ମହିଳାମାନେ ରାତିରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୫ଟି କାମ, ଘର ଛାଡି ଚାଲିଯାନ୍ତି ମା’ ଲକ୍ଷ୍ମୀ

ଆଜି ଆମେ ଆପଣମାନଙ୍କୁ ଏମିତି କିଛି କାର୍ଯ୍ୟ ବିଷୟରେ କହିବୁ ଯାହାକୁ କେବେବି ମହିଳା ମାନେ କରିବା ଉଚିତ ନୁହେଁ । ସାଧାରଣତଃ ରାତ୍ରି ସମୟରେ ଓ ଶୋଇବା ପୂର୍ବରୁ ଭୁଲରେ ମଧ୍ୟ ଏହି କାର୍ଯ୍ୟ କରନ୍ତୁ ନାହିଁ । ଏହା କରିବା ଦ୍ଵାରା ଘରର ସୁଖ ସମୃଦ୍ଧି ଓ ଘରର ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହିତ ପରିବାରର ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ରହିଥାଏ । ତେବେ ଆସନ୍ତୁ ଜାଣିବା ଏହି ପାଞ୍ଚଟି କାର୍ଯ୍ୟ ବିଷୟରେ, ଯାହାକୁ ମହଳାମାନେ ଭୁଲରେ ମଧ୍ୟ ରାତିରେ କରିବା ଉଚିତ ନୁହେଁ ।

୧. ସୂର୍ଯ୍ୟାସ୍ତ ହେବା ପରେ ଭୁଲରେ ମଧ୍ୟ କ୍ଷୀର ଓ ଦହି ଦିଅନ୍ତୁ ନାହିଁ । ଯଦି ବାହାରର କୌଣସି ବ୍ୟକ୍ତି ସୂର୍ଯ୍ୟାସ୍ତ ପରେ ଆପଣଙ୍କୁ କ୍ଷୀର ବା ଦହି ମାଗୁଛି, ତେବେ ଭୁଲରେ ମଧ୍ୟ ତାକୁ ଏହା ଦିଅନ୍ତୁ ନାହିଁ । ଏହା କରିବା ଦ୍ଵାରା ସେହି ଘରୁ ଲକ୍ଷ୍ମୀ ଚାଲିଯାନ୍ତି । ଯାହାଫଳରେ ଘରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଥାଏ ।

୨. ସବୁବେଳେ ରାତିରେ ଶୋଇବା ପୂର୍ବରୁ କେବେ ବି ଘରର ଅଇଁଠା ବାସନକୁ ପକାଇ ରଖନ୍ତୁ ନାହିଁ । ଏହା ଦ୍ଵାରା ଘରେ ଅଶାନ୍ତି ଓ ରୋଗର ଆଗମନ ହୋଇଥାଏ ଓ ଏହା ଦ୍ଵାରା ଘରେ ଲକ୍ଷ୍ମୀ ରୁହନ୍ତି ନାହିଁ । ତେଣୁ ମହିଳାମାନେ ସବୁ ଦିନ ରାତିରେ ଅଇଁଠା ବାସନକୁ ଧୋଇ କି ହିଁ ଶୋଇବା ଉଚିତ ।

୩. ସାଧାରଣତଃ ମହିଳାମାନେ ରାତିରେ ନିଜ ଚୁଟିକୁ ଖୋଲି ଶୋଇଥାନ୍ତି । ଏହା ଦ୍ଵାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ଯାହାଫଳରେ ଘରର ସବୁ କାର୍ଯ୍ୟ ଅସଫଳ ହୋଇଥାଏ । ତେଣୁ ଘରର ସବୁ ମହିଳାଙ୍କୁ ରାତିରେ ଚୁଟି ଖୋଲାକରି ଶୋଇବା ଉଚିତ ନୁହେଁ ।

୪. ମହିଳା ମାନେ ସପ୍ତାହକୁ ଥରେ ଘରର ସବୁ ରୁମରେ ସିନ୍ଧି ଲୁଣ ବା କଳା ଲୁଣକୁ ଏକ ପେପରରେ ନେଇ ରଖିବା ଉଚିତ ଓ ସକାଳ ହେବାପରେ କାହାକୁ ନଦେଖାଇ, ସେହି ଲୁଣକୁ ନେଇ ଆବର୍ଜନାରେ ଫିଙ୍ଗି ଦେବା ଉଚିତ । ଏହା ଦ୍ଵାରା ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଯାଇଥାଏ ।

୫. କେବେବି ଶୋଇବା ପୂର୍ବରୁ ପାଣିକୁ ବେଡର ଉପର ସ୍ଥାନରେ ରଖନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ଘରୁ ଲକ୍ଷ୍ମୀ ଚାଲି ଯାଇ ପାରନ୍ତି । ତେଣୁ ପାଣିକୁ ସବୁବେଳେ ବେଡ ତଳେ ରଖନ୍ତୁ ।

ତେଣୁ ଏହି ୫ ଟି କାର୍ଯ୍ୟକୁ ମହିଳାମାନେ ଭୁଲରେ ମଧ୍ୟ କରନ୍ତୁ ନାହିଁ । ଏହି କାର୍ଯ୍ୟ ପ୍ରତି ଧ୍ୟାନ ଓ ସତର୍କତା ରଖନ୍ତୁ । ନହଲେ ଏହା ଦ୍ଵାରା ଆପଣଙ୍କ ଘରର ସୁଖ ଓ ସମୃଦ୍ଧି ଦୂର ହୋଇପାରେ ।