ପୁଅର ମୃତ୍ୟୁରେ ଦୁଃଖରେ ଭାଙ୍ଗି ପଡିଥିଲା ପରିବାର, ଶୋକ ପ୍ରକାଶ କରିବାକୁ ପହଞ୍ଚିଥିବା ୧୦୦ ଜଣ ଗ୍ରାମବାସୀ ଖରାପ ହେଉଥିବା ଫସଲକୁ କାଟି ଦେଲେ, ଆଉ ତା ପରେ…

ରାଜସ୍ଥାନର ଜୋଧପୁର ର ଦୟାକୌର ଗ୍ରାମର ଏକ ଫଟୋ ଏହି ସମୟରେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଯାହାକି ଭାଇଚାରାର ସଂକେତ ଦେଉଛି । କହିବାକୁ ଗଲେ ଦୟାକୌର ଗ୍ରାମର ଗୋଟିଏ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗିଲା ତ ପୁରା ଗ୍ରାମର ଲୋକମାନେ ପୀଡିତ ପରିବାରକୁ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସିଲେ । ଭାଇରାଲ ହେଉଥିବା ଏହି ଫଟୋରେ ଲୋକମାନେ ଫସଲ କାଟୁଥିବାର ନଜର ଆସୁଛନ୍ତି । ଚାଲନ୍ତୁ ଆପଣଙ୍କୁ କହିଦେଉଛୁ ପୁରା ମାମଲାଟି କଣ ?

ଦୟାକୌର ଗ୍ରାମର ନିବାସୀ ଭୂରାଲାଲ ପାଲୀବାଲକେଙ୍କର ୧୮ ବର୍ଷୀୟ ପୁଅ ଗଣପତରାମ ନିଜ ଭାଇ ସହ ଦେଖା କରିବା ପାଇଁ ଛତିଶଗଢ ଯାଇଥିଲା, ଯେଉଁଠୁ ଗଣପତରାମର ମୃତ୍ୟୁର ଖବର ସାମ୍ନାକୁ ଆସିଲା । ମୃତ୍ୟୁର ଖବର ସାମ୍ନାକୁ ଆସିବା ମାତ୍ରେ ହିଁ ପୁରା ପରିବାର ଭାଙ୍ଗି ପଡିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଗଣପତରାମକୁ ଅଚାନକ ପେଟରେ ଯନ୍ତ୍ରଣା ହେଲା ଓ ତାହା ପରେ ତାହାର ମୃତ୍ୟୁ ହୋଇଗଲା ।

ପୁରା ଘରକୁ ସମ୍ଭାଳୁ ଥିଲା ପୁଅ

ମୃତକର ସମ୍ପର୍କୀୟମାନେ କହିଲେ କି ଗଣପତରାମ ପୁରା ଘରକୁ ଭଲ ଭାବରେ ସମ୍ଭାଳୁ ଥିଲା । ଚାଷ ଠାରୁ ଆରମ୍ଭ କରି ଘରର ସମସ୍ତ କାମ କରୁଥିଲା ଏବଂ ଘରର ବହୁତ ଭଲ ଭାବରେ ଧ୍ୟାନ ମଧ୍ୟ ରଖୁଥିଲା, କିନ୍ତୁ ବର୍ତ୍ତମାନ ଗଣପତରାମ ଏହି ଦୁନିଆରେ ଆଉ ନାହିଁ ।

ଦୁଃଖ ପ୍ରକାଶ କରିବାକୁ ଆସିଥିବା ଲୋକମାନେ ଫସଲ ବଞ୍ଚାଇବାକୁ ନିର୍ଣ୍ଣୟ କଲେ

ପୁଅର ମୃତ୍ୟୁରେ ନିଜର ଭାଙ୍ଗି ପଡିଥିବା ପରିଜନମାନଙ୍କୁ ଫସଲ ପ୍ରତି ଧ୍ୟାନ ନ ଥିଲା । ଏହା ପରେ ଦୁଃଖ ପ୍ରକାଶ କରିବାକୁ ଆସିଥିବା ଲୋକମାନେ ମନେ ମନେ ଠିକ କଲେ କି ଫସଲକୁ ଆମେ ଖରାପ ହେବାକୁ ଦେବା ନାହିଁ । କହିଦେଉଛୁ କି ପାଣିପାଗ ବିଭାଗ ଚେତାବନୀ ଦେଇଥିଲା କି ଆସୁଥିବା ଦିନରେ ଝଡ ଓ ତୋଫାନ ଦେଖିବାକୁ ମିଳି ପାରେ । ଯେଉଁଥିରେ ଫସଲ ଖରାପ ହୋଇପାରେ । ସେଥିପାଇଁ ସମସ୍ତେ ମିଶି ଫସଲକୁ କାଟି ଦେଲେ ।

୧୦୦ ଜଣ ମିଶି କାଟିଲେ ଫସଲ

କହିଦେଉଛୁ କି ଶନିବାର ଦିନ ପାଖାପାଖି ୧୦୦ଜଣ ଗ୍ରାମୀଣ ଚାଷଜମିରେ ଫସଲ କାଟିବା ପାଇଁ ଏକାଠି ହେଲେ ଓ ପାଖାପାଖି ଦ୍ଵିପ୍ରହର ପର୍ଯ୍ୟନ୍ତ ୧୦ ବିଘାର ଜୀରା ଓ ଗହମ ଫସଲକୁ ଏକାଠି କରିଦେଲେ । ଲୋକମାନଙ୍କୁ ଫସଲ କାଟୁଥିବାର ଯେତେବେଳେ ପୀଡ଼ିତ ପରିବାର ଦେଖିଲେ ତେବେ ସେମାନଙ୍କ ଆଖିରେ ଲୁହ ଚାଲି ଆସିଲା ।