ଜାଣନ୍ତୁ R ନାମର ବ୍ୟକ୍ତିଙ୍କ ପାଇଁ କେମିତି ରହିବ ବର୍ଷ ୨୦୨୦, ବଦଳିବ ଭାଗ୍ୟ

ଆଜି ଆମେ ଆପଣମାନଙ୍କୁ ଇଂରାଜୀ ଅକ୍ଷର R ରୁ ଆରମ୍ଭ ହୋଇଥିବା ନାମର ଲୋକମାନଙ୍କ ବିଷୟରେ କହିବୁ । ଏହି ଲୋକମାନଙ୍କ ପାଇଁ ୨୦୨୦ ବର୍ଷ କେମିତି ରହିବ । ସାଧାରଣତଃ ଏହି ଅକ୍ଷରରେ କେତେକ କଳାକାର, ଗାୟକ, ଅଭିନେତା ଓ ବିଜନେସ ମ୍ୟାନ ଅଛନ୍ତି । ଯେଉଁମାନେ ତାଙ୍କ ଭାଗ୍ୟର ସହାୟତାରେ ସଫଳତା ହାସଲ କରିଛନ୍ତି । କେତେକ ହସ୍ତୀମାନେ ସଫଳତା ପାଇବା ପାଇଁ ନିଜର ନାମ ପରିବର୍ତ୍ତନ ମଧ୍ୟ କରିଛନ୍ତି । ଜ୍ୟୋତିଷ୍ୟ ଶାସ୍ତ୍ର ଆନୁସରେ ଗ୍ରହ ମାନଙ୍କର ସ୍ଥିତି ଅନୁଯାୟୀ ନାମ ଅନୁସାରେ ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପଡିଥାଏ । ଆଜି ଆମେ ଆପଣଙ୍କୁ ଏହି R ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତି ମାନଙ୍କ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ବ୍ୟକ୍ତି ମାନଙ୍କ ପାଇଁ ୨୦୨୦ କେମିତି ରହିବ ।

R ନାମ ଥିବା ବ୍ୟକ୍ତି ମାନଙ୍କ ଚରିତ୍ର ଭିନ୍ନ ହୋଇଥାଏ । R ଅକ୍ଷରକୁ ନ୍ୟୁମେରୋଲୋଜି ଅଙ୍କର ୯ ଅଙ୍କ ବୋଲି ମାନିଥାନ୍ତି । ଏହି ଅଙ୍କ ସ୍ନହିଷ୍ଣୁତା, ବୁଦ୍ଧି ଓ ମାନବିକତାର ପ୍ରତୀକ ଅଟେ । R ନାମ ଥିବା ବ୍ୟକ୍ତିଙ୍କର ବ୍ୟକ୍ତିତ୍ଵ ବହୁତ ପ୍ରଭାଶାଳୀ ହୋଇଥାଏ । ଏହି ନାମ ଥିବା ଲୋକମାନେ ନିଜ ପରିବାର ଓ ମିତ୍ର ମାନଙ୍କୁ ବହୁତ ଭଲ ପାଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏମାନଙ୍କ ପାଇଁ ୨୦୨୦ ବର୍ଷ କେମିତି ରହିବ ।

କ୍ୟାରିୟର-

କ୍ୟାରିୟର କଥା କହିଲେ, R ନାମ ଥିବା ବ୍ୟକ୍ତିମାନଙ୍କୁ ଉଭୟ ଚାକିରି ଓ ବ୍ୟାପାର କ୍ଷେତ୍ରରେ ସଫଳତା ମିଳିବ । ଏହି ବର୍ଷ ଆପଣଙ୍କୁ ଏକ ଭଲ ପରିଣାମ ପାଇବା ପାଇଁ ଅଧିକ କଷ୍ଟ କରିବାକୁ ହେବ ନାହିଁ । ମହିଳାମାନଙ୍କୁ ସମ୍ମାନ ଦିଅନ୍ତୁ, ନହଲେ ଆପଣଙ୍କ ଛବି ସମାଜରେ ଖରାପ ହୋଇପାରେ । ବେରୋଜଗାର ବ୍ୟକ୍ତି ମାନଙ୍କୁ ଚାକିରି ମିଳିବାର ସମ୍ଭାବନା ଅଛି ।

ବୈବାହିକ ଜୀବନ-

ଆପଣଙ୍କ ବୈବାହିକ ଜୀବନରେ କିଛି ବାଦବିବାଦ ଦେଖାଦେଇପାରେ । ଆପଣଙ୍କ ପାର୍ଟନରଙ୍କୁ ଅନୁଭବ ହୋଇପାରେ କି, ଆପଣ ତାଙ୍କର କେୟାର କରୁନାହାନ୍ତି । ତେଣୁ ଏହି ସବୁ କଥାକୁ ଧ୍ୟାନରେ ରଖି ନିଜ ପାର୍ଟନରଙ୍କୁ କିଛି ମୂଲ୍ୟବାନ ସମୟ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ବୈବାହିକ ଜୀବନ ସୁଖମୟ ରହିବ ।

ଶିକ୍ଷା-

ଏହି ବର୍ଷ ଶିକ୍ଷା କ୍ଷେତ୍ରରେ ଆପଣଙ୍କ ମନ ଲାଗିବ ନାହିଁ । ସେଥିପାଇଁ ଅଧିକ କଷ୍ଟ କରନ୍ତୁ ଓ ମନ ଦେଇ ଶିକ୍ଷାଲାଭ କରନ୍ତୁ । ଏହା ଦ୍ଵାରା ଆପଣ ଶିକ୍ଷାକ୍ଷେତ୍ରରେ ସଫଳତା ହାସଲ କରିପାରିବେ ।

ପ୍ରେମ ଜୀବନ

ପ୍ରେମୀ ଯୁଗଳ ମାନଙ୍କ ପାଇଁ ଏହି ବର୍ଷ ମନମହୋକ ରହିବ ଓ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଭଲ ପରିଣାମ ମିଳିବ । ଆପଣ ନିଜ ପାର୍ଟନରଙ୍କୁ ନେଇ କିଛି ଭଲ ସ୍ଥାନକୁ ଭ୍ରମଣ କରିବା ପାଇଁ ଯାଇପାରନ୍ତି । ଯାହାଦ୍ୱାରା ଆପଣଙ୍କ ସାଥି ଆପଣଙ୍କ ଦ୍ଵାରା ପ୍ରଭାବିତ ହେବେ ଓ ଆପଣଙ୍କ ପ୍ରେମ ଜୀବନ ସୁଖମୟ ରହିବ ।