ପବିତ୍ର ଜନ୍ମାଷ୍ଟମୀରେ କରନ୍ତୁ ଏହି 5 ଟି ଉପାୟ, ପ୍ରଭୁ ଶ୍ରୀ କୃଷ୍ଣଙ୍କ କୃପାରୁ ସବୁ ମନୋକାମନା ହେବ ପୂର୍ଣ୍ଣ, ଚମକି ଉଠିବ ଭାଗ୍ୟ

ଭାଦ୍ରବ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସମଗ୍ର ଭାରତ ବର୍ଷରେ ଆନନ୍ଦ ଉଲ୍ଲାସ ସହ ପାଳନ କରାଯାଏ, ଭଗବାନ ଶ୍ରୀକୃଷ୍ଣ ଙ୍କର ଜନ୍ମ ଉତ୍ସବ ଜନ୍ମାଷ୍ଟମୀ । ଏହି ଜନ୍ମାଷ୍ଟମୀ ରାତିକୁ ମୋହରାତ୍ରି ମଧ୍ୟ କୁହାଯାଇ ଥାଏ । ଏହି ରାତ୍ରିରେ ଭଗବାନ ଶ୍ରୀକୃଷ୍ଣଙ୍କ କୃପାଦୃଷ୍ଟି ଯାହା ଉପରେ ପଡିଥାଏ ତାର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ କରାଯାଏ । ସେଥିପାଇଁ ଏହି ଦିନର ଖୁବ ବିଶେଷ ମହତ୍ଵ ରହିଛି ।

ପୁରାଣ ଶାସ୍ତ୍ର ଅନୁସାରେ ଭଗବାନ ଶ୍ରୀକୃଷ୍ଣ, ବିଷ୍ଣଙ୍କ ଅବତାର ଅଟନ୍ତି ଏବଂ ତାଙ୍କ ପତ୍ନୀ ରୁକ୍ମିଣୀ ମାତା ଲକ୍ଷ୍ମୀଙ୍କ ଅବତାର ଅଟନ୍ତି । ସେଥିପାଇଁ ଏହି ଦିନ କିଛି ବିଶେଷ ଉପାୟ କଲେ ମା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ଏହିପରି କିଛି ଉପାୟ କହିବୁ ଯାହା କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ସମସ୍ତ ମନୋସ୍କାମନା ପୂର୍ଣ୍ଣ କରନ୍ତି । କୃଷ୍ଣ ଜନ୍ମାଷ୍ଟମୀ ଦିନ ସକାଳୁ ସ୍ନାନ ଶୌଚ କର୍ମ ସାରି ଶୁଦ୍ଧ ବସ୍ତ୍ର ପରିଧାନ କରି ରାଧାକୃଷ୍ଣ ମନ୍ଦିରର ଯାଇ ହଳଦିଆ ରଙ୍ଗର ଫୁଲମାଳ ଅର୍ପଣ କରନ୍ତୁ ।

ଏପରି କରିବା ଦ୍ଵାରା ଧନ ସମ୍ବନ୍ଧୀୟ ସମସ୍ତ ସମସ୍ଯା ଦୂର ହୋଇଥାଏ ଏବଂ ଲକ୍ଷ୍ମୀ ପ୍ରାପ୍ତିର ଯୋଗ ଉତପନ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କୁ ପିତାମ୍ବର-ଧାରୀ ମଧ୍ୟ କୁହାଯାଏ । ଏଥିପାଇଁ ସେଦିନ ମନ୍ଦିର ଯାଇ ଭଗବାନ ଶ୍ରୀକୃଷ୍ଣଙ୍କୁ ହଳଦିଆ ବସ୍ତ୍ର, ଫୁଲ ଏବଂ ହଳଦିଆ ରଙ୍ଗର ଭୋଗ ପ୍ରସ୍ତୁତ କରି ଅର୍ପଣ କରନ୍ତି ।

ଏପରି କରିବା ଦ୍ଵାରା ଭଗବାନ ଶ୍ରୀକୃଷ୍ଣଙ୍କ ସହ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତି ହୋଇଥାଏ ଓ ବ୍ୟକ୍ତି ଜୀବନରେ ଧନ ଏବଂ ଯଶର ଅଭାବ ହୋଇ ନଥାଏ । ଏହିଦିନ ଧଳା ରଙ୍ଗର ମିଷ୍ଟାନ୍ନ ତଥା ଚାଉଳ କିମ୍ବା ଶାଗୁଦାନାର କ୍ଷୀରି ମଧ୍ୟ ଭୋଗ ଲଗାନ୍ତୁ । ଚିନୀ ବଦଳରେ କ୍ଷୀରିରେ ମିଶ୍ରିର ପ୍ରୟୋଗ କରନ୍ତୁ ଓ ସେଥିରେ ତୁଳସୀ ପାତ୍ର ମଧ୍ୟ ପକାନ୍ତୁ । ଏପରି କରିବା ଦ୍ଵାରା ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ଧନ ଏବଂ ଐଶ୍ଵର୍ଯ୍ୟ ପ୍ରାପ୍ତି ହୋଇଥାଏ । ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଜଳ ପୂର୍ଣ୍ଣ କରି ଜନ୍ମାଷ୍ଟମୀ ଦିନ ସକାଳେ ଶ୍ରୀକୃଷ୍ଣଙ୍କ ଅଭିଷେକ କରନ୍ତୁ । ସାମର୍ଥ୍ୟ ଅନୁସାରେ ପଞ୍ଚାମୃତରେ ମଧ୍ୟ ଅଭିଷେକ କରି ପାରିବେ ।

ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଭକ୍ତଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି । ଉତ୍ତମ ଜୀବନସାଥି ପାଇବା ପାଇଁ ବା ପ୍ରେମରେ ସଫଳତା ପାଇବା ପାଇଁ ଜନ୍ମାଷ୍ଟମୀ ଦିନ ସକାଳେ ଶ୍ରୀକୃଷ୍ଣଙ୍କୁ ହଳଦିଆ ଫୁଲମାଳ ସହ ହଳଦିଆ ରଙ୍ଗର ମିଠା, ମହୁ ଏବଂ ଗୁଜୁରାତି ଭୋଗ ଲଗାନ୍ତୁ । ଜନ୍ମାଷ୍ଟମୀ ଦିନ ରାତି ୧୨ଟା ପରେ କ୍ଷୀରରେ କେଶର ମିଶେଇ ଭଗବାନ ଶ୍ରୀକୃଷ୍ଣଙ୍କ ଅଭିଷେକ କରନ୍ତୁ । ଏପରି କରିବା ଦ୍ଵାରା ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ଆପଣଙ୍କ ଘରେ ସର୍ବଦା ସୁଖଶାନ୍ତି ବାସ କରିଥାଏ । ଜନ୍ମାଷ୍ଟମୀ ଦିନ ପାଣି ଥିବା ନଡିଆ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତୁ ଓ ନିଜ ପ୍ରେମୀ ବା ପ୍ରେମିକାଙ୍କୁ ମନରେ ରଖି “ଓଁ କ୍ଳି॰ କୃଷ୍ଣାୟ ଗୋପୀୟ॰ ବଲ୍ଲଭାୟ ସ୍ଵାହା’ ମନ୍ତ୍ରର ଜପ କରନ୍ତୁ ।

ପ୍ରତ୍ୟହ ମଧ୍ୟ ରାଧାକୃଷ୍ଣଙ୍କ ମୂର୍ତ୍ତି ଆଗରେ ଏହି ମନ୍ତ୍ରର ଜପ କରନ୍ତୁ । ଏପରି କରିବା ଦ୍ଵାରା ମଧ୍ୟ ପ୍ରେମ ବିବାହ ବା ଉତ୍ତମ ଜୀବନସାଥି ପ୍ରାପ୍ତି ହୋଇଥାଏ । ବହୁତ ଚେଷ୍ଟା ପରେ ମଧ୍ୟ ଯଦି ବ୍ୟବସାୟ କିମ୍ବା ଚାକିରିରେ ଉନ୍ନତି ହେଉନାହିଁ ତେବେ ଜନ୍ମାଷ୍ଟମୀ ଦିନ ୭ ଜଣ ଝିଅଙ୍କୁ ଘରକୁ ଡାକି ଧଳା ରଙ୍ଗର ମିଷ୍ଟାନ୍ନ ଖାଇବାକୁ ଦିଅନ୍ତୁ ଓ କିଛି ଉପହାର ତଥା ଦକ୍ଷିଣା ମଧ୍ୟ ଦିଅନ୍ତୁ । ଏହି ଉପାୟକୁ ଜନ୍ମାଷ୍ଟମୀ ପରେ ଲଗାତାର ୫ଟି ଶୁକ୍ରବାର ପର୍ଯ୍ୟନ୍ତ କରନ୍ତୁ । ଏପରି କରିବା ଦ୍ଵାରା ମଧ୍ୟ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବା ସହ ବ୍ୟବସାୟ ଏବଂ ଚାକିରିରେ ଖୁବ ଉନ୍ନତି ହୋଇଥାଏ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ପେଜ୍ କୁ ଲାଇକ କରନ୍ତୁ ଓ ଏହି ପୋଷ୍ଟକୁ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ ।