“ଯଦି ମୋତେ ଠିକ ବାଟରେ ଆଣିବାକୁ ଚାହୁଁଛ ତେବେ ବୁଝାମଣାର ସହ…” Varsha ଙ୍କ ସହ ଆଉ ଥରେ ଏକାଠି ରହିବାକୁ ନେଇ Anubhav କହିଲେ କିଛି ଏମିତି…ଦେଖନ୍ତୁ Video

ସାଂସଦ ଅନୁଭବ ମହାନ୍ତି ଗୋଟିଏ ପରେ ଗୋଟିଏ ଭିଡିଓ ଜାରି କରି ସୋସିଆଲ ମିଡିଆରେ ବର୍ଷାଙ୍କ ସହ ସମ୍ବନ୍ଧକୁ ନେଇ ଅନେକ କଥା ପ୍ରକାଶ କରି ଚାଲିଛନ୍ତି । ଲଗାତାର ଦୁଇଟି ଭିଡିଓ ପୋଷ୍ଟ କରିବା ପରେ ବର୍ଷା କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁ’ରେ ଏତଲା ଦେଇଛନ୍ତି । ତଥାପି ଅନୁଭବ ଆଉ ଏକ ଭିଡିଓ ପୁଣି ଥରେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ତାଙ୍କୁ ଛାଡିଦେବା ପାଇଁ ସେ ବର୍ଷାଙ୍କୁ ଅନୁରୋଧ କରିଛନ୍ତି ।

ତାଙ୍କ ଭିତରେ ଦୀର୍ଘ ଦୁଇ ବର୍ଷ ହେବ ଯେଉଁ ବିବାଦ ଦେଖାଦେଇଛି ତାହା ଆଉ ସମାଧାନ ହୋଇପାରିବ ନାହିଁ କି ଉଭୟ ଆଉ କେବେ ଏକାଠି ରହିବା ସମ୍ଭବ ହେବ ନାହିଁ ବୋଲି କହିଛନ୍ତି ଅନୁଭବ । ତେଣୁ ତାଙ୍କୁ ଛାଡିଦେବା ହିଁ ଉଭୟଙ୍କ ପାଇଁ ଠିକ ହେବ । ବର୍ଷା ତାଙ୍କ ସ୍ଵାମୀଙ୍କୁ ଭଲ ବାଟକୁ ଆଣିବାକୁ ଚାହୁଁଛନ୍ତି କହି ଡିଭୋର୍ସ ଦେବାକୁ ରାଜି ହେଉ ନାହାନ୍ତି । ଅନୁଭବ କିନ୍ତୁ ବର୍ଷାଙ୍କ ଠାରୁ ଡିଭୋର୍ସ ଚାହୁଁଛନ୍ତି । ଅନୁଭବ କହିଛନ୍ତି କି ଏହି ମାମଲା ଏମିତି ଲାଗି ରହିଥିଲେ କାହା ପାଇଁ ବି ଉତ୍ତମ ହେବ ନାହିଁ ।

କାରଣ ଏଥିରେ କେହି ବି ଜିତିବେ ନାହିଁ ବରଂ ଉଭୟଙ୍କ ହାର୍ ହେବ । ବର୍ଷାଙ୍କୁ ପ୍ରଥମେ ନିଜେ ଠିକ ବାଟରେ ଆସିବାକୁ କହିଛନ୍ତି ଅନୁଭବ । ବର୍ଷା ଦେଇଥିବା ଏତଲାରେ ଏତେ ସବୁ ସେ କେମିତି ଲେଖି ପାରୁଛନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ଅନୁଭବ । କାରଣ ଅନୁଭବ ତାଙ୍କ ପିତାମାତାଙ୍କୁ ଛାଡି ବର୍ଷାଙ୍କ ସହ ଯାଇ ରହିବାକୁ ଯାଉ ନାହାନ୍ତି ।

ପିତାମାତାଙ୍କ ମନରେ କଷ୍ଟ ଦେଇ ସେ ବର୍ଷାଙ୍କ ସହ ରହିବେ ନାହିଁ ବୋଲି ସ୍ପଷ୍ଟ କହିଛନ୍ତି । ଏହାସହ ଯୁବପିଢିଙ୍କୁ ମଧ୍ୟ ବାର୍ତ୍ତା ଦେଇଛନ୍ତି ଅନୁଭବ କି, ଭଲ ପାଅ କିଛି ଅସୁବିଧା ନାହିଁ କିନ୍ତୁ ନିଜ ଜନ୍ମ ଦେଇଥିବା ପିତାମାତାଙ୍କୁ ଏଥିପାଇଁ କେବେବି ଭୁଲିବ ନାହିଁ କି ଅସମ୍ମାନ କରିବ ନାହିଁ । ଯଦି ସ୍ଵାମୀ ସ୍ତ୍ରୀକୁ କିମ୍ବା ସ୍ତ୍ରୀ ସ୍ଵାମୀଙ୍କୁ ବାପମା’ଙ୍କ ଠାରୁ ଅଲଗା ହେବା ପାଇଁ ଶିଖାଏ ତେବେ ସେହି ସମ୍ପର୍କ ନ ରହିବା ଭଲ ।

ଏଭଳି ସମ୍ପର୍କରେ କେବେବି ରହିବା ଉଚିତ ନୁହେଁ । ଯଦି ଘରେ ଥିବା ପିତାମାତାଙ୍କୁ ସେବା କରିବେ ନାହିଁ ପୂଜା କରିବେ ନାହିଁ ତେବେ ସଜବାଜ ହୋଇ ମନ୍ଦିର ଯାଇ ପୂଜା କଲେ ସେଠି ମଧ୍ୟ ମାଆ କିଛି ଶୁଣିବେ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।