ବର୍ତ୍ତମାନର ବଡ ଖବର, ପୁଣି ୫ ଆକ୍ରାନ୍ତ ଚିହ୍ନଟ ଜଗତସିଂହପୁରକୁ ଛୁଇଁଲା କରୋନା, ଏକା ଥରେ ୪ ଆକ୍ରାନ୍ତ

ରାଜ୍ୟରେ ବର୍ତ୍ତମାନ କରୋନାର ସ୍ଥିତି ବଢିବାକୁ ଲାଗିଛି । ବର୍ତ୍ତମାନ ଏଥିରେ ଆଉ ଏକ ଜିଲ୍ଲା ସାମିଲ ହେଇ ଯାଇଛି । ତାହା ଅଟେ ଜଗତସିଂହପୁର । ବର୍ତ୍ତମାନ କରୋନା ଜଗତସିଂହପୁରକୁ ଛୁଇଞ୍ଚି । ଏହା ପୂର୍ବରୁ ଜଗତସିଂହପୁର ଜିଲ୍ଲା ଗ୍ରୀନ ଜୋନରେ ଥିଲା । ଏଥିରୁ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ । ସୂଚନା ଅନୁସାରେ ଆଜି ଦିନରେ ବାଲେଶ୍ଵର ରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ବାଲେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ କୁ ବୃଦ୍ଧି ପାଇଛି ।

ଯାଜପୁର ରେ ଆଜି ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଯାଜପୁର ରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ କୁ ବୃଦ୍ଧି ପାଇଛି । କେନ୍ଦ୍ରାପଡାରେ ଆଜି ଆଉ ଏକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ କୁ ବୃଦ୍ଧି ପାଇଛି । କେନ୍ଦ୍ରାପଡାର ଏହି ନୂତନ ଆକ୍ରାନ୍ତଙ୍କ ବୟସ ୬୦ ବର୍ଷ ଅଟେ ଓ ତାଙ୍କର କୋଲକାତା ସହିତ ଲିଙ୍କ ଅଛି ବୋଲି ସୂଚନା ମିଳିଛି ।

ବର୍ତ୍ତମାନ ଆଉ ଏକ ବଡ ଖବର ଆସିଛି। ଏହି ସୁଚିରେ ଜଗତସିଂହ ପୁର ଜିଲ୍ଲା ସାମିଲ ହୋଇଛି । ବର୍ତ୍ତମାନ କେନ୍ଦ୍ରାପଡାର ଜଣେ ଓ ବାକି ୪ ଜଣ ଆକ୍ରାନ୍ତ ଜଗତସିଂହପୁର ଜିଲ୍ଲାର ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ ଏହି ୪ ଜଣ ନାଉଗାଁ ଅଞ୍ଚଳର ଅଟନ୍ତି । ଏଥିରୁ ୩ ଜଣ ଗୋଟିଏ ପରିବାରର ସଦସ୍ୟ ଅଟନ୍ତି । ଏମାନେ ସମସ୍ତେ ସୁରଟ ରୁ ଫେରିଥିଲେ । ଏଠାରେ ଆସି କ୍ଵାରେନ୍ଟାଇନ ରେ ଥିଲେ ।

ଏମାନେ ସମସ୍ତେ ଯୁବକ ଅଟନ୍ତି । ଏମାନଙ୍କ ମଧ୍ୟରୁ ଜଣେ ୨୬, ଜଣେ ୩୦, ଜଣେ ୩୨ ଓ ଆଉ ଜଣେ ୪୭ ବର୍ଷୀୟ ଅଟନ୍ତି । ଏମାନେ ସମସ୍ତେ ପୁରୁଷ ଅଟନ୍ତି । ଏଥି ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ କୁ ବୃଦ୍ଧି ପାଇଛି । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।