“ମୋବାଇଲ ଖୋଲୁ ଖୋଲୁ ଗୋଟେ ପାଲା ଚାଲିଛି, ଖାଲି…” ଚର୍ଚ୍ଚିତ Soumya ଓ Sonali ଙ୍କ ମାମଲାରେ ମୁହଁ ଖୋଲିଲେ Rani Panda, ଦେଖନ୍ତୁ video

ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ଯୁବ ବ୍ୟବସାୟୀ ଏବଂ ମଡେଲ ସୌମ୍ଯରଞ୍ଜନ ପାଣିଗ୍ରାହୀଙ୍କ ସୁଇସାଇଡ ଘଟଣା । ଯାହାକୁ ନେଇ ରାନୀ ପଣ୍ଡା ମଧ୍ୟ ନିଜ ମତ ପ୍ରକାଶ କରିଛନ୍ତି । ସୁଇସାଇଡ କରିବା ପୂର୍ବରୁ ତାଙ୍କ ସୁଇସାଇଡ ନୋଟ ଏବଂ ପ୍ରେମିକା ସୋନାଲିଙ୍କ ସହ ତାଙ୍କର ଶେଷ ଅଡିଓ କଲ୍ ସ୍ପଷ୍ଟ ଦର୍ଶାଉଛି କି ସୌମ୍ଯଙ୍କ ମୃତ୍ୟୁ ପାଇଁ କେବଳ ସୋନାଲି ଦାୟୀ । କିନ୍ତୁ ପୋଲିସ ଏଯାଏଁ ସୋନାଲିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଯାହାକୁ ନେଇ ଧୀରେ ଧୀରେ ବିବାଦ ମୁଣ୍ଡ ଟେକୁଛି ।

ବର୍ତ୍ତମାନ ଏହି ମାମଲାରେ ଅନେକ ବରିଷ୍ଠ ରାଜନୈତିକ ଏବଂ ସାମାଜିକ ବ୍ୟକ୍ତି ମଧ୍ୟ ନିଜର ମତ ପ୍ରକାଶ କରୁଛନ୍ତି । ଆଜିକାଲି ନ୍ଯୁଜ ଖୋଲିଲେ ମାନେ ସବୁଆଡେ କେବଳ ସୌମ୍ଯ ଏବଂ ସୋନାଲିଙ୍କ ଖବର ଦେଖିବାକୁ ମିଳୁଛି । ବର୍ତ୍ତମାନ ଏହି ମାମଲାକୁ ନେଇ ରାଣୀ ପଣ୍ଡାଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ରାନୀ ପଣ୍ଡାଙ୍କୁ ବା କିଏ ନଜାଣେ !

ସେ ମୁହଁ ଖୋଲିଲେ ମାତ୍ରେ ମୋବାଇଲରୁ ମୋବାଇଲ ଘୁରି ବୁଲେ ତାଙ୍କ କଥା । ବର୍ତ୍ତମାନ ମଧ୍ୟ ଏହିପରି ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ରାନୀ ପଣ୍ଡା ସୌମ୍ଯ ଏବଂ ସୋନାଲିଙ୍କ ଘଟଣାକୁ ନେଇ କିଛି କହିଛନ୍ତି । ମୋବାଇଲ ଖୋଲୁ ଖୋଲୁ ସବୁ ସୋସିଆଲ ମିଡିଆରେ କେବଳ ସୌମ୍ଯ ସୋନାଲିଙ୍କ କଥା ଦେଖିବାକୁ ମିଳୁଛି ବୋଲି କହିଛନ୍ତି ରାନୀ ପଣ୍ଡା ।

ଏହାକୁ ନେଇ ନିଜ ବିରକ୍ତି ପ୍ରକାଶ କରିଛନ୍ତି । ତେବେ ରାନୀ ପଣ୍ଡାଙ୍କ କଥାରୁ ବାରି ହେଉଛି କି ସେ ସୌମ୍ଯଙ୍କ ପରିବାରକୁ ସମର୍ଥନ କରୁଛନ୍ତି । ସୋନାଲିଙ୍କ ବିଷୟରେ ସେ କହିଛନ୍ତି କି ବହୁତ ଜଣ ଏମିତି ଅଛନ୍ତି ତାଙ୍କ କାମ ହିଁ ସେଇୟା । ଯଦି ଆପଣ କାହାର ଭଲ ଚିନ୍ତା କରିପାରୁ ନାହାନ୍ତି ତେବେ କାହାର ଖରାପ ଚିନ୍ତା ମଧ୍ୟ କରନ୍ତୁ ବୋଲି ସେ କହିଛନ୍ତି । ଯଦି ସୋନାଲିଙ୍କ ସହ ପରିବାର ଏମିତି ହୁଏ ତେବେ ଯାଇ ସେ ସୌମ୍ଯଙ୍କ ପରିବାରର ଦୁଃଖ ବୁଝିପାରିବେ ବୋଲି କହିଛନ୍ତି ।

ଏହାସହ ରାନୀ ପଣ୍ଡା ଦୁନିଆର ସବୁଠୁ ଭଲ ମଣିଷ ବୋଲି କହି ସେ ନିଜର ପ୍ରଶଂସା କରିଛନ୍ତି । ସେ କହିଛନ୍ତି କି ତାଙ୍କୁ ଲୋକେ ଯେମିତି ବ୍ୟବହାର କରନ୍ତି ଯେମିତି ସମ୍ମାନ ଦିଅନ୍ତି ସେ ମଧ୍ୟ ସେମାନଙ୍କ ସହ ସେମିତି ବ୍ୟବହାର କରନ୍ତି ।

ତେଣୁ ତାଙ୍କ ସହ ଲାଗିଲେ କେବଳ ଆପଣଙ୍କର ଇଜ୍ଜତ ଯିବ ବୋଲି ସେ ନିର୍ବାକ ହୋଇ କହିଛନ୍ତି । କାରଣ ଅନେକ ସମୟରେ ରାନୀ ପଣ୍ଡାଙ୍କୁ ସୋସିଆଲ ମିଡିଆରେ ଲୋକେ ଟ୍ରୋଲ କରୁଥିବାର ଦେଖିବାକୁ ମିଳେ । ଏହାର ଉତ୍ତର ନିଜ ଭିଡିଓରେ ଦେଇଛନ୍ତି ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା । ତେବେ ଆପଣଙ୍କୁ ରାନୀ ପଣ୍ଡାଙ୍କର ଏହିଭଳି ନିର୍ବାକ କଥା କିଭଳି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।