥା ହେଲା… ଦେଖନ୍ତୁ video

ଆଜି ହେଉଛି ଓଲିଉଡ ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କ ୩୩ତମ ଜନ୍ମଦିନ । ସକାଳୁ ସକାଳୁ ପୁଅ ଗୁଆନ ତାଙ୍କୁ ଭିଡିଓ କଲ୍ ଯୋଗେ ହାପି ବାର୍ଥଡେ ୱିସ୍ କରିଛନ୍ତି । କୁନି କୁନି ସ୍ଵରରେ ପୁଅ ବାବୁଶାନଙ୍କୁ କହିଛି, ପାପା ହାପି ବାର୍ଥଡେ । ପୁଅର ବାର୍ଥଡେ ୱିସ୍ ରେ ବାପା ବାବୁଶାନଙ୍କ ନିଦ ଭାଙ୍ଗିଯାଇଛି । ଭିଡିଓରେ ପୁଅର ୱିସ୍ ଶୁଣି ସେ ବହୁତ ଖୁସି ହୋଇ ‘ଥ୍ଯାଙ୍କ ୟୁ ବେଟା’ ବୋଲି କହିଛନ୍ତି । ଆଜି ତୁ ଆସିଲେ ମଜା କରିବା ଓ ଏକାସାଙ୍ଗେ ମଜା କରିବା ବୋଲି ପୁଅକୁ ସେ କହିଛନ୍ତି ।

ବାପ ପୁଅଙ୍କ ମଧ୍ୟରେ ଭିଡିଓ କଲ୍ ରେ ଆଜି ଏମିତି କିଛି କଥାବାର୍ତ୍ତା ହୋଇଥିଲା । ପୁଅ ଗୁଆନକୁ ବହୁତ ଭଲପାନ୍ତି ବାପା ବାବୁଶାନ । ଚେନ୍ନାଇରୁ ଫେରିବା ପରେ ସେ ନିଜ ପୁଅକୁ କୋଳରେ ବି ଧରି ନାହାନ୍ତି । ଯାହା କେବଳ ଭିଡିଓ କଲ୍ ରେ ହିଁ ଦେଖୁଥିଲେ । ତେବେ ଆଜି ସେ ତାଙ୍କ ପୁଅକୁ ଦେଖିବେ ବୋଲି କହିଛନ୍ତି । ପୁଅ ଗୁଆନ ଘରକୁ ଆସିବା ପରେ ପୁରା ପରିବାର ସହ କେକ୍ କରିବେ ବାବୁଶାନ ।

ପ୍ରକୃତି ମିଶ୍ର, ପତ୍ନୀ ତୃପ୍ତି ଓ ବାବୁଶାନଙ୍କ ମଧ୍ୟରେ କଳି ପରେ ଆଜି ଗୋଟିଏ ଭଲ ଦିନ ଆସିଛି । ଯାହା ସେମାନଙ୍କ ପରିବାରକୁ ପୁଣି ଥରେ ନିଶ୍ଚୟ ଏକାଠି କରିବ ବୋଲି ଚର୍ଚ୍ଚା ହେଉଛି । ତାଙ୍କ ଜନ୍ମଦିନ ଅବସରରେ ପତ୍ନୀ ତୃପ୍ତି ଓ ପୁଅ ଗୁଆନ ଉପସ୍ଥିତ ରହିବେ ବୋଲି ବାବୁଶାନ କହିଛନ୍ତି ।

ଆଉ ଯଦି ବି ସେମାନେ ନ ଆସନ୍ତି ତେବେ ସେମାନଙ୍କ ଘରକୁ ଯାଇ ପୁଅ ଓ ସ୍ତ୍ରୀ ସହ କେକ୍ କାଟିବେ ବୋଲି ସେ କହିଛନ୍ତି । ବାବୁଶାନ ତାଙ୍କର ଜନ୍ମଦିନ କେମିତି ସେଲିବ୍ରେଟ କରିବେ ସେନେଇ ତାଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଅନେକ ଆଗ୍ରହ ଦେଖାଦେଉଛି । ଏହାସହ ଏତେ ବଡ ଅଶାନ୍ତି ହେବା ପରେ ସେ ସ୍ତ୍ରୀ ଓ ପୁଅକୁ ଭେଟିବେ କି ନାହିଁ ସେନେଇ ସମସ୍ତଙ୍କ ମନରେ ନାନା ପ୍ରଶ୍ନ ରହିଛି ।

ଏସବୁ ପ୍ରଶ୍ନର ଉତ୍ତର ଦେଇ ବାବୁଶାନ କହିଛନ୍ତି, ଠିକ ସମୟ ଆସିଲେ ସେ ଗଣମାଧ୍ୟମ ଆଗରେ ସବୁକିଛି କହିବେ । ପୋଲିସର ପଚରାଉଚରାର ସମୁଖୀନ ହେବା ପରେ ସେ ସବୁ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।