ନିଜ ଜନ୍ମ ତାରିଖରୁ ଜାଣନ୍ତୁ ନିଜ ବିବାହ ବିଷୟରେ

ପ୍ରାୟତଃ ସମସ୍ତଙ୍କର ଜାଣିବାର ଇଚ୍ଛା ଥାଏ କି ସେମାନଙ୍କର ଲଭ ମ୍ୟାରେଜ ହେବ ନା ଆରେଞ୍ଜ ମ୍ୟାରେଜ ହେବ । ଆଜି ଆମେ ଏମିତି ଗୋଟିଏ ଫର୍ମୁଲା କହିବୁ ଯାହା ସାହାର୍ଯ୍ୟରେ ଆପଣ ସହଜରେ ଜାଣି ପାରିବେ କି ଆପଣଙ୍କର ଲଭ ମ୍ୟାରେଜ ହେବ ନା ଆରେଞ୍ଜ ମ୍ୟାରେଜ । ଅଙ୍କ ଜ୍ଯୋତିଷ ଦ୍ଵାରା ଆମେ ଜାଣି ପାରିବା କି ଆମର ବାହାଘର କେମିତି ହେବ । ଲଭ ମ୍ୟାରେଜ ହେଉ ବା ଆରେଞ୍ଜ, ଅଙ୍କ ଜ୍ଯୋତିଷରେ ଆପଣଙ୍କର ଜନ୍ମ ତାରିଖର ଅଙ୍କକୁ ଯୋଡି ମୂଲ୍ୟାଙ୍କ ବାହାର କରନ୍ତି ।

ମୂଲ୍ୟାଙ୍କ-୧ (୧, ୧୦, ୧୯, ୨୮)

ଯେଉଁମାନଙ୍କର ଜନ୍ମ କେଉଁ ବି ମାସର ୧, ୧୦, ୧୯, ୨୮ ତାରିଖରେ ହୋଇଛି ଏମାନଙ୍କର ମୂଲ୍ୟାଙ୍କ ୧ ଅଟେ । ଏହା ସୂର୍ଯ୍ୟଙ୍କ ଅଙ୍କ ଅଟେ । ଅଙ୍କ ଜ୍ଯୋତିଷ ଅନୁସାରେ ମୂଲ୍ୟାଙ୍କ ୧ ର ଲୋକ ବହୁତ ଲାଜୁଆ ହୋଇଥାନ୍ତି । ଏମିତିରେ ଏହି ଲୋକମାନେ କେବେ ପ୍ରେମ ପାଇଁ ଝଗଡା କରନ୍ତି ନାହିଁ । ଏମାନେ ପ୍ରେମ ତ କରିଥାନ୍ତି କିନ୍ତୁ ଏମାନଙ୍କର ଲାଜୁଆ ସ୍ଵଭାବ ଯୋଗୁ ଏମାନଙ୍କର ଲଭ ମ୍ୟାରେଜ ହେବା ଅସମ୍ଭବ ହୋଇଥାଏ । ଏମାନେ ଆରେଞ୍ଜ ମ୍ୟାରେଜ କରିଥାନ୍ତି ।

ମୂଲ୍ୟାଙ୍କ-୨ (୨, ୧୧, ୨୦, ୨୯)

ଯେଉଁମାନଙ୍କର ଜନ୍ମ କେଉଁ ବି ମାସର ୨, ୧୧, ୨୦, ୨୯ ତାରିଖରେ ହୋଇଛି ଏମାନଙ୍କର ମୂଲ୍ୟାଙ୍କ ୨ ଅଟେ । ଏହା ଚନ୍ଦ୍ରମାଙ୍କ ଅଙ୍କ ଅଟେ । ଏମାନେ ଲଭ ମାମଲାରେ ବହୁତ ଇମୋସନାଲ ଥାଆନ୍ତି ଓ ଯଦି ଏମାନଙ୍କୁ କାହା ସହିତ ଲଭ୍ ହୋଇଥାଏ ତ ଏମାନେ ଲଭ ମ୍ୟାରେଜ କରି କି ହିଁ ମାନିଥାନ୍ତି ।

ମୂଲ୍ୟାଙ୍କ-୩ (୩, ୧୨, ୨୧, ୩୦)

ଯେଉଁମାନଙ୍କର ଜନ୍ମ କେଉଁ ବି ମାସର ୩, ୧୨, ୨୧, ୩୦ ତାରିଖରେ ହୋଇଛି ଏମାନଙ୍କର ମୂଲ୍ୟାଙ୍କ ୩ ଅଟେ । ଏହା ଗୁରୁଙ୍କ ଅଙ୍କ ଅଟେ । ଏମିତି କୁହାଯାଏ କି ମୂଲ୍ୟାଙ୍କ ୩ ଲୋକ ଲଭ ମ୍ୟାରେଜ କରି କି ହିଁ ସଫଳିତ ହୋଇଥାନ୍ତି । ଏମାନେ ନିଜର ଲଭ କୁ ମ୍ୟାରେଜ ପର୍ଯ୍ୟନ୍ତ ନେବା ପାଇଁ ଅନ୍ୟ କାହାର ସାହାର୍ଯ୍ୟ ନେଇଥାନ୍ତି । ଏମାନଙ୍କର ବୈବାହିକ ଜୀବନ ସଫଳ ହୋଇଥାଏ ।

ମୂଲ୍ୟାଙ୍କ-୪ (୪, ୧୩, ୨୨, ୩୧)

ଯେଉଁମାନଙ୍କର ଜନ୍ମ କେଉଁ ବି ମାସର ୪, ୧୩, ୨୨, ୩୧ ତାରିଖରେ ହୋଇଛି ଏମାନଙ୍କର ମୂଲ୍ୟାଙ୍କ ୪ ଅଟେ । ଏହା ରାହୁଙ୍କ ଅଙ୍କ ଅଟେ । ଏହି ଲୋଇକମାନେ ବହୁତ ଜଣଙ୍କୁ ଲଭ କରିଥାନ୍ତି । ଏହି କାରଣରୁ ଏମାନେ ପ୍ରେମ ବିବାହ ପ୍ରତି ଗଭୀର ହୋଇନଥାନ୍ତି । ଏମାନଙ୍କର ଲଭ ମ୍ୟାରେଜ କରିବାର ସମ୍ଭାବନା କମ ଥାଏ ।

ମୂଲ୍ୟାଙ୍କ-୫ ( ୫, ୧୪, ୨୩)

ଯେଉଁମାନଙ୍କର ଜନ୍ମ କେଉଁ ବି ମାସର ୫, ୧୪, ୨୩ ତାରିଖରେ ହୋଇଛି ଏମାନଙ୍କର ମୂଲ୍ୟାଙ୍କ ୫ ଅଟେ । ଏହି ଲୋକମାନେ ପାରମ୍ପରିକଭାବେ ସବୁ କରିବାକୁ ପସନ୍ଦ କରିଥାନ୍ତି । ଏମାନଙ୍କର ବାହାଘର ପରିବାରର ସହମତିରେ ହିଁ ହୋଇଥାଏ କିନ୍ତୁ ଏମାନଙ୍କ ଜାତକରେ ସଫଳ ବୈବାହିକ ଜୀବନ ଓ ପ୍ରେମ ବିବାହର ଯୋଗ ଥାଏ ।

ମୂଲ୍ୟାଙ୍କ-୬ (୬, ୧୫, ୨୪)

ଯେଉଁମାନଙ୍କର ଜନ୍ମ କେଉଁ ବି ମାସର ୬, ୧୫, ୨୪ ତାରିଖରେ ହୋଇଛି ଏମାନଙ୍କର ମୂଲ୍ୟାଙ୍କ ୬ ଅଟେ । ଏହା ଶୁକ୍ରଙ୍କର ଅଙ୍କ ଅଟେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଲଭ ମ୍ୟାରେଜ କରି କି
ମାନିଥାନ୍ତି ।

ମୂଲ୍ୟାଙ୍କ-୭ (୭, ୧୬, ୨୫)

ଯେଉଁମାନଙ୍କର ଜନ୍ମ କେଉଁ ବି ମାସର ୭, ୧୬, ୨୫ ତାରିଖରେ ହୋଇଛି ଏମାନଙ୍କର ମୂଲ୍ୟାଙ୍କ ୭ ଅଟେ । ଏହା କେତୁର ଅଙ୍କ ଅଟେ । ଏହି ଲୋକମାନେ ସଙ୍କୋଚିତ ସ୍ଵଭାବର ହୋଇଥାନ୍ତି । ଏମାନେ ପ୍ରେମ ବିବାହ କରିବାକୁ ତ ଚାହିଁଥାନ୍ତି କିନ୍ତୁ ପ୍ରେମରେ ଏମାନେ ଅସଫଳ ରୁହନ୍ତି ।

ମୂଲ୍ୟାଙ୍କ-୮ ( ୮, ୧୭, ୨୬)

ଯେଉଁମାନଙ୍କର ଜନ୍ମ କେଉଁ ବି ମାସର ୮, ୧୭, ୨୬ ତାରିଖରେ ହୋଇଛି ଏମାନଙ୍କର ମୂଲ୍ୟାଙ୍କ ୮ ଅଟେ । ଏହା ଶନିଙ୍କ ଅଙ୍କ ଅଟେ । ଏମାନେ କମ ହିଁ ଲଭ ରେ ପଡିଥାନ୍ତି କିନ୍ତୁ ଏମାନଙ୍କୁ ଯାହା ସହିତ ବି ଲଭ ହୋଇଥାଏ ସେ ତାହାର ହିଁ ସାଥି ହୋଇଥାନ୍ତି ।

ମୂଲ୍ୟାଙ୍କ-୯ (୯, ୧୬, ୨୭)

ଯେଉଁମାନଙ୍କର ଜନ୍ମ କେଉଁ ବି ମାସର ୯, ୧୬, ୨୭ ତାରିଖରେ ହୋଇଛି ଏମାନଙ୍କର ମୂଲ୍ୟାଙ୍କ ୯ ଅଟେ । ଏହା ମଙ୍ଗଳର ଅଙ୍କ ଅଟେ । ଏମାନେ କୌଣସି ପ୍ରକାରର ବିବାଦ ନିଜ ଜୀବନରେ ଚାହାଁନ୍ତି ନାହିଁ । ଏମାନଙ୍କୁ ଲଭ ମ୍ୟାରେଜ କରିବାକୁ କଷ୍ଟ ହୋଇଥାଏ କିନ୍ତୁ ଏମାନଙ୍କ ବୈବାହିକ ଜୀବନ ଖୁସିରେ କଟିଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।