Dental Care: ଭୁଲ ଉପାୟରେ ଘଷୁଛନ୍ତି କି ଦାନ୍ତ ? ଜାଣନ୍ତୁ ଦାନ୍ତ ଘଷିବାର ସଠିକ ଉପାୟ Dr. Dibya Lochan Swain ଙ୍କ ଠାରୁ

ଦାନ୍ତ ପୋକ ଖାଇବା, ସଂକ୍ରମଣ ତଥା ଦାନ୍ତ କ୍ଷୟରୁ ରକ୍ଷା ପାଇବା ପାଇଁ ନିୟମିତ ବ୍ୟବଧାନରେ ଦାନ୍ତ ଘଷିବା ଅତ୍ୟନ୍ତ ଜରୁରୀ ଅଟେ । ଏଥିପାଇଁ ପ୍ରତିଦିନ ଦିନକୁ ଦୁଇ ଥର ବ୍ରଶ କରିବା ଆବଶ୍ୟକ । କିନ୍ତୁ ଆପଣ କଣ ଜାଣିଛନ୍ତି କି ବ୍ରଶ କରିବାର ମଧ୍ୟ ସଠିକ ଉପାୟ ରହିଛି ? ତେବେ ଚାଲନ୍ତୁ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ଲୋଚନ ସ୍ଵାଇଁଙ୍କ ଠାରୁ ଜାଣିବା ଦାନ୍ତ ଘଷିବାର ସଠିକ ଉପାୟ ବା କେମିତି ବ୍ରଶ କଲେ ଦାନ୍ତ ସଫା ରହିବ ।

ଡାକ୍ତର ଦିବ୍ୟ ଲୋଚନ ସ୍ଵାଇଁଙ୍କ ମତରେ ଆମେ ସର୍ବଦା ଆଇନା ଆଗରେ ଠିଆ ହୋଇ ଦାନ୍ତ ଘଷିବା ଉଚିତ । ଏହାଦ୍ବାରା ଏକାଗ୍ରତା ବଢେ । ଆଇନା ଆଗରେ ଠିଆ ହେବା ପରେ ଆପଣ ପ୍ରଥମେ ପାଟିର ଡାହାଣ ପାଖରୁ ଆରମ୍ଭ କରି ବାମ ପାଖ ପର୍ଯ୍ୟନ୍ତ ଦାନ୍ତ ଘଷିବା ଉଚିତ । ଦାନ୍ତର ବାହାର ପଛଭାଗ କୁ ଆପଣ କେବେ ହେଲେ ସିଧା ଘଷନ୍ତୁ ନାହିଁ । ଏପରି କଲେ ଆପଣଙ୍କ ମାଢି ଖଣ୍ଡିଆ ହେବାର ସମ୍ଭାବନା ରହିବା ସହ ଦାନ୍ତ ଅଧିକ ଘୋରି ହୋଇଯିବ । ସେଥିପାଇଁ ଆପଣ ୪୫॰ ଆଙ୍ଗେଲରେ ବ୍ରଶ ରଖି ବୃତ୍ତାକର ଗତିରେ ସେହି ପାଖ ଦାନ୍ତ ଘଷିବା ଉଚିତ ।

ଏହାଦ୍ବାରା ଦାନ୍ତରେ ଅଧିକ ଚାପ ପଡିବନି ଏବଂ ଦାନ୍ତ ମଝିରୁ ମଳି ମଧ୍ୟ ବାହାରିଯିବ । ତାପରେ ଆସିବେ ସାମନା ଦାନ୍ତ ପାଖକୁ । ସାମନାରେ ଲମ୍ବା ଏବଂ ସମାନ୍ତର ଭାବେ ଦୁଇରୁ ଚାରି ଥର ଲେଖାଏଁ ବ୍ରଶ କରିବେ । ସେଠାରେ ବେଶୀ ସମୟ ବ୍ରଶ କରିବେ ନାହିଁ । ଏହାପରେ ଯିବେ ବାହାର ବାମ ପାର୍ଶ୍ଵକୁ ଓ ସେଠାରେ ମଧ୍ୟ ଡାହାଣ ପାର୍ଶ୍ଵ ପରି ଘଷିବେ । ଏହାପରେ ଯିବେ ଦାନ୍ତର ଭିତର ଭାଗକୁ । ସେଠାରେ ମଧ୍ୟ ଉପର ତଳ କରି ସିଧା ଭାବେ ବ୍ରଶ କରିବେ । ଏହାପରେ ତଳ ଦାନ୍ତର ଜିଭ ପଟୁ ଏବଂ ଉପର ଦାନ୍ତର ତାଳୁକା ପଟୁ ବ୍ରଶ କରିବେ ।

ସେଠାରେ କେବଳ ବ୍ରଶକୁ ବାହାରକୁ ଟାଣିବା ପରି ଘଷିବେ ଏବଂ ଭୂସମାନ୍ତର ଭାବେ ବ୍ରଶ କରିବେ । ଏଠାରେ ଆପଣଙ୍କ ନରମ କୋଷ ରହିଥିବାରୁ ହାଲୁକା ଭାବେ ଘଷିବେ । ଆଉ ସବୁଠୁ ମୁଖ୍ୟ ବିଷୟ ହେଉଛି ଆପଣ ଦୁଇରୁ ତିନି ମିନିଟ ଯାଏ ହିଁ ବ୍ରଶ କରିବେ । କାରଣ ଆପଣଙ୍କ ଶରୀରର ଅନ୍ୟ କୋଷ ଓ କେତେକ ହାଡ ଯେମିତି ପୁନଃବିକଶିତ ହୋଇପାରେ, ଦାନ୍ତ ସେହିପରି ପୁନଃବିକଶିତ ହୋଇପାରେ ନାହିଁ ।

ସେଥିପାଇଁ ଦାନ୍ତ ଥରେ ନଷ୍ଟ ହେଲେ ସେହିପରି ଆଉ ଅସଲ ଦାନ୍ତ ପାଇବା ଅସମ୍ଭବ ଅଟେ । ଆପଣ ସକାଳେ ଏବଂ ରାତିରେ ଦୁଇ ଥର ବ୍ରଶ କରିପାରିବେ । କିନ୍ତୁ ଆପଣ ଏହା ମଝିରେ ଯେତେ ଥର ଭୋଜନ କରୁଛନ୍ତି ନିଶ୍ଚୟ କୁଳି କରନ୍ତୁ । ଏହାଦ୍ବାରା ଆପଣଙ୍କ ଦାନ୍ତରେ ଖାଦ୍ୟ ଜମି ରହିବ ନାହିଁ । ଉଷୁମ ପାଣିରେ ଅଳ୍ପ ଲୁଣ ପକାଇ କୁଳି କଲେ ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ ।

ଯଦି କେଉଁ ସ୍ଥାନରେ ବ୍ୟଥା ହେଉଛି ତେବେ ତାହା ଦୂର କରିବାରେ ମଧ୍ୟ ଏହା ସହାୟକ ହେବ । ଆପଣ ଚାହିଁଲେ ମାଉଥ ୱାଶ ମଧ୍ୟ ବ୍ୟବହାର କରିପାରିବେ । କିନ୍ତୁ ବୟସ୍କ ଲୋକ ଏବଂ ଡାଇବେଟିସ ଥିବା ବ୍ୟକ୍ତି ଲୁଣ ପାଣିରେ ହିଁ କୁଳି କରିବା ଉଚିତ ହେବ । ଆପଣଙ୍କୁ ଆମ ଆର୍ଟିକିଲ ଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ପୋଷ୍ଟ ପଢିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।