ଭିଡିଓ: ଜଳୁଥିବା ବାଇକ ଉପରେ ବସିଥିଲା ପୁରା ପରିବାର, ୪ କିଲୋମିଟର ପର୍ଯ୍ୟନ୍ତ ଜାଣି ପାରିନଥିଲେ କି ନିଆଁ ଲାଗି ଯାଇଛି ବୋଲି , ଏହିଭଳି ଭାବରେ ବଞ୍ଚିଲା ଜୀବନ

ଉତ୍ତର ପ୍ରଦେଶ ପୋଲିସ କାରଣରୁ ଗୋଟିଏ ପରିବାରର ତିନି ଜଣ ଲୋକମାନଙ୍କର ଜୀବନ ବଞ୍ଚିଗଲା । କହିବାକୁ ଗଲେ ଜଣେ ସ୍ଵାମୀ ସ୍ତ୍ରୀ ନିଜର ପିଲା ସହିତ ବାଇକରେ କେଉଁଠିକୁ ଯାଉଥିଲେ ଓ ଏହି ସମୟରେ ତାଙ୍କ ବାଇକରେ ନିଆଁ ଲାଗିଗଲା । ଏହି ନିଆଁ ବିଷୟରେ ସ୍ଵାମୀ ଓ ସ୍ତ୍ରୀଙ୍କୁ କିଛି ବି ଜଣା ନଥିଲା । ସେମାନେ ଆରାମରେ ବସି ଯାଉଥିଲେ । ନିଆଁ ଲାଗିଥିବା ବାଇକରେ ବସି ସେମାନେ ବହୁତ କିଲୋମିଟର ଯାଇଥିଲେ ଓ ଯେତେବେଳେ ତାଙ୍କୁ ୟୁପି ର ପୋଲି

ସ ଅଟକାଇଲେ ସେତେବେଳେ ଯାଇ ତାଙ୍କୁ ଜଣା ପଡିଲା କି ତାଙ୍କ ବାଇକରେ ନିଆଁ ଲାଗିଛି ।

ଟ୍ୱିଟର ଜରିଆରେ ଶେୟାର କରିଲେ ଭିଡିଓ

ଏହି ଘଟଣାର ଏକ ଭିଡିଓ ୟୁପି ପୋଲିସ ନିଜ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି । ଏହି ଭିଡିଓରେ ସେହି ପରିବାରର ତିନି ଜଣ ଆରାମରେ ବସି ଯାଉଥିବା ସମୟରେ ତାଙ୍କ ବାଇକ ର ପଛ ଭାଗରେ ନିଆଁ ଲାଗି ଯାଇଥିଲା । ଏହା ପରେ ୟୁପି ପୋଲିସ ତାଙ୍କର ପିଛା କରି ତାଙ୍କୁ ଅଟକାଇଥିଲେ ।

ଏହିଭଳି ଭାବରେ ବଞ୍ଚିଲା ଜୀବନ

ଏହି ଘଟଣା ଇଟାବା ପାଖରେ ଥିବା ଏକ୍ସପ୍ରେସୱେ ହାଇୱେ ଉପରେ ହୋଇଛି । କୁହାଯାଉଛି କି ନିଆଁ ଲାଗିଥିବା ବାଇକ ଉପରେ ଯେତେବେଳେ ପୋଲିସର ନଜର ପଡିଲା ସେତେବେଳେ ସେମାନେ ବାଇକର ପିଛା କରିଥିଲେ । ଏହା ପରେ ପୁଲିସକର୍ମୀମାନେ ତାଙ୍କୁ ପଛରୁ ଡାକିବାକୁ ଲାଗିଲେ, କିନ୍ତୁ ସେମାନେ ଅଟକିଲେ ନାହିଁ ।

ବାଇକକୁ ଅଟକାଇବା ପାଇଁ ପୁଲିସକର୍ମୀମାନେ ୪ କିଲୋମିଟର ପର୍ଯ୍ୟନ୍ତ ବାଇକର ପିଛା କରିଥିଲେ । ୪ କିଲୋମିଟର ପର୍ଯ୍ୟନ୍ତ ଏହି ପରିବାର ଜଳନ୍ତା ବାଇକରେ ବସିଥିଲେ । କହିବାକୁ ଗଲେ ନିଆଁ ବାଇକର ପଛ ଚକରେ ଲାଗିଥିଲା । ଏହା ପରେ ବାଇକକୁ ଅଟକାଇ ପୋଲିସ ପ୍ରଥମେ ସେହି ପରିବାରଙ୍କୁ ବାଇକରୁ ଦୂରେଇ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କଲେ ।

ଏହି କାରଣରୁ ଲାଗିଥିଲା ନିଆଁ

ଏମିତି କୁହଯାଉଛି କି ବାଇକରେ ବସିଥିବା ସେହି ପରିବାରଙ୍କ ପାଖରେ ଗୋଟିଏ ବ୍ୟାଗ ଥିଲା ଓ ସେମାନେ ସେହି ବ୍ୟାଗକୁ ଗାଡିର ପଛ ପଟରେ ରଖିଥିଲେ । ଯେଉଁ କାରଣରୁ ବ୍ୟାଗଟି ଗାଡିର ପଛ ପଟରେ ବାଜି ବାଜି ନିଆଁ ଲାଗି ଯାଇଥିଲା, କିନ୍ତୁ ଠିକ ସମୟରେ ପୋଲିସ ପହଞ୍ଚି ଏକ ବଡ ଦୁର୍ଘଟଣାକୁ ଅଟକାଇ ଥିଲେ ।