ଯାହା ଚାହିଁବେ ସବୁ କିଛି ପାଇବେ, ବାସ ବୁଝି ଯାଆନ୍ତୁ ଏହି 1 କଥା- Chankya Niti

ଜୀବନ ହେଉଛି ଏକ ସମ୍ଭାବ୍ୟ ଖେଳ । ଜୀବନ ରାସ୍ତାରେ ଚାଲୁ ଚାଲୁ ବହୁତ ପରିସ୍ଥିତି ଆସିବ ଯେବେ ଆପଣଙ୍କୁ ହାର ମାନି ଯିବାକୁ ଇଛା ହେବ । ଏପରି ଅନେକ ସମୟ ଆସି ସାରିଥିବ,

ଯେବେ ନିଜେ ନିଜକୁ ଶେଷ କରିଦେବାକୁ ଚିନ୍ତା କରିଥିବେ ଓ ପରେ ମନ ବଦଳାଇ ଭାବିଥିବେ ଅନ୍ୟ କିଛି ଚେଷ୍ଟା କରି ଦେଖିବେ ବୋଲି । କିନ୍ତୁ ଯେଉଁ କାର୍ଯ୍ୟ ଆପଣ ଅଧାରୁ ଛାଡ଼ି ଦେବାକୁ ଯାଉଛନ୍ତି, ଥରେ ମନେ ପକେଇବେ ତାହା ଆରମ୍ଭ କଣ ପାଇଁ କରିଥିଲେ । ଏକଦା ପର୍ସିଆ ଦେଶର ସୁଲତାନ ଏକ ସମୟରେ ଦୁଇ ଜଣଙ୍କୁ ମୃ-ତ୍ୟୁ ଦଣ୍ଡାଜ୍ଞା ଶୁଣାଇଲେ ଓ ସେମାନଙ୍କୁ ତାଙ୍କ ଶେଷ ଇଚ୍ଛା କଣ ବୋଲି ପଚାରିଲେ ।

ପ୍ରଥମ ଲୋକଟି କହିଲା ତାର କୌଣସି ଶେଷ ଇଚ୍ଛା ନାହିଁ । ତା ପର ଦିନ ସେମାନଙ୍କୁ ଫାଶୀ ଦିଆଯିବାର ଥିଲା । ଦ୍ଵିତୀୟ ଲୋକଟିକୁ ମଧ୍ୟ ତା ଶେଷ ଇଚ୍ଛା ସମ୍ବନ୍ଧରେ ପଚାରାଗଲା । ସେ ଲୋକଟି ଜାଣିଥିଲା କି ପର୍ସିଆ ସୁଲତାନଙ୍କ ପାଖରେ ଏକ ଘୋଡ଼ା ଅଛି ଓ ସୁଲତାନ ଘୋଡାଟିକୁ ଖୁବ୍ ଭଲ ପାଆନ୍ତି ।

ତେଣୁ ଦ୍ଵିତୀୟ ଲୋକଟି ବିନମ୍ର ହୋଇ କହିଲା, ମହାରାଜ ମୋତେ ତ ମୃ-ତ୍ୟୁ ଦଣ୍ଡ ନିଶ୍ଚୟ ମିଳିବ ତେବେ ମୋତେ ଆଉ ୬ ମାସ ସମୟ ଦିଅନ୍ତୁ, ତା ମଧ୍ୟରେ ମୁଁ ଆପଣଙ୍କ ଘୋଡାକୁ ଉଡୁଥିବା ଘୋଡ଼ା କରିଦେବି । ସୁଲତାନ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ସତରେ ତୁ ମୋ ଘୋଡାକୁ ଉଡୁଥିବା ଘୋଡ଼ା କରି ଦେଇ ପାରିବୁ? ଲୋକଟି କହିଲା, ଅବଶ୍ୟ ମହାରାଜ, ମୁଁ ତ ମରୁଅଛି ତେବେ ଏହି ବିଦ୍ୟାଟି ମୋ ଠାରୁ ଶିଖି ଯାଆନ୍ତୁ ।

ସୁଲତାନ ଭାବିଲେ ଯଦି ଏପରି ହୋଇପାରିବ ତେବେ ମୁଁ ଦୁନିଆର ଏକମାତ୍ର ସୁଲତାନ ହେବି ଯାହା ପାଖେ ଉଡୁଥିବା ଘୋଡ଼ା ଅଛି । ସୁଲତାନ ଏଥିରେ ନିଜ ସହମତି ପ୍ରକାଶ କଲେ ଓ ଲୋକଟିକୁ ପ୍ରଶ୍ନ କଲେ, ଯଦି ଏହା ମିଥ୍ୟା ହୋଇଥାଏ? ଲୋକଟି ଉତ୍ତର ଦେଲା, ତେବେ ମହାରାଜା ମୋତେ ସେହି କ୍ଷଣି ମୃ-ତ୍ୟୁ ଦଣ୍ଡ ଦେବେ, ମୁଁ ତ ଏବେ ବି ଆପଣଙ୍କ କଏଦୀ ଅଛି । ଏହି ପ୍ରକାରେ ସୁଲତାନ କଏଦୀର କଥାରେ ରାଜି ହୋଇ ତା ଦଣ୍ଡାଜ୍ଞା ୬ ମାସ ପାଇଁ ଘୁଞ୍ଚାଇ ଦେଲେ ।

ରାତିରେ ଦୁଇ କଏଦୀଙ୍କୁ ତାଙ୍କ କୋଠରୀକୁ ଆସିଲେ । ଯାହାକୁ ଆର ଦିନ ଫାଶୀ ହେବାର ଥିଲା ସେ ଦ୍ଵିତୀୟ କଏଦୀକୁ କହିଲା, ତୁ ଭଲ ଭାବେ ଜାଣିଛୁ କୁ ଏପରି କୌଣସି ବିଦ୍ୟା ନାହିଁ, ତଥାପି ତୁ ସୁଲତାନଙ୍କୁ କଣ ପାଇଁ ମିଛ କହିଲୁ । ସେ ଉତ୍ତର ଦେଲା ମୁ ମୋ ନିଜକୁ ଚାରୋଟି ସମ୍ଭାବ୍ୟ ଦେଲି । ପ୍ରଥମଟି ହେଉଛି ଘୋଡ଼ା ବୁଢ଼ା ହୋଇଗଲାଣି, କିଏ ଜାଣେ ମାସେ ଦୁଇ ମାସରେ ଘୋଡ଼ାଟି ମରିଯିବ ।

ଦ୍ଵିତୀୟ ସମ୍ଭାବ୍ୟ ହେଉଛି, ସୁଲତାନ ନିଜେ ମଧ୍ୟ ଯବାନ ନୁହନ୍ତି, କିଏ ଜାଣେ ଏହା ଭିତରେ ସେ ନିଜେ ହିଁ ମରିଯିବେ । ତୃତୀୟରେ ହେଉଛି, କିଏ ଜାଣେ ମୁଁ ନିଜେ ହିଁ ପ୍ରାକୃତିକ ମୃ-ତ୍ୟୁବରଣ କରିବି, ତୋ ପରି ଫାଶୀରେ ତ ଝୁଲିବାକୁ ପଡ଼ିବନି । ଚତୁର୍ଥରେ, କି ଜଣା ଯଦି ମୁଁ ସତରେ ଘୋଡ଼ାକୁ ହି ଉଡ଼ିବା ଶିଖେଇ ଦେବି । ଆଉ ଯଦି ଏହା ଭିତରୁ କିଛି ନ ହୁଏ ତେବେ ତୋ ଠାରୁ ୬ ମାସ ଅଧିକ ତ ବଞ୍ଚିବି । ମୃ-ତ୍ୟୁର ଶେଷ ଭାଗରେ ଠିଆ ହୋଇ ମଧ୍ୟ ଲୋକଟି ନିଜ ବୁଦ୍ଧି ଖଟାଇବା ଛାଡ଼ି ନ ଥିଲା । ତେଣୁ ହାର ମାନିବା ଆଗରୁ ନିଶ୍ଚୟ ଥରେ ମନେ ପକାଇବେ କି ଆପଣ ଆରମ୍ଭ କାହିଁକି କରିଥିଲେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।