Jyotish Shastra- ଜନ୍ମବାର ଅନୁସାରେ ଜାଣନ୍ତୁ କେତେ ହୋଇପାରେ ଆପଣଙ୍କ ଆୟୁଷ ? କେଉଁ ବୟସରେ ମିଳିପାରେ ମୃ-ତ୍ୟୁ ସମାନ କଷ୍ଟ

ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରକୁ ବହୁତ ମୁଖ୍ୟ ଭୂମିକା ଦିଆଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷ ଜୀବନ ବିଷୟରେ ଅନେକ କଥା କୁହାଯାଇଛି । ଆପଣ ଯେଉଁ ଦିନ ଜନ୍ମ ହୋଇଥାନ୍ତି ସେହି ଦିନଠୁ ଆପଣଙ୍କର ଆୟୁଷ କେତେ ବର୍ଷ ଓ କେଉଁ ଦିନଠାରୁ ମୃ-ତ୍ୟୁ ସମାନ କଷ୍ଟ ପାଇବେ ତାହା ସବୁ କିଛି ପ୍ରଥମରୁ ନିର୍ଧାରିତ ହୋଇ ରହିଥାଏ ।  ଆପଣ ଯେଉଁ ଦିନ ଜନ୍ମ ହୋଇଥାନ୍ତି ସେହି ଦିନଠୁ ଆପଣଙ୍କର ଆୟୁଷ କେତେ ଦିନ ତାହା ଜଣାପଡିଥାଏ ।

କିଛି ଗ୍ରନ୍ଥ ଅନୁସାରେ ମଧ୍ୟ ମଣିଷ ଯେଉଁ ଦିନ ଜନ୍ମ ହୋଇଥାଏ ସେହି ଦିନଠୁ ତାର ଆୟୁଷର ଗଣନା କରାଯାଇଥାଏ । ଆଗକୁ ଖବର ପଢିବା ପୂର୍ବରୁ ନିଜ ଜନ୍ମ ତାରିଖକୁ କ୍ୟାଲେଣ୍ଡର ସହ ମିଳେଇବାକୁ ଚେଷ୍ଟା କରନ୍ତୁ । କମ୍ପୁଟର ବା ମୋବାଇଲର କ୍ୟାଲେଣ୍ଡର ଦେଖି ଆପଣ କେଉଁ ଦିନ ଜନ୍ମ ହୋଇଥିଲେ ତାହା ଜାଣିପାରିବେ ।

ଜନ୍ମର ତାରିଖ କହିବ ଆପଣ କେତେ ଦିନ ବଞ୍ଚିବେ

ସୋମବାର  : ଏହି ଦିନ ଜନ୍ମ ହୋଇଥିବା ମଣିଷ ୮୪ ବର୍ଷ ବଞ୍ଚିଥାନ୍ତି । ଏମାନଙ୍କର ୧୧ ମାସରେ ଘାଟି ରହିଥାଏ । ଏହାଛଡା ୧୬ ବର୍ଷ ବା ୨୭ ବର୍ଷରେ ମଧ୍ୟ ଏହି ଲୋକମାନଙ୍କର ବଡ ଘାଟି ରହିଥାଏ । ଏହି କାରଣରୁ ସେହି ଲୋକମାନେ ବଡ ସମସ୍ୟାର ସାମ୍ନା କରିଥାନ୍ତି ।

ମଙ୍ଗଳବାର : ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ୭୪ ବର୍ଷ ପର୍ଯ୍ୟନ୍ତ ଆୟୁଷ ରହିଥାଏ । ତାଙ୍କ ଜନ୍ମର ୨୨ ବର୍ଷରେ ବଡ ଘାଟି ରହିଥାଏ । ସେଥିପାଇଁ ଏମାନଙ୍କୁ ବଡ ଦୁ-ର୍ଘ-ଟ-ଣାର ସମୁଖିନ୍ନ ହେବାକୁ ପଡିଥାଏ ।

ବୁଧବାର : ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ୬୪ ବର୍ଷ ଯାଏଁ ବଞ୍ଚିଥାନ୍ତି । ଏମାନଙ୍କ ଜନ୍ମର ୮ ମାସରେ ଓ ୮ ବର୍ଷରେ ଘାଟି ରହିଥାଏ । ଏହି ବର୍ଷ ସେମାନେ ମୃ-ତ୍ୟୁ ସମାନ କଷ୍ଟ ପାଇଥାନ୍ତି ।

ଗୁରୁବାର : ଏହି ଦିନ ଜନ୍ମ ହୋଇଥିବା ମଣିଷ ୮୪ ବର୍ଷ ଯାଏଁ ବଞ୍ଚିଥାଏ । ଏମାନଙ୍କ ଜନ୍ମର ୭ ମାସ ଓ ୧୩ ମାସରେ ଘାଟି ରହିଥାଏ । ୧୬ ବର୍ଷରେ ମଧ୍ୟ ଏମାନଙ୍କୁ କଷ୍ଟର ସାମନା କରିବାକୁ ପଡିଥାଏ । ଯଦି ଏହି ସମୟଟି ଭଲରେ ବିତିଯାଏ ତେବେ ସେମାନଙ୍କର ଆୟୁଷ ବୃଦ୍ଧିପାଏ ।

ଶୁକ୍ରବାର : ଏହି ଦିନ ଜନ୍ମ ନେଇଥିବା ବ୍ୟକ୍ତି ୬୦ ବର୍ଷ ଯାଏଁ ବଞ୍ଚିଥାଏ । ସବୁଠାରୁ ଭଲ କଥା ହେଉଛି ଏମାନଙ୍କର ଜୀବନରେ କୌଣସି ଘାଟି ନ ଥାଏ । ସେଥିପାଇଁ ସେମାନେ ବହୁତ ଆନନ୍ଦରେ ନିଜ ଜୀବନକୁ ବିତାଇଥାନ୍ତି ।

ଶନିବାର : ଏହି ଦିନ ଜନ୍ମ ନେଇଥିବା ବ୍ୟକ୍ତି ସବୁଠାରୁ ଅଧିକ ବର୍ଷ ମାନେ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି । ଏମାନଙ୍କ ଜନ୍ମର ପ୍ରଥମ ମାସ ଓ ୧୩ ବର୍ଷରେ ଘାଟି ରହିଥାଏ । ଯାହା ଦ୍ଵାରା ଏମାନଙ୍କୁ ମୃ-ତ୍ୟୁ ସହ ସମାନ କଷ୍ଟ ମିଳିଥାଏ ।

ରବିବାର : ଏହି ଦିନ ଜନ୍ମ ନେଇଥିବା ମଣିଷର ଆୟୁଷ ୬୦ ବର୍ଷ ଯାଏଁ ରହିଥାଏ । ଏମାନଙ୍କ ଜନ୍ମର ୬ ମାସ, ୧୩ଓ ୨୨ ବର୍ଷରେ ବଡ ଘାଟି ରହିଥାଏ ଯାହା ମୃ-ତ୍ୟୁ ସହ କଷ୍ଟ ସମାନ  ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।