ଜଣେ ନେତା କେମିତି ହେବା ଉଚିତ ? ଏହି ଲୋକପ୍ରିୟ ନେତାଙ୍କ ଜୀବନଶୈଳୀ ଓ ଅଭ୍ଯାସ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ପ୍ରତେକ ଲୋକ ତା ଜୀବନରେ ସଫଳତା ପାଇବା ପାଇଁ ଖୁବ ଆସା କରିଥାଏ । ମାତ୍ର ନିଜ କୁ ଏକ ଭଲ ନେତା ପ୍ରମାଣିତ କରିବାରେ ସେ କେବେ ହେଲେ ସଫଳ ହୋଇ ନଥାଏ । ଲକ୍ଷ ସଭିଙ୍କ ପାଖେ ଅଛି ମାତ୍ର ସଫଳତା ସେମାନଙ୍କୁ ମିଳୁଛି ଯେଉଁମାନେ ନିଜକୁ ନିଜ ସହ ତୁଳନା କରିବା ପାଇଁ ଚେଷ୍ଟା କରୁଛନ୍ତି । ଆମେ ଆପଣଙ୍କୂ ଆଜି ଏଭଳି ଏକ କାହାଣୀ କହିବାକୁ  ଯାଉଛୁ ଯାହା ଦ୍ଵାରା ଆପଣ ଜାଣି ପାରିବେ କି ପ୍ରକୃତରେ କେଉଁ ବ୍ୟକ୍ତି ଦେଶର ନେତା ହୋଇ ପାରିବ । ଏଭଳି ଲୋକମାନେ ଯେଉଁ ମାନେ ନିଜ ଅପେକ୍ଷା ନିଜ ଲୋକମାନଙ୍କ କଥା ଆଗ ବୁଝି ଥାନ୍ତି ସେମାନଙ୍କୁ ଭଲ ନେତା ବୋଲି କୁହା ଯାଏ ।

ଆପଣ ଯଦି ଟିକେ ପଛକୁ ଚାହିଁ ଇତିହାସକୁ ଦେଖିବେ ତାହେଲେ ଆପଣ ଜାଣି ପାରିବେ କି ନେତା ମାନେ ଆଗରୁ କଣ କଣ କରୁଥିଲେ ଓ ଏବେ କଣ କଣ କରୁଛନ୍ତି । ଯଦି ଆମେ ଆପଣଙ୍କୁ କହିବୁ କି ଆଗରୁ ସେଇ ରାଜା ମାନଙ୍କୁ ଲୋକମାନେ ଅଧିକ ଭଲ ପାଉଥିଲେ ଯେଉଁ ମାନେ ନିଜ ଦେଶ ପାଇଁ ନିଜ ମାତୃଭୂମି ପାଇଁ ନିଜ ପରିବାର ପାଇଁ ଓ ନିଜ ସମାଜ ପାଇଁ ସବୁବେଳେ ନିଜକୁ ଆଗକୁ ରଖୀ କାମ କରୁଥିଲେ ଯେତେବେଳେ ବିପଦ ଆଶିଛି ସେମାନେ ଆଗ ନିଜ କୁ ବଳି ଦେଇ ନିଜ ଲୋକଙ୍କ ରକ୍ଷା କରିଛନ୍ତି ।

ମାତ୍ର ତାଙ୍କରି ବଂଶଜ ହୋଇ ମଧ୍ୟ ତାଙ୍କ ପିଲାମାନେ ଏଭଳି କୀର୍ତି ଅର୍ଜନ କରିପାରି ନାହାଁନ୍ତି । ଏହାର କାରଣ ଏହା ହେଉଛି କି ନେତୃତ୍ଵ ନେବା ଭଲ କଥା ମାତ୍ର ଆପଣ ଏହାକୁ ଭଲ ଭାବେ ନତୁଲାଇ ପାରିଲେ ସବୁ କିଛି ଖରାପ ହୋଇଯିବ । ଆପଣ ନିଜକୁ ଯଦି ଏକ ନେତା ବୋଲି ପରିଚୟ ଦେଉଛନ୍ତି ତାହେଲେ ଆପଣ ଏହା ଜାଣି ରଖିବା ଉଚ୍ଚିତ କି ଆପଣ କିଭଳି ନିଜ ଲୋକମାନଙ୍କୁ ସମ୍ଭାଲୁଛନ୍ତି ଏହା ଅଧିକ ମହତ୍ଵ ରଖେ । ଆଜିର କାହାଣୀ ଏହା ଉପରେ ଆଧାରିତ ଅଟେ ଆସନ୍ତୁ ଜାଣିବା ଏହା ବିଷୟରେ । ଏହି କାହାଣୀ ହେଉଛି ୧୯୭୯ ମସିହାର ।  ଏହି

ସମୟରେ ଅବଦୁଲ କଲାମ ଓ ତାଙ୍କର ଦଳ ଏକ ମିସାଇଲ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହୋଉଥିଲା । ଶ୍ରୀଯୁକ୍ତ କଲାମ ସାର ଏହି ପ୍ରୋଜେକ୍ଟ ର ମୁଖ୍ୟ ଥିଲେ ୧୦ ବର୍ଷର ପରିଶ୍ରମ ଆଜି ସଫଳ ହେବାକୁ ଯାଉଥିଲା । ସଟେଲାଟ ଲଞ୍ଚ ହେବାକୁ କିଛି ସମୟ ଥିଲା କି ହଠାତ କମ୍ପ୍ୟୁଟର ରେ ଏର ର ଦେଖାଇଲା ବର୍ତ୍ତମାନ କାଲାମ ଙ୍କୁ ନିସ୍ପତି ନେବାକୁ ଥିଲା କି ଏହାକୁ ସେ ଲଞ୍ଚ କରିବେ କି ନାଇ ସେ ପୁଣି ସବୁକୁ ଦେଖିଲେ ତାଙ୍କୁ ଏହା ଠିକ ଲାଗିଲା ସେ କହିଲେ ହଁ ଏହାକୁ ଲଞ୍ଚ କରାଯାଉ । ଯାହା ଅର୍ବିଟ ରେ ଯାଇକି ରହିଥାନ୍ତା ସେ ଯାଇ ପହଞ୍ଚିଲା ବେ ଅଫ ବେଙ୍ଗଲ ରେ । ତାଙ୍କର ୧୦ ବର୍ଷର ପରିଶ୍ରମ ଖରାପ ହୋଇଗଲା ।

ଏହା ପରେ ସବୁ ପତ୍ରକାର ମାନେ ସେଠାରେ ଯାଇକି ପହଞ୍ଚିଲେ ସେମାନଙ୍କୁ ଦେଖିକି କାଲାମ ସାର ଟିକେ ଚିନ୍ତିତ ଥିଲେ କାରଣ ତାଙ୍କୁ ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ସେଠାରେ ସତିଶ ଧାବନ ମଧ୍ୟ ଥିଲେ ସେ କାଲାମଙ୍କ ଲିଡର ଥିଲେ ସେ ନିଜେ ଆଗକୁ ଯାଇ ସବୁ ପ୍ରଶ୍ନ ର ଉତ୍ତର ଦେଲେ ଓ କହିଲେ ଏକ ବର୍ଷ ପରେ ଆମେ ପୁଣି ଏକ ସଟେଲାଇଟ ଛାଡ଼ିବୁ ଠିକ ସେଭଳି ହେଲା ୧୯୮୦ ରେ ଆଉ ଏକ ସାଟେଲାଇଟ ମାତ୍ର ଏଥର ଏହା ସଫଳତା ପାଇ ଥିଲା ଏଥର କିନ୍ତୁ ମିଡିଆ ଆଗକୁ ସେ କଲାମଙ୍କୁ ପଠାଇଥିଲେ । ଏହାକୁ କୁହାଯାଏ ନେତା ଯିଏ ନିଜକୁ ସବୁ କ୍ଷେତ୍ରରେ ଆଗରେ ରଖୀ ଭଲ ସମୟରେ ଅନ୍ୟକୁ ଆଗକୁ ଯିବାର ସୁଯୋଗ ଦେଇଥାଏ ।