ଏମିତି ସ୍ତ୍ରୀ ଯେଉଁ ଘରେ ଥାଆନ୍ତି, ଭିକାରି ବି ହୋଇଥାଏ ରାଜା, ଖୋଲିଯାଏ ଭାଗ୍ୟର ତାଲା

କହିବାକୁ ଗଲେ ଯେତେବେଳେ ଗୋଟିଏ ଝିଅ ବୋହୁ ହୋଇ କାହା ଘରକୁ ଯାଇଥାଏ ତେବେ ସେହି ଘରକୁ ସେ ସ୍ଵର୍ଗ କରିଦିଏ । ଭବିଷ୍ୟ ପୁରାଣ ଅନୁସାରେ ଯଦି ଆପଣ ଏକ ସୁଖୀ ଗୃହସ୍ତି ଜୀବନ ଚାହୁଁଛନ୍ତି ତେବେ ପୁରୁଷମାନଙ୍କୁ କିଛି ବିଶେଷ ଲକ୍ଷଣ ଥିବା ସ୍ତ୍ରୀଙ୍କ ସହ ବିବାହ କରିବା ଉଚିତ । ଏହିଭଳି ସ୍ତ୍ରୀଙ୍କୁ ସ୍ଵୟଂ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ । ଏମାନେ ଯେଉଁ ଘରକୁ ଯାଆନ୍ତି ସେହି ଘରେ ଭିକାରି ବି ଧନୀ ହୋଇ ଯାଆନ୍ତି ।

ଆଜି ଆମେ ଆପଣଙ୍କୁ ସେହି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଘରକୁ ଆସିବା ଦ୍ଵାରା ସେହି ଘରର ଭିକାରି ବି ରାଜା ହୋଇଯାଏ ଓ ତାଙ୍କୁ କେବେ ବି ଟଙ୍କା ଓ ଖୁସିର ଅସୁବିଧା ହୋଇ ନ ଥାଏ । ଯେଉଁ ସ୍ତ୍ରୀମାନଙ୍କ ମଧ୍ୟରେ ଏହିଭଳି କିଛି ଗୁଣ ଥାଏ ସେମାନେ ନିଜ ସ୍ଵାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ସର୍ବ ପ୍ରଥମେ ଆମେ ଭଲ ଗୁଣ ବିଷୟରେ କଥା ହେବା । କହିବାକୁ ଗଲେ ଯିଏ ଧର୍ମର ମାର୍ଗରେ ଚାଲିଥାନ୍ତି ଓ ନିଜ ଜୀବନକୁ ଅଗକୁ ବଢାଇବାକୁ ବିଶ୍ଵାସ ରଖନ୍ତି ଓ ଇଶ୍ଵରଙ୍କ ଉପରେ ବିଶ୍ଵାସ ରଖନ୍ତି, ସେହିଭଳି ସ୍ତ୍ରୀମାନେ ବହୁତ ଭଲ ଗୁଣର ହୋଇଥାନ୍ତି । ଏମାନଙ୍କ ଏହି ଗୁଣ ଯୋଗୁ ଘରେ ସବୁବେଳେ ଖୁସିର ପରିବେଶ ରହିଥାଏ । ସ୍ଵାମୀ ସହିତ ଘରର ଅନ୍ୟ ସଦସ୍ୟମାନେ ବି ଖୁସିରେ ରହିଥାନ୍ତି ।

ଏହା ଛଡା ଯେଉଁ ସ୍ତ୍ରୀର ଇଚ୍ଛା ସୀମିତ ଥାଏ ତେବେ ତାହାର ସ୍ଵାମୀ ସବୁବେଳେ ଖୁସିରେ ରହିଥାଏ । ଏହା ଛଡା ଯେଉଁ ସ୍ତ୍ରୀ ସ୍ଵାମୀର ସବୁ ପରିସ୍ଥିତିରେ ସ୍ଵାମୀର ସାଥ ଦେଇଥାଏ ସେହି ଦମ୍ପତି ବି ସବୁବେଳେ ସୁଖମୟ ଜୀବନ ବ୍ୟତିତ କରିଥାନ୍ତି । ଯଦି ଆପଣଙ୍କ ସ୍ତ୍ରୀ ମଧ୍ୟରେ କ୍ରୋଧ ଭାବନା ନ ରହିବ ତେବେ ଆପଣଙ୍କ ଜୀବନ ସୁଖମୟ ବ୍ୟତୀତ ହେବ । ସବୁ ସ୍ଵାମୀ ଏହିଭଳି ସ୍ତ୍ରୀ ଚାହାନ୍ତି କି ଯିଏ ତାହାର କଥାକୁ ବୁଝିବ, ବିନା କାରଣରେ ରାଗିବ ନାହିଁ ଓ ସବୁବେଳେ ସନ୍ତୁଷ୍ଟ ରହିବ ।

ପତ୍ନୀର ଭାଷା ଓ କଥାବାର୍ତ୍ତା ଯଦି ଭଲ ରହିଥାଏ ତେବେ ସ୍ଵାମୀର ଘରେ ସବୁବେଳେ ଖୁସିର ପରିବେଶ ରହିଥାଏ । କେତେକ ପତ୍ନୀମାନେ ଘରେ କଟୁ ଶବ୍ଦ କହିଥାନ୍ତି ଓ ସବୁବେଳେ ବିବାଦ କରିଥାନ୍ତି ତେବେ ସେହି ଘରେ କେବେ ବି ସୁଖ ସମୟ ଆସି ନ ଥାଏ । ସେଥିପାଇଁ ସବୁ ସ୍ତ୍ରୀଙ୍କୁ ଘରେ ସମସ୍ତଙ୍କୁ ମଧୁର ବଚନ କହିବା ଉଚିତ ।