ଦୀପରେ ଘିଅ ସହ ଗୋଲମରିଚ ଦେଇ ଜଳାଇଲେ କଣ ହୁଏ ? ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ସତ୍ୟ ଯୁଗରେ ପୂଜା ବେଳେ ଅଗ୍ନିରେ ଆହୁତି ଦେବା ସମୟରେ ଅଗ୍ନି ଦେବତା ନିଜେ ପ୍ରକଟ ହୋଇ ଆହୁତି ଗ୍ରହଣ କରୁଥିଲେ । କିନ୍ତୁ କଳି ଯୁଗରେ ଅଗ୍ନି ଦେବତାଙ୍କ ଦୁଇ ପତ୍ନୀ ସ୍ୱାହା ଓ ସୁଧା ଅଗ୍ନି ଦେବତାଙ୍କ ପାଖେ ଆହୁତି ପହୁଞ୍ଚାଇବା କାର୍ଯ୍ୟ କରନ୍ତି ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଯଜ୍ଞ ସମୟରେ ମନ୍ତ୍ର ଉଚ୍ଚାରଣ ପରେ ସ୍ୱାହା ର ପ୍ରୟୋଗ କରାଯାଏ ଓ ପିତୃଙ୍କ ପୂଜା ସମୟରେ ସୁଧାର ପ୍ରୟୋଗ କରାଯାଏ । ଆଜି ଆମେ କିଛି ଉପାୟ ଜାଣିବା ଯାହା କରିବା ଦ୍ୱାରା ଅଗ୍ନି ଦେବତା ପ୍ରସନ୍ନ ହୁଅନ୍ତି ଓ ଆମର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୁଏ ।

ଆମ ସମସ୍ତଙ୍କ ପକ୍ଷେ ଯଜ୍ଞ କରିବା ସମ୍ଭବ ନୁହେଁ । କିନ୍ତୁ ଅଗ୍ନି ଦେବତାଙ୍କ ପାଇଁ ଆମେ ଘରେ ଦୀପ ଜଳାଇ ପାରିବୁ । ଯଦି ଆପଣଙ୍କ ଜୀବନରେ କିଛି ବି ଠିକ୍ ହେଉ ନାହିଁ ବା ଆପଣଙ୍କର କୌଣସି କାମ ହୋଇ ପାରୁନାହିଁ ଓ କାର୍ଯ୍ୟରେ ଲଗାତାର ଅସଫଳତା ମିଳୁଛି ତେବେ ୨୧ଦିନ ପର୍ଯ୍ୟନ୍ତ ଘରେ ଘିଅ ଦୀପ ଜଳାଇ ରଖନ୍ତୁ, ସେଥିରେ ଧଳା ସୋରିଷ ମଧ୍ୟ ପକାନ୍ତୁ ଓ “ଓଁ ଅଗ୍ନିଦେବାୟଃ ସ୍ବାହା” ମନ୍ତ୍ରର ଉଚ୍ଚାରଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ଆହୁତି ସିଧା ଅଗ୍ନି ଦେବତାଙ୍କ ପାଖେ ପହଞ୍ଚିବ ଓ ଆପଣ ନିଜେ ଏହାର ଉପକାରିତା ଅନୁଭବ କରି ପାରିବେ ।

ଯଦି ଆପଣ ଅନେକ ସମୟରୁ ଶନି ମହାଦେବଙ୍କ କୁଦୃଷ୍ଟିର ଶିକାର ହେଉଛନ୍ତି ତେବେ ପ୍ରତ୍ୟେକ ଶନିବାର ସନ୍ଧ୍ୟା ସମୟରେ କଳା ଜିରା ତେଲରେ ଦୀପ ଜଳାନ୍ତୁ । ଯେ ପର୍ଯ୍ୟନ୍ତ ଆପଣ ସମସ୍ତ ସମସ୍ୟାରୁ ନ ମୁକୁଳୁଛନ୍ତୁ ସେ ପର୍ଯ୍ୟନ୍ତ ଏହି ପରି କରନ୍ତୁ । ଏହା ସହ କଳା ଜିରା, ଗୁଡ଼ ଓ କଳା ବସ୍ତ୍ରର ଦାନ ମଧ୍ୟ କରନ୍ତୁ । ଏହା ଦ୍ବାରା ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହେବ ।

ଯଦି ଆପଣଙ୍କ ଘରେ ପାରିବାରିକ କଳହ ବଢୁଛି ଓ ଆପଣଙ୍କ ପିଲାମାନେ ଭୁଲ ରାସ୍ତାରେ ପାଦ ଦେଉଛନ୍ତି ତେବେ ଘରେ ଘିଅ ଦୀପ ଜଳାଇ ସେଥିରେ ଗୋଲ ମରିଚ ପକାନ୍ତୁ ଓ ଦୃଢ଼ ବିଶ୍ବାସ ସହ ଅଗ୍ନି ଦେବତାଙ୍କୁ ପ୍ରାର୍ଥନା କରନ୍ତୁ । ଖରାପ ନଜର ଉତାରିବା ପାଇଁ ମଧ୍ୟ ଗୋଲ ମରିଚର ପ୍ରୟୋଗ କରାଯାଏ । ଏହି ଉପାୟରେ ଆପଣଙ୍କ ସନ୍ତାନ ସମ୍ବନ୍ଧିତ ସମସ୍ତ ସମସ୍ୟା ସମାଧାନ ହେବ ।

ଅନେକ ସମୟରେ ଆମ ଉପରେ ବା ଆମ ଘର ଉପରେ ଦୁଷ୍ଟ ଶକ୍ତିର ପ୍ରଭାବ ପଡୁଥିବାର ଆଭାସ ହୋଇଥାଏ । ଏହା ଯୋଗୁଁ ଘରର ବାତାବରଣ ଠିକ୍ ନ ଲାଗିବା ସହ ଘରେ ଅଭାବ ବଢିବା, ମନ ବିଚଳିତ ହେବା ଆଦି ଲାଗି ରୁହେ । ଏହାର ତୁରନ୍ତ ପ୍ରତିକାର ପାଇଁ ଦେଶୀ ଗାଈ ଘିଅ ଦୀପରେ କର୍ପୁର ଓ ଅଳେଇଚ ପକାଇ ଜଲାନ୍ତୁ ଓ ସେହି ଦୀପକୁ ଘରର ପ୍ରତ୍ୟେକ କୋଣରେ ବୁଲାନ୍ତୁ । ଏହା ଦ୍ବାରା ଆପଣଙ୍କୁ ସକାରାତ୍ମକ ଉର୍ଜାର ଆଗମନର ଆଭାସ ନିଶ୍ଚୟ ହେବ ।