ଆସିଥିଲେ ସାଙ୍ଗ ହେଇ ଚାଲିଗଲେ ବି ସାଙ୍ଗ ହେଇ, ଦୁଇ ଭାଇଙ୍କ କରୁଣ କାହାଣୀ ଶୁଣିଲେ ଆପଣ ନ କାନ୍ଦି ରହି ପାରିବେନି

ଦେଶରେ ଯେପରି ଭାବେ କୋରୋନା ମହାମାରି ବ୍ୟାପୁଛି ସେଥିପାଇଁ କେତେ ଲୋକଙ୍କର ଜୀବନ ଗଲାଣି ତାହା କହି ହେବ ନାହି । କୋରୋନାର ଦିତୀୟ ଲହର ପୁରା ବିଶ୍ବରେ ଭୟର ଆତଙ୍କ ଖେଳି ଯାଇଛି ।

କୋରୋନା ଭ୍ୟାକସିନ ବାହାରି ଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ହେଉ ନାହି । ଲୋକ ମାନେ କୋରୋନା ଭ୍ଯାକ୍ସିନ ନେବା ପରେ ମଧ୍ୟ ତାଙ୍କୁ କୋରୋନା ଆକ୍ରାନ୍ତ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏମିତ ଏକ ଦୁଖଦାୟକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଆଗରୁ କେହି କେବେ ଶୁଣି ନ ଥିବେ । ଏହି ମର୍ମାନ୍ତକ ଘଟଣାଟି ଉତ୍ତର ପ୍ରଦେଶର ମେରଟରେ ହୋଇଛି ଯେଉଁଠି ଦୁଇ ଜାଆଁଳା ଭାଇ ଏକା ସାଙ୍ଗରେ କୋରୋନରେ ଆକ୍ରାନ୍ତ ହୋଇ ମୃ-ତ୍ୟୁ-ବ-ର-ଣ କରିଛନ୍ତି । ମେରଟ ବାସିନ୍ଦା ରେମଣ୍ଡ ରାଫାଇଲଙ୍କର ଦୁଇ ଜାଆଁଳା ପୁଅ ଥିଲେ ।

ଦୁଇ ଭାଇ ଇଞ୍ଜିନିୟର ଚାକିରିର କରିଥିଲେ । ଦୁଇ ଭୟଙ୍କର ନାଁ ହେଉଛି ଯୋଫ୍ରେଡ ବରଗିସ ଟ୍ରେଗରୀ ଓ ରାଲଫ୍ରେଡ ଚର୍ଚ ଟ୍ରେଗରୀ ଅଟେ । ଚଳିତ ବର୍ଷ ଏପ୍ରିଲ ୨୩ ତାରିଖରେ ଦୁଇ ଭାଇ ନିଜର ୨୪ତମ ଜନ୍ମଦିବସ ବହୁତ ଧୂମ୍ଧାମରେ ପାଳନ କରିଥିଲେ । ଜନ୍ମ ଦିବସର ଦୁଇ ତିନି ଦିନରେ ହଟାତ ଦୁଇ ଭାଇ ଏକା ସାଙ୍ଗରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ ।

ମେ ୧୩ ଓ ୧୪ ତାରିଖରେ ଦୁଇ ଭାଇଙ୍କର ନି-ଧ-ନ ହୋଇଛି । ବଡ ଆଶ୍ଚର୍ଜ୍ୟକର କଥା ହେଉଛି ମେ ୧୦ ତାରିଖରେ ଦୁଇ ଭାଇଙ୍କର କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା । ତା ପର ଦିନ ଦୁହିଙ୍କର ସ୍ୱାସ୍ଥ୍ୟ ବହୁତ ଗୁରୁତର ହୋଇ ପଡିଥିଲା । ଶେଷରେ ଦୁଇ ଭାଇ ଜୀବନ ମ-ର-ଣ ସହ ଲଢେଇ କରି ସବୁ ଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛନ୍ତି । ଦୁଇ ଭାଇ ଗୋଟେ ଭଲ କମ୍ପାନୀରେ ଦକ୍ଷ ଇଞ୍ଜିନିୟର ଚାକିରିରେ ନିଯୁକ୍ତ ଥିଲେ । ଦୁଇ ଭାଇ ଜନ୍ମ ହେବାରେ ମାତ୍ର ୩ ମିନିଟର ବ୍ୟବଧାନ ରହିଥିଲା ।

ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ । ଏଥି ପାଇଁ ତାଙ୍କର ପୁରା ପରିବାର ଦୁଖରେ ମର୍ମାହତ ହୋଇ ପଡିଛନ୍ତି । ଦୁଇ ପୁଅକୁ ଏକା ସାଙ୍ଗରେ ହରାଇ ତାଙ୍କ ମାତା ଓ ପିତା ନିଜର ମାନସିକ ଭାରସାମ୍ୟ ହରାଇଛନ୍ତି । କୋରୋନାର ଦିତୀୟ ଲହର କେତେ ଯେ ପରିବାରକୁ ନଷ୍ଟ କରି ସାରିଲାଣି ତାହାର ଗଣନା କରି ହେବ ନାହି । ବର୍ତ୍ତମାନ ସମୟରେ ମୃ-ତ୍ୟୁ ସଂଖ୍ୟା ଦେଶ ପାଇଁ ଚିନ୍ତାର କାରଣ ହୋଇ ପଡିଛି । ସେଥି ପାଇଁ ଆମ ସମସ୍ତଙ୍କୁ ବହୁତ ସାବଧାନର ସହ ରହିବାକୁ ପଡିବ । ତେଣୁ ବନ୍ଧୁଗଣ ଯଦି ଆପଣ ମାନଙ୍କ ଠାରେ ଏମିତି କୌଣସି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ବନ୍ଧୁଗଣ ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ