ଜାଣନ୍ତୁ କିପରି ଗୋଟିଏ ଯାଦୁଗର କରିଥାଏ ଯାଦୁ, କଣ ଏହା କେବଳ ଆପଣଙ୍କ ଆଖିର ଧୋକା ?

ଆଜି ଆମେ ଆପଣଙ୍କୁ କହିବୁ ଯାଦୁ ପଛରେ ଥିବା ରହସ୍ୟ ବିଷୟରେ ଯାହାକୁ କୌଣସି ଯାଦୁଗର ବି ଚାହାଁନ୍ତି ନାହିଁ କି ଏହା ଆପଣ ଜାଣନ୍ତୁ । ଯାଦୁଗର ଯାଦୁ କରି ନଥାଏ ତାହା ଥାଏ କେବଳ ଆଖିର ଧୋକା । ତେବେ ଆସନ୍ତୁ ଜାଣିବା ସେହି ସିକ୍ରେଟ ବିଷୟରେ ।

3 Card Monte

ଯଦି ଆପଣ ବି ଏହି ଯାଦୁ ଦ୍ଵାରା ବୋକା ବନିଛନ୍ତି ତେବେ ଆସନ୍ତୁ ଜାଣିବା ଏହି ଯାଦୁ ପଛରେ ଥିବା ରାଜ ବିଷୟରେ । ଯାଦୁଗର ପାଖରେ ୩ ଟି ଟୁଲ ଥାଏ, ୩ ଟି ବଡ କାର୍ଡ ଓ ଗୋଟିଏ ସୁନ୍ଦର ଝିଅ । ଯାଦୁଗର ଝିଅଟିକୁ ମଝି ଟୁଲ ଉପରେ ଠିଆ କରିଥାଏ ଓ ତାକୁ କାର୍ଡ ଦ୍ଵାରା ଘୋଡାଇ ଦେଇଥାଏ । ପୁଣି ସେ ବାକି ଦୁଇଟି ଟୁଲ ରେ ବି କାର୍ଡ ରଖିଦେଇଥାଏ ।

ଯେତେବେଳେ ଯାଦୁଗର ମଝି କାର୍ଡ ଟି ହଟାଇଥାଏ ସେଠାରେ ଝିଅଟି ନଥାଏ । ପୁଣି ସେ ତୃତୀୟ କାର୍ଡ ହଟାଇଥାଏ, ଝିଅଟି ସେଠାରେ ବି ନଥାଏ ଓ ଲାଷ୍ଟରେ ସେ ପ୍ରଥମ କାର୍ଡ ଟି ହଟାଇଥାଏ । ଝିଅଟି ସେଠାରେ ବି ନଥାଏ । ଯେତେବେଳେ ସେ ଗୋଟି ଗୋଟି କରି ସମସ୍ତ କାର୍ଡ ହଟାଇଥାଏ ଝିଅଟି ପୁରା ଗାୟବ ହୋଇଯାଇଥାଏ । ତେବେ ଜାଣନ୍ତୁ ଯାଦୁଗର କେମିତି ଆପଣଙ୍କୁ ବୋକା ବନେଇଲା ।

Conclusion

ଯାଦୁଗର ଯେଉଁଠି କାର୍ଡ ଲଗାଇଥାଏ ତା ଉପରେ ଏକ ଷ୍ଟିଲର ଟ୍ରାକ ଥାଏ ଓ ସେଥିରେ ଗୋଟିଏ ମୁଭିଂ ହ୍ୟାଣ୍ଡେଲ ବି ଲାଗିଥାଏ । ଯେତେବେଳେ ଯାଦୁଗର ଗୋଟିଏ କାର୍ଡ କୁ ହଟାଇ ଅନ୍ୟ ପାର୍ଶ୍ଵକୁ ନେଇଥାଏ ସେତେବେଳେ ଝିଅଟି ସେହି ହ୍ୟାଣ୍ଡେଲ କୁ ଧରି ଗୋଟିଏ ଟୁଲ ରୁ ଅନ୍ୟ ଟୁଲ କୁ ଡେଇଁଥାଏ । ଯାଦୁଗର ବାକି କାର୍ଡ ହଟାଇ ଦର୍ଶକଙ୍କୁ ଦେଖାଇଥାଏ ତା ପଛରେ କିଛି ନଥାଏ ଓ ଯାହା ପଛରେ ଝିଅଟି ଲୁଚିଥାଏ ସେହି କାର୍ଡ କୁ ସେ ଦେଖେଇ ସାରିଥାଏ ।

ଯେତେବେଳେ ଯାଦୁଗର ସବୁ କାର୍ଡକୁ ଟ୍ରାକ ଜରିଆରେ ଲାଷ୍ଟ ପର୍ଯ୍ୟନ୍ତ ନେଇଥାଏ ସେତେବେଳେ ଝିଅଟି ହ୍ୟାଣ୍ଡଲକୁ ଧରି କର୍ନରକୁ ପଳାଇଥାଏ । ତା ପରେ ଯାଦୁଗାର ସବୁକାର୍ଡ ହଟାଇ ଥାଏ ସେତେବେଳେ ଆମକୁ ଲାଗିଥାଏ କି ଝିଅଟି ଗାୟବ ହୋଇଗଲା ।

Girl Crushed in Box

ଏଥିରେ ଦେଖିବେ କି କିପରି ଯାଦୁଗର ଗୋଟିଏ ଝିଅକୁ ବକ୍ସରେ ବନ୍ଦ କରି ଚାପିଦେଇଥାଏ । କିନ୍ତୁ ଝିଅଟି ପରେ ଠିକ ଠାକ ବାହାରକୁ ବାହାରିଥାଏ । ଯାଦୁଗର ପାଖରେ ଥାଏ ଗୋଟିଏ ଚାପିଦେଲା ବାଲା ବକ୍ସ । ଯାହା ମଝିରେ ବିଲକୁଲ ଖାଲି ଥାଏ । ତା ପରେ ଯାଦୁଗର ଝିଅଟିକୁ ବକ୍ସରେ ପଶିବାକୁ କହିଥାଏ । ଝିଅଟି ବକ୍ସରେ ପଶି ବସିଯାଇଥାଏ । ଅନ୍ୟ ଦୁଇଟି ଝିଅ ବାହାରୁ ବକ୍ସକୁ ବନ୍ଦ କରି ଦିଅନ୍ତି ।

ଯାଦୁଗର ବକ୍ସକୁ ରଡ ସାହାର୍ଯ୍ୟରେ ଦାବିବା ଆରମ୍ଭ କରିଥାଏ ଓ ବକ୍ସରେ ବସିଥିବା ଝିଅଟିକୁ ଚାପିବାକୁ ଲାଗିଥାଏ । ଦେଖୁ ଦେଖୁ ସେ ବକ୍ସଟିକୁ ପୁରା ଚାପିଦିଏ । ଏବେ ବକ୍ସ ଭିତରେ କେବଳ ଗୋଟିଏ ରଡ ଦେଖାଯାଉଥାଏ ଓ ଝିଅଟିର କୌଣସି ଖବର ନାହିଁ । ଏବେ ଝିଅଟି ଗଲା ତ ଗଲା କୁଆଡେ ?

ଏବେ ଯାଦୁଗର ସେହି ରଡ ଟିକୁ ବାହାରକୁ ଟାଣିଥାଏ । ରଡ ହଟାଇବା ପରେ ଅନ୍ୟ ଝିଅ ଦୁଇଟି ସେହି ବକ୍ସ କୁ ଖୋଲିଥାନ୍ତି ଓ ବକ୍ସ ଭିତରେ ଝିଅଟି ଠିକ ଠାକ ଥାଏ । ବକ୍ସ ଭିତରେ ଝିଅଟିକୁ ଚାପିବା ପରେ ବି ଝିଅଟି କେମିତି ବଞ୍ଚିଗଲା ଆସନ୍ତୁ ଜାଣିବା ସେହି ସିକ୍ରେଟ ।

Conclusion

 

ଯେଉଁ ବକ୍ସରେ ଝିଅଟି ବସିଥାଏ ସେହି ବକ୍ସ ଭିତରେ ଗୋଟିଏ ମ୍ୟାଟ ବିଛା ହୋଇଥାଏ ଓ ତା ତଳେ କାଫି ଗ୍ୟାପ ଥାଏ ଯାହାକୁ ଫୋଲ୍ଡ କରି ଝିଅଟି ଆରାମରେ ତା ଭିତରେ ପଶିଯାଇଥାଏ ଓ ବକ୍ସର ବିପରୀତ ସାଇଡରେ ଗୋଟିଏ କପଡା ଲାଗିଥାଏ ଯାହା ଦୂରରୁ ଏକ ହାର୍ଡ ବୋର୍ଡ ଭଳି ଦେଖା ଯାଇଥାଏ । ଝିଅଟି ସେହି ଗ୍ୟାପ ଭିତରେ ଫିଟ ହୋଇଯାଇଥାଏ ଯାହା ଦ୍ଵାରା ବକ୍ସକୁ ଦବାଗଲେ ତା ଉପରେ କୌଣସି ପ୍ରଭାବ ପଡି ନ ଥାଏ ।

ଯେତେବେଳେ ରଡକୁ ବାହାରକୁ ଟଣା ଯାଇଥାଏ ସେତେବେଳେ ଝିଅଟି ମ୍ୟାଟକୁ ହଟାଇ ଠିକ ଭାବରେ ବସିଯାଇଥାଏ । ଯେତେବେଳେ ବକ୍ସକୁ ଖୋଲାଯାଇଥାଏ ତେବେ ଝିଅଟି ଠିକ ଠାକ ମିଳିଥାଏ । ତେବେ ଏହା ଥିଲା ଝିଅଟିର ବଞ୍ଚିବା ସିକ୍ରେଟ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।