ସ୍ତ୍ରୀଙ୍କ ବିଷୟରେ ଏହି ସବୁ କଥା ଜାଣିଯିବେ ତ ଜୀବନରେ କେବେବି ଖାଇବେ ନାହିଁ ଧୋକା -Chanakya Niti

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ୱାରା ଲିଖିତ ଏକ ନୀତି ବାଣୀ ଅଟେ । ଚାଣକ୍ୟ ଏହି ନୀତିଦ୍ୱାରା ଚନ୍ଦ୍ର ଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରସିଥିଲେ । ଏହି ନୀତିରେ ମାନବ ସମାଜକୁ ତାର ବ୍ୟବହାରିକ ଗୁଣ ବିଷୟରେ ବର୍ଣ୍ଣ ନା କରିଛନ୍ତି । ଚାଣକ୍ୟ ନୀତି ଦ୍ୱାରା ମୂତ୍ର ଭେଦ ଠାରୁ ଆରମ୍ଭ କରି ଶତ୍ରୁଙ୍କ ପରିଚୟ । ପତିବ୍ରତା ସ୍ତ୍ରୀ ତଥା ଚରିତ୍ର ହୀନ ସ୍ତ୍ରୀ ଙ୍କ ମଧ୍ୟରେ ବିଭେଦ, ରାଜାର କର୍ତ୍ତବ୍ୟ ଓ ଜନତାର ଅଧିକାର ତଥା ବନ ବ୍ୟବସ୍ଥାର ଉଚିତ ନିଦାନ ହୋଇଥାଏ ।

ଚାଣକ୍ୟ ନୀତି ଅନୁସାରେ ମହିଳାଙ୍କର ପୁରୁଷଙ୍କ ଅପେକ୍ଷା ଭୋକ ଦୁଇ ଗୁଣ, ଲଜ୍ୟା ଚାରି ଗୁଣ, ସାହାସ ଛ ଗୁଣ ଓ କାମ ଆଠ ଗୁଣ ଅଧିକ ହୋଇଥାଏ । ମିଛ କହିବା, କଠୋରତା, ଛଳ କରିବା, ବୋକାମି କରିବା, ଲୋଭି ଓ ଅପଵିତ୍ରତା ଓ ନିର୍ଦୟତା ଏହା ମହିଳାଙ୍କ ଦୁର୍ଗୁଣ ହୋଇଥାଏ ।

ଭୋଜନ ଯୋଗ୍ୟ ପଦାର୍ଥ ଓ ଭୋଜନ କରିବା କ୍ଷମତା, ସୁନ୍ଦର ସ୍ତ୍ରୀ ଓ ତାକୁ ଭୋଗ କରିବା ପାଇଁ କାମ ଶକ୍ତି ଏବଂ ପର୍ଯ୍ୟାପ୍ତ ଧନରାଶି ତଥା ଦାନ ଦେବାର ଭାବନା ଏହି ସଂଯୋଗ ହେବା ସାମାନ୍ୟ ତାପସ୍ୟାର ଫଳ ନୁହେଁ । ଯେଉଁ ବ୍ୟକ୍ତିର ହାତ ସ୍ଵଚ ଥାଏ, କାର୍ଯ୍ୟାଳୟରେ କାମ କରିବାକୁ ଚାହେନା, ଯେଉଁ ବ୍ୟକ୍ତି ନିଜ କାମନା ସମାପ୍ତ କାରୀଇଦେଇଛି, ସେ ଶାରୀରିକ ଶୃଙ୍ଗାର କରେ ନାହିଁ । ଯିଏ ଅଧା ପଢ଼ିଛି ସେ ମିଠା କଥା କହି ପାରେ ନାହିଁ । ଏହି ଭଳି ଯେଉଁ ବ୍ୟକ୍ତି ସିଧା କଥା କହିଥାଏ ସେ କେବେ ବି ଧୋକା ଦିଏ ନାହିଁ ।

ପକ୍ଷୀଙ୍କ ମଧ୍ୟରେ କାଉ ନୀଚ ହୋଇଥାଏ । ପଶୁମାନଙ୍କ ମଧ୍ୟରେ କୁକୁର ନୀଚ ହୋଇଥାଏ । ଯେଉଁ ତପସ୍ୱୀ ପାପ କରେ ସେ ଘୃଣାର ପାତ୍ର ହୋଇଥାଏ । କିନ୍ତୁ ଯେଉଁ ଵ୍ୟକ୍ତି ଅନ୍ୟମାନଙ୍କର ନିନ୍ଦା ଲକରିଥାଏ ସେ ସବୁଠୁ ବଡ଼ ଚାଣ୍ଡାଳ ଅଟେ । ଏହି କଥା ଗର୍ଭରେ ହିଁ ନିଶ୍ଚିତ ହୋଇଥାଏ କି ବ୍ୟକ୍ତି କେତେ ବର୍ଷ ଜୀବିତ ରହିବ । ସେ କି ପ୍ରକାର କାର୍ଯ୍ୟ କରିବ । ସେ କେତେ ସମ୍ପତ୍ତିର ଅଧିକାରୀ ହେବ । ତାର ମୃତ୍ୟୁ କେବେ ହେବ ।

ଏକ ବୁଦ୍ଧିମାନ ବ୍ୟକ୍ତିକୁ କୌଣସି ଇଜ୍ଜତ ଥିବା ଘରର ବିକଳାଙ୍ଗ କନ୍ୟା ସହ ବିବାହ କରିବା ଉଚିତ କିନ୍ତୁ ତାଙ୍କୁ କୌଣସି ହିଁ ଘରର ସୁନ୍ଦରୀ କନ୍ୟା ସହ ବିବାହ କରିବା ଉଚିତ ନୁହେଁ । ଏହି ବିବାହ ସବୁ ସମାନତା ଥିବା ଘରେ ହିଁ କରିବା ଉଚ୍ଚିତ । କୌଣସି ପରିବାରରେ ତାର ବାପା ଶତ୍ରୁ ହୋଇଥାଏ ଯେକି ସବୁବେଳେ କରଜରେ ଡୁବି ରହିଥାଏ, ତାର ମା ଯଦି ଅନ୍ୟ ପୁରୁଷ ସହ ସମ୍ପର୍କ ରଖିଥାଏ, ସୁନ୍ଦର ସ୍ତ୍ରୀ ଓ ଯେଉଁ ପୁଅ ଶିକ୍ଷା ପ୍ରାପ୍ତ କରିନଥାଏ ।

ନୀଚ କୂଳରେ ଜନ୍ମ ନେଇଥିବା ବ୍ୟକ୍ତି ଠାରୁ ସର୍ବୋତ୍ତ ଜ୍ଞାନ ଆହରଣ କର । ସେହିଭଳି ଯଦି କୌଣସି ବଦନାମ ଘରର କନ୍ୟା ଯଦି ମହାନ ଗୁଣ ଶିକ୍ଷା ଦେଇଥାଏ ତେବେ ତାକୁ ଗ୍ରହଣ କରିବା ଉଚିତ । ଏହି ପାଞ୍ଚଟି କଥା ଉପରେ ବିଶ୍ୱାସ କର ନାହିଁ ନଦୀ, ଯେଉଁ ବ୍ୟକ୍ତି ପାଖରେ ଅସ୍ତ୍ର ଶାସ୍ତ୍ର ଅଛି, ନଖ ଓ ସିଙ୍ଘ ଥିବା ପଶୁ, ମହିଳା ଓ ରାଜା ଏବଂ ନେତା ମାନଙ୍କୁ । ଭଲ ସ୍ତ୍ରୀ ସେ ହୋଇଥାଏ ଯିଏକି ସୁଚିପୂର୍ଣ୍ଣ, ପାରଂଗତ ଥାଏ, ଶୁଦ୍ଧ ଥାଏ, ସତ୍ୟବାଦୀ ଥାଏ ଓ ସ୍ୱାମୀକୁ ଖୁସି ରଖୁଥିବା । ଯେଉଁ ବ୍ୟକ୍ତି ଏହି ଗୁଣ ପ୍ରତି ଧ୍ୟାନ ଦେବ ସେ ସଫଳ ରହିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।