ଦେଖନ୍ତୁ Video: କେମିତି ଥିଲା ଗଜପତି ମହାରାଜାଙ୍କ ଝିଅ ରାଜକୁମାରୀ Debeshi ଙ୍କ ବିବାହ, ସାଜସଜା ଦେଖିଲେ ଆଖି ଖୋସି ହେଇଯିବ ! ଦେଖନ୍ତୁ ଏହାର କିଛି ଝଲକ

ସରିଗଲା ରଜାଝିଅ ବାହାଘର । କୋଭିଡ କଟକଣା ମଧ୍ୟରେ ରାଜକୁମାରୀ ଦେବେଶୀ ଦେବୀଙ୍କର ବିବାହ ସରିଛି । ହରିୟାଣା ଗୁରଗାଓଁ ନିବାସୀ ରାଜୀବ କେହରଙ୍କ ସୁପୁତ୍ର ଆୟୁଷ୍ମାନ କେହରଙ୍କୁ ସହିତ ତାଙ୍କର ହାତଗଣ୍ଠି ପଡିଛି । ଉଭୟ ବିବାହ ଡୋରରେ ବାନ୍ଧି ହୋଇ ସାତ ଜନ୍ମର ସାଥି ହୋଇଛନ୍ତି । ଆଉ ଏଥିପାଇଁ ଗତକାଲି ଚଳଚଞ୍ଚଳ ହୋଇ ଉଠିଥିଲା ରାଜଧାନୀର ଷ୍ଟାର ହୋଟେଲ ମେଫେୟାର । ରାଜକୀୟ ଢଙ୍ଗରେ ବାଜା ରୋଷଣୀରେ ଆସିଥିଲା ରାଜକୁମାରୀଙ୍କ ବାରାତ୍ ।

ବିଭିନ୍ନ ପ୍ରକାର ସାଜସଜ୍ଜାରେ ଆଖି ଝଲସି ଉଠୁଥିଲା । ଗୋଟିପୁଅ ନୃତ୍ୟ ସାଙ୍ଗକୁ ଗଜଲ ନୃତ୍ୟରେ ଦଲକି ଉଠୁଥିଲା ପୁରା ପରିବେଶ । ଏହାପରେ ବରଙ୍କୁ ବରଣୀ କରି ନିଆ ଯାଇଥିଲା । ରୀତିନୀତି ଅନୁସାରେ ବୁଧବାର ରାତି ୧୧ଟାରୁ ବିବାହ କାର୍ଯ୍ୟ ଆରମ୍ଭ ହୋଇ ରାତି ୩ଟା ପର୍ଯ୍ୟନ୍ତ ଚାଲିଥିଲା । ତେବେ ତିନିଦିନ ଧରି ଚାଲିଥିବା ଏହି ବିବାହ ଉତ୍ସବରେ ପୂର୍ବରୁ ପାଟମୁଦି, ତିଳ, ମଙ୍ଗଳକୃତ୍ୟ ଓ ହଳଦୀ ଆଦି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।

ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ ଦେଶ ବିଦେଶରେ ରହୁଥିବା ବହୁ ରାଜକୀୟ ପରିବାର । ରାଜା ପରିବାରର ଏହି ବାହାଘରର ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଥିଲା । ଏଥିସହ ପୁରୀ ରାଜ ନଅଁରରେ ମଧ୍ୟ ବିବାହ ଭୋଜିର ଆୟୋଜନ କରା ଯାଇଥିଲା । ପାଖାପାଖି ପ୍ରାୟ ୪୦ ପ୍ରକାରର ସୁସ୍ଵାଦୁ ବ୍ୟଞ୍ଜନ ଏହି ବାହାଘରରେ ପ୍ରସ୍ତୁଟ ହୋଇଥିଲା । ତେବେ ବିଶେଷ ଆଡମ୍ବର କରା ଯାଇ ନଥିଲା ।

କେବଳ ଶ୍ରୀମନ୍ଦିର କାର୍ଜ୍ୟାଳୟର ଅଧିକାରୀ, ପରିଚାଳନା କମିଟିର ସଦସ୍ୟ, କିଛି ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ବରିଷ୍ଠ ସେବାୟତଙ୍କୁ ନିମନ୍ତ୍ରଣ କରାଯାଇ ଥିଲା । ବର୍ଦ୍ଧମାନ ରାଜା ପରିବାରର ସଦସ୍ୟ ମାନଙ୍କ ସହ ସର୍ବମୋଟ ୭୦ ଜଣ ବରଯାତ୍ରୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ରାଜଧାନୀ ଭୁବନେଶ୍ବରରେ ଏହି ରାଜାଘର ବାହାଘର ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜାରାଜୁଡାଙ୍କ ଯୁଗ ଶେଷ ହୋଇ ଯାଇଥିଲେ ବି ଏବେବି ଆମ ଦେଶରେ ନିଜର ପ୍ରତିଷ୍ଠା ବଜାୟ ରଖିଛନ୍ତି ଏହି ରାଜ ପରିବାରମାନେ ।

ଗଜପତି ମହାରାଜ ଦିବ୍ୟଶିଙ୍ଘଙ୍କ ଝିଅ ରାଜକୁମାରୀ ଦେବେଶୀଙ୍କ ବାହାଘର ବର୍ଦ୍ଧମାନର ରାଜକୁମାରଙ୍କ ସହ ଖୁବ ଜାକଜକମରେ ଶେଷ ହୋଇଛି । ତେବେ ଏହି ବାହାଘରେ କୋଭିଡ କଟକଣାକୁ ଖୁବ ଭଲଭାବେ ପାଳନ କରିଛନ୍ତି ଏହି ରାଜ ପରିବାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।