କଇଁଛ ମୁଦି ପିନ୍ଧିବା ସମୟରେ ପାଳନ କରନ୍ତୁ ଏହି ସବୁ ନିୟମ, ଦରିଦ୍ରତା ଓ ଦୁର୍ଭାଗ୍ୟ ଆପଣଙ୍କ ପାଖ ବି ମାଡିବନି- Vastu Shastra

ଜୀବନର ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାସ୍ତୁଶାସ୍ତ୍ର ଏକ ମୁଖ୍ୟ ଭୂମିକା ଭାବେ କାମ କରିଥାଏ । ଏହା ଦ୍ଵାରା ଆମେ ଘରର ନକାରାତ୍ମକ ସ୍ଥିତିକୁ ଦୂରେଇ ଦେଇ ସକାରାତ୍ମକ ସ୍ଥିତି ଆଣିପାରୁ । ଭାରତ ଛଡା ଚୀନରେ ମଧ୍ୟ ବାସ୍ତୁଶାସ୍ତ୍ରକୁ ବହୁତ ମାନାଯାଏ । ଚୀନରେ ବାସ୍ତୁଶାସ୍ତ୍ରକୁ ଫେଙ୍ଗସୁଇ ବୋଲି କୁହାଯାଏ । ଏହି ଫେଙ୍ଗସୁଇ ଅନୁସାରେ କଇଁଛ ମୁଦି ପିନ୍ଧି ଆପଣମାନେ ନିଜ ଭାଗ୍ୟରେ ଥିବା ସମସ୍ତ ସମସ୍ୟାକୁ ଦୂରେଇ ଦେଇପାରିବେ ।

କଇଁଛର ମୁଦିଟିକୁ ଅଲଗା ଅଲଗା ରତ୍ନ ଓ ଧାତୁ ଭଳି ବ୍ୟବହାର କରାଯାଏ । ଏହି କଇଁଛ ମୁଦି ଯୋଗୁ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଓ ଧନ ସମ୍ପତି ଆସିଥାଏ । ଏହା ଛଡା ନିଜ ଭାଗ୍ୟର ପରିବର୍ତ୍ତନ ହୋଇଥାଏ । କଇଁଛ ମୁଦିରେ ଯୋଡି ରହିଥିବା କିଛି ଜରୁରୀ ନିୟମକୁ ଆସନ୍ତୁ ଜାଣିବା ।

୧: ଯଦି କୌଣସି ମଣିଷର ନିଜ ଆତ୍ମବିଶ୍ଵାସ ଉପରେ ଭରସା ନ ଥାଏ ।  ତେବେ ଏହି କଇଁଛ ଥିବା ମୁଦିଟିକୁ ଧାରଣ କଲେ ନିଜ ଭିତରେ ଆତ୍ମବିଶ୍ଵାସ ବଢିଥାଏ ଓ ଆପଣ ନିଜ ଜୀବନରେ ଆଗକୁ ବଢିପାରିବେ ।

୨: କଇଁଛ ଥିବା ମୁଦିଟିକୁ ପିନ୍ଧିଲେ ମଣିଷ ମନରେ ଥିବା ନକାରାତ୍ମକ ଚିନ୍ତାଧାରା ଦୂର ହୋଇଥାଏ । ଯଦି କୌଣସି ବ୍ୟକ୍ତି ସବୁବେଳେ ନିଜ ମନରେ ନକାରାତ୍ମକ ଚିନ୍ତାଧାରା ଆଣିଥାଏ ତେବେ ସେ ନିଶ୍ଚିନ୍ତ ଭାବେ ଏହି କଇଛ ଥିବା ମୁଦି ଧାରଣ କରିବା ଉଚିତ । ଏହି ମୁଦିକୁ ଧାରଣ କରିବା ଦ୍ଵାରା ମଣିଷ ମନରେ ସକାରାତ୍ମକ ଚିନ୍ତାଧାରା ଆସିଥାଏ । ଯାହା ଦ୍ଵାରା ମଣିଷ ଜୀବନର ଗତି ପରିବର୍ତ୍ତନ ହୋଇଥାଏ ।

୩ : କଇଞ୍ଚକୁ ଶାନ୍ତିପ୍ରିୟ ଓ ଅଧିକ ଧର୍ଯ୍ୟ ରଖୁଥିବା ପ୍ରାଣୀ ବୋଲି ମାନାଯାଏ । ସେଥି ପାଇଁ ଯେଉଁ ବ୍ୟକ୍ତି ଏହି କଇଁଛ ଥିବା ମୁଦିଟିକୁ ଧାରଣ କରିଥାଏ ସେ ସର୍ବଦା ଶାନ୍ତ ଓ ଧର୍ଯ୍ୟବାନ ମଣିଷ ହୋଇଥାଏ । ଯେଉଁ ଲୋକମାନଙ୍କର ଧର୍ଯ୍ୟ ଶକ୍ତି କମ ଥାଏ ସେମାନେ ମଧ୍ୟ ଏହି ମୁଦିଟିକୁ ପିନ୍ଧିବା ଉଚିତ ।

୪ : ବାସ୍ତୁଶାସ୍ତ୍ର ଅନୁସାରେ କଇଁଛ ଥିବା ମୁଦିଟିକୁ ପିନ୍ଧିବା ବେଳେ ବିଶେଷ କଥାର ଧ୍ୟାନ ରଖିବା ଉଚିତ । ଏହି ମୁଦିଟିକୁ ରୂପା ଛଡା ଅନ୍ୟ କୌଣସି ବି ଧାତୁରେ ତିଆରି କଲେ କୌଣସି ଲାଭ ମିଳିନଥାଏ ।

୫ : ବାସ୍ତୁ ଶାସ୍ତ୍ର ଅନୁସାରେ କଇଁଛ ଥିବା ଏହି ମୁଦିଟିକୁ ନିଜର ଡାହାଣ ହାତରେ ପିନ୍ଧିବା ଉଚିତ । ଏହି ମୁଦିକୁ ଭୁଲରେ ବି ନିଜର ବାମ ହାତରେ ଧାରଣ କରିବେ ନାହିଁ । ନଚେତ ଆପଣ ଅସୁବିଧାର ସମୁଖିନ୍ନ ହୋଇପାରନ୍ତି ।

୬ : କଇଁଛ ଥିବା ଏହି ମୁଦିକୁ ନିଜର ମଝି ଆଙ୍ଗୁଠିରେ ପିନ୍ଧିବା ଉଚିତ । ଏହାଛଡା ମୁଦିଟିକୁ ଅନ୍ୟ କୌଣସି ଆଙ୍ଗୁଠିରେ ବ୍ୟବହାର କରିବେ ନାହିଁ । ଯାହା ଫଳରେ ଆପଙ୍କୁ ସମସ୍ୟା ହୋଇପାରେ ।

୭ : ଏହି ମୁଦିଟିକୁ ଧାରଣ କରିବାବେଳେ ତାର ମୁହର ଦିଗ ଉପରେ ଧ୍ୟାନ ଦେବେ ।  କଇଁଛର ମୁହଁ ନିଜ ମୁହଁର ସାମନ ପଟେ ରହିବା ଉଚିତ । ଯଦି କଇଁଛର ମୁହଁ  ବାହାରକୁ ରହେ ତେବେ କୌଣସି ଲାଭ ମିଳିନଥାଏ ।

୮ : ଏହି ମୁଦିଟିକୁ ଧାରଣ କରିବା ବେଳେ ଏହାର କିଛି ନିୟମ ରହିଛି  । ଶୁକ୍ରବାର ଲକ୍ଷ୍ମୀଙ୍କ ଦିନରେ  ଏହି ମୁଦିଟିକୁ ଧାରଣ କରିବା ଉଚିତ । ପ୍ରଥମେ ସ୍ନାନ କରିବା ଉଚିତ  । ତା ପରେ  ଗଙ୍ଗାଜଳ ଓ କ୍ଷୀରରେ ଏହି ମୁଦିଟିକୁ ଧୋଇ ଏହାକୁ ଧାରଣ କରିଲେ ଭଲ ଫଳ ମିଳିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।