ଭାଇର ଜୀବନ ବଞ୍ଚାଇବା ପାଇଁ ଭଉଣୀ କଲା ଲିଭର ଡୋନେଟ, କହିଲା – କୋଳରେ ଖେଳେଇଛି ଏମିତି କେମିତି କିଛି ହେବାକୁ ଦେଇ ଦେଇଥାନ୍ତି, ପୁରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

କୁହନ୍ତି କି ଦୁନିଆର ସବୁଠୁ ସୁନ୍ଦର ସମ୍ପର୍କ ଭାଇ ଓ ଭଉଣୀ ମଧ୍ୟରେ ହୋଇଥାଏ । କେତେକ ଜାଗାରେ ଭାଇ ଓ ଭଉଣୀ ପରସ୍ପର ପାଇଁ ନିଜ ଜୀବନର ବି ବାଜି ଲଗାଇ ଦିଅନ୍ତି । କିଛି ଏମିତି ହିଁ ପ୍ରେମ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଏକ ସହରରେ, ଯେଉଁଠି ଏକ ଭଉଣୀ ନିଜ ଛୋଟ ଭାଇ ପ୍ରତି ନିଜର ପ୍ରେମକୁ ଜାହିର କରିଛି । ଭାଇର ଜୀବନ ବଞ୍ଚାଇବା ପାଇଁ ଭଉଣୀ କରିଲା ଲିଭର ଡୋନେଟ, ଏହା ପରେ କଣ ହେଲା ଚାଲନ୍ତୁ ଜାଣିବା ।

ଭାଇର ଜୀବନ ବଞ୍ଚାଇବା ପାଇଁ ଭଉଣୀ କରିଲେ ଲିଭର ଡୋନେଟ

ମଧ୍ୟ ପ୍ରଦେଶର ଭୋପାଳରେ ଜାହ୍ନବୀ ଏକ ଭଉଣୀର ଦାୟିତ୍ଵ ବହନ କରି ରକ୍ଷା ବନ୍ଧନର ଠିକ ଏକ ମାସ ପୂର୍ବରୁ ନିଜ ଭାଇକୁ ନୂତନ ଜୀବନ ଉପହାର ସ୍ୱରୂପ ଦେଇଛନ୍ତି । କହିବାକୁ ଗଲେ ଭୋପାଲର ଆକୃତି ଇକୋ ସିଟି ନିବାସୀ ଜାହ୍ନବୀ ଦୁବେ (୪୧) ନିଜର ୨୬ ବର୍ଷ ଭାଇ ଜଯେଂଦ୍ର ପାଠକଙ୍କୁ ଗମ୍ଭୀର ରୋଗରୁ ବଞ୍ଚାଇ ଦେଇଛନ୍ତି ।

ଜଯେଂଦ୍ର ଗତ ୧୦ ଦିନ ହେବ ଜ୍ଵରରେ କମ୍ପୁଥିଲେ ଓ ଏହା ପରେ ଡାକ୍ତରମାନେ ତାଙ୍କର ବିଭିନ୍ନ ପ୍ରକାରର ପରୀକ୍ଷା କରିବା ପରେ କହିଲେ କି ତାଙ୍କର ୯୦ % ଲିଭର ଖରାପ ହୋଇ ଯାଇଛି ଓ ତାଙ୍କର ବଞ୍ଚିବା ଅସମ୍ଭବ ଅଟେ । ଏହା ଶୁଣିବା ପରେ ଭଉଣୀ ଜାହ୍ନବୀ ଓ ତାଙ୍କର ସ୍ଵାମୀ ପ୍ରବୀଣ ଓ ପୁଅ ପ୍ରଚୀଶ ବହୁତ ଚିନ୍ତିତ ହୋଇଗଲେ । ଏହା ପରେ ଜାହ୍ନବୀ ନିଜ ଭାଇକୁ ଦିଲ୍ଲୀ ନେଇ ଆସିଲେ ଓ ଏଠିକାର ଡାକ୍ତରମାନେ କହିଲେ କି ଲିଭର ଟ୍ରାଂସପ୍ଲାଂଟ କରିଲେ ତାଙ୍କର ଜୀବନ ବଞ୍ଚି ପାରିବ ।

ଜାହ୍ନବୀ ରାସ୍ତାର ଯେତେବେଳେ ଆସୁଥିଲେ ସେତେବେଳେ ସେ କେବଳ ଗୋଟିଏ ହିଁ କଥା କହୁଥିଲେ କି, ମୁଁ ତାକୁ ନିଜ କୋଳରେ ଖେଳାଇଛି, ସେ ମୋ ଠାରୁ ୧୫ ବର୍ଷ ଛୋଟ ଅଟେ ଓ କେମିତି ମୁଁ ତାକୁ ମରିବାକୁ ଦେବି । ମୁଁ ତାକୁ ମୋ ଲିଭର ଦେଇ କି ବଞ୍ଚାଇବି ।

ରିସ୍କ ନେଇ ବଞ୍ଚାଇଲେ ଭାଇର ଜୀବନ

ଜାହ୍ନବୀଙ୍କର ସ୍ଵାମୀ କହିଲେ କି,”ଡାକ୍ତରମାନେ ଜାହ୍ନବୀଙ୍କର ଅପରେସନ କରିବା ପୂର୍ବରୁ ମୋ ଠାରୁ ସହମତି ମାଗିଥିଲେ । ଡାକ୍ତରମାନେ ମୋତେ ଏହା ବି କହିଥିଲେ କି ଏହି ଅପରେସନରେ ମୋ ସ୍ତ୍ରୀର ଜୀବନ ମଧ୍ୟ ଯାଇପାରେ । କିନ୍ତୁ ମୁଁ ଇଶ୍ଵରଙ୍କ ଉପରେ ବିଶ୍ଵାସ ରଖି ଏହି ଅପରେସନ ପାଇଁ ସହମତି ଦେଇଦେଲି ।

ଜାହ୍ନବୀଙ୍କର ସ୍ଵାମୀ ଆଗକୁ କହିଲେ କି, ଅପରେସନ ପରେ ଜଯେଂଦ୍ର ଓ ଜାହ୍ନବୀ ଦୁଇ ଜଣ ହିଁ ପୂରାପୂରି ଠିକ ଅଛନ୍ତି ଓ ୧୫ ଦିନ ପରେ ତାଙ୍କୁ ଡିଶ୍ଚାର୍ଜ କରି ଦିଆଯିବ । ମୁଁ ନିଜର ପତ୍ନୀର ନିର୍ଣ୍ଣୟର ସମ୍ମାନ କରୁଛି ଓ ସେ ଦୁଇ ଜଣଙ୍କୁ ସୁସ୍ଥ ଦେଖି ମୁଁ ବହୁତ ଖୁସି ବି ଅଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।