Jagrati ଙ୍କୁ ରଣହୁଙ୍କାର ଦେଲେ Varsha ! ଗୋଟିଏ ବି ଶବ୍ଦ ନ କହି ଜାଗ୍ରତି ଙ୍କୁ ପାନେ ଦେଲେ ବର୍ଷା

ସାଂସଦ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତିଙ୍କ ପୋଷ୍ଟ ଭାଇରାଲ ହେବେ ପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ଷାଙ୍କ ସ୍ପାଉସ କାର୍ଡ ରଦ୍ଦ ନ କରିବାକୁ ହାଇକୋର୍ଟ ବର୍ଷାଙ୍କ ସପକ୍ଷରେ ରାୟ ଶୁଣାଇବା ପରେ ଭଡକି ଯାଇଥିଲେ ଅନୁଭବଙ୍କ ଡିୟରେଷ୍ଟ ଫ୍ରେଣ୍ଡ ଜାଗ୍ରତି ଶୁକ୍ଲା । ଆଉ ଏହାକୁ ନେଇ ସୋ-ସି-ଆ-ଲ ମି-ଡି-ଆ-ରେ ପୋଷ୍ଟ କରି ପକାଇଥିଲେ । ଯେଉଁଥିରେ ସେ ବର୍ଷାଙ୍କ ନାଁ ନନେଇ ସେ ସ୍ପାଉସ କାର୍ଡ ପାଇବାକୁ ଯୋଗ୍ୟ କି ପଚାରିବା ସହ ତାଙ୍କ ଉପରେ ତଦନ୍ତ ହେବା ଆବଶ୍ୟକ ବୋଲି ଲେଖିଥିଲେ ।

ଯାହାପରେ ସୋ-ସି-ଆ-ଲ ମି-ଡି-ଆ-ରେ ହଟହଟା ହୋଇଛନ୍ତି ଜାଗ୍ରତି । ବର୍ଷା ମଧ୍ୟ ଏହାର କିଛି ପ୍ରତ୍ୟୁତ୍ତର ଦେଇ ନଥିଲେ କେବଳ ନିଜର ତିନୋଟି ଫଟୋ ପୋଷ୍ଟ କରିଥିଲେ । କିନ୍ତୁ ବର୍ତ୍ତମାନ ଜାଗ୍ରତିଙ୍କ ନାଁରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଆଉ ଏହି ଏତଲାକୁ ପୋଲିସ ଷ୍ଟେସନ ନିଜ ଡାଏରୀରେ ଉଠାଇଛି । ଜାଗ୍ରତି ଲେଖିଥିବା ନିଜ ପୋଷ୍ଟରେ ବର୍ଷାଙ୍କୁ ଫ୍ରଡ୍ ବୋଲି କହିଥିଲେ ।

ଆଉ ବର୍ଷା କିଭଳି ନିଜ ମାଟ୍ରିକ ସାର୍ଟିଫିକେଟ ଠାରୁ ଆରମ୍ଭ କରି ନିଜ ପାସପୋର୍ଟ ପର୍ଯ୍ୟନ୍ତ ସବୁଥି ଅଲଗା ଅଲଗା ନାଁ ବ୍ୟବହାର କରୁଛନ୍ତି ତାହା ଲେଖିଥିଲେ । ବର୍ଷା ସ୍ପାଉସ କାର୍ଡ ପାଇବାର ଯୋଗ୍ୟ କି ବୋଲି ପଚାରିବା ସହ ସେ ବର୍ଷାଙ୍କ ଉପରେ ତଦନ୍ତ ହେଉ ବୋଲି ଲେଖିଛନ୍ତି । ଏହି ମାମଲାକୁ କେନ୍ଦ୍ର କରି ଏବେ ବର୍ଷା ପୁରୀଘାଟ ଥାନାରେ ପହଞ୍ଚିଛନ୍ତି । ଏଥିରୁ ଜଣାପଡୁଛି କି ଗୋଟିଏ ବି ଶବ୍ଦ ନକହି ନିଜ ଶତ୍ରୁଙ୍କୁ କିଭଳି ଦମନ କରିବାକୁ ହୁଏ ଏହା ବର୍ଷାଙ୍କୁ ଭଲଭାବେ ଜଣା ।

ଜାଗ୍ରତିଙ୍କ ଏଭଳି ପୋଷ୍ଟରେ ବର୍ଷାଙ୍କର ମାନହାନି ହେଉଛି । ଏହାସହ ଆଉ ଗୋଟିଏ କଥା ହେଉଛି ଜାଗ୍ରତି କେମିତି ଜାଣିଲେ କି ବର୍ଷା ଅଲଗା ଅଲଗା ନାଁ ବ୍ୟବହାର କରିଛନ୍ତି । ତେବେ ଜାଗ୍ରତି ଯେଉଁ କଥା ପୋଷ୍ଟ କରିଛନ୍ତି ସେ ଏହାର ପ୍ରମାଣ କଣ ନିଜ ପାଖେ ରଖିଛନ୍ତି କି ? ଆଉ ଯଦି ରଖିଛନ୍ତି ତେବେ ସେ ପ୍ରମାଣ ତାଙ୍କୁ କିଏ ଦେଇଛି ? ଏହି ସବୁ କଥାର ମଧ୍ୟ ତଦନ୍ତ ହେବା ଆବଶ୍ୟକ ରହିଛି ।

ତେବେ ପୋଲିସ ଏହି ମାମଲାରେ ଆଗକୁ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା । ଦେଖାଯାଉ ଜାଗ୍ରତି ଏବଂ ବର୍ଷାଙ୍କ ମଧ୍ୟରେ କୁହୁଳୁ ଥିବା ଏହି ବିବାଦ କେଉଁ ଆଡେ ଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।