କିଏ ସତ କହୁଛି କିଏ ମିଛ କହୁଛି ପୋଲିସର ବି ଅକଲଗୁଡୁମ୍ ହୋଇଗଲାଣି, Varsha-Anubhav ବିବାଦକୁ ନେଇ କିଛି ଏମିତି କହିଲେ କଟକ ଡିସିପି Pinak Mishra

ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଦେଇଥିବା ଏତଲା ପୋଲିସକୁ ମଧ୍ୟ ଦ୍ଵନ୍ଦରେ ପକାଇ ଦେଉଛି । ଦୁଇଜଣଙ୍କ ମଧ୍ୟରୁ କିଏ ସତ କହୁଛି ଆଉ କିଏ ମିଛ କହୁଛି ଓ ପ୍ରକୃତରେ କିଏ କାହାକୁ ଅତ୍ୟାଚାର କରୁଛି ପୋଲିସ ବି କିଛି ବୁଝିପାରୁନି । କଟକ ଡିସିପି ପିନାକ ମିଶ୍ର କହିଛନ୍ତି କି, ବର୍ଷା ଯେଉଁ ଅଭିଯୋଗ କରୁଛନ୍ତି ତାକୁ ଗୁରୁତର ସହ ତଦନ୍ତ କରାଯାଉଛି । ଭଲ ଭାବେ ତର୍ଜମା କରିବା ପରେ ଯାଇ କୌଣସି ଆକ୍ସନ ନିଆଯିବ ବୋଲି ସେ କହିଛନ୍ତି ।

ବର୍ଷା ଏତଲା ଦେବାର ଗୋଟିଏ ଦିନ ପୂର୍ବରୁ ଅନୁଭବ ସୋସିଆଲ ମିଡିଆରେ ଦୀର୍ଘ ଦେଢ ଘଣ୍ଟା ଅବଧିର ଏକ ଭିଡିଓ ପୋଷ୍ଟ କରି ନିଜ ଦାମ୍ପତ୍ୟ ଜୀବନର ଦୁଃଖ କାହାଣୀ ସମସ୍ତଙ୍କୁ ଜଣାଇଥିଲେ । ଏଥିରେ ଅନୁଭବ ବାହା ହୋଇ ମଧ୍ୟ ସ୍ବାମୀର ଅଧିକାର ପାଇ ନାହାନ୍ତି କହି ଆଖିରୁ ଲୁହ ପୋଛି ପକାଉଥିଲେ । ସେ ଲୋକଙ୍କ ସମବେଦନା ପାଇବା ପୂର୍ବରୁ ପତ୍ନୀ ବର୍ଷା ଥାନାରେ ପହଞ୍ଚି ଯାଇଛନ୍ତି ।

ଅନୁଭବ ସୋସିଆଲ ମିଡିଆରେ ନିଜ ଦୁଃଖ ବର୍ଣ୍ଣନା କରିବା ପରେ ସେ ବର୍ଷାଙ୍କ ଚରିତ୍ର ସଂହାର କରିବା ସହ ତାଙ୍କ ନାରୀତ୍ଵକୁ ଅପମାନିତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏହି ଷ୍ଟାର ଦମ୍ପତ୍ତିଙ୍କ ଦାମ୍ପତ୍ୟ ବ୍ବିବାଦ ଏବେ କୋର୍ଟ ପରିସରରୁ ବାହାରି ସୋସିଆଲ ମିଡିଆ ବାଟ ଦେଇ ରାଜନୀତି ଆଡକୁ ପ୍ରବେଶ କରୁଥିବାର ଦେଖିବାକୁ ମିଳୁଛି । କେନ୍ଦ୍ରପଡା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଏତଲା ଦେବା ପରେ ବିଜେପି ବିଧାୟିକା କୁସୁମ ଟେଟେ ଅନୁଭବଙ୍କୁ ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି କି ରିଲ୍ ଲାଇଫରେ ଅନୁଭବ ସୁନ୍ଦର ଅଭିନୟ କରୁଥିବା ବେଳେ ରିୟଲ ଲାଇଫରେ ତାହ ଏକଦମ ଭିନ୍ନ । ଅନୁଭବ ପ୍ରଥମେ ମହିଳାଙ୍କୁ ସମ୍ମାନ ଦେଇ ଶିଖନ୍ତୁ ବୋଲି ସେ କହିଛନ୍ତି । ଯେମିତି ଚଳଚ୍ଚିତ୍ର କରନ୍ତି ସେମିତି ଅସଲ ଜୀବନରେ ମଧ୍ୟ କରି ଦେଖାଇବା କଥା ବୋଲି କହିଛନ୍ତି ଏହି ବିଜେପି ବିଧାୟିକା । ବର୍ଷା-ଅନୁଭବ ବିବାଦକୁ ନେଇ ସୋସିଆଲ ମିଡିଆ ଉଠୁଥିବା ପଡୁଥିବା ବେଳେ ପୋଲିସ କଣ କରିବ କିଛି ବୁଝି ପାରୁନାହିଁ ।

ତେବେ ବର୍ଷାଙ୍କ ଏତଲାକୁ ଭିତ୍ତି କରି ଭଲ ଭାବେ ଯାଞ୍ଚ କରିବା ପରେ ଯାଇ ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି କଟକ ଡିସିପି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।