ଜଗନ୍ନାଥ ଭଜନ ଗାଇବାକୁ ନେଇ ସଫେଇ ଦେଲେ Humane Sagar, କହିଲେ ମୁଁ ଟପ୍ ରେ ଅଛି ବୋଲି…ଦେଖନ୍ତୁ Video

ଓଲିଉଡର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି । ଜଗନ୍ନାଥ ଭଜନ ଗାଇବାକୁ ସେ ମନା କରିଥିବା ନେଇ ତାଙ୍କ ଉପରେ ଆକ୍ଷେପ କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ଭାଇ । ହ୍ୟୁମାନ ଜଗନ୍ନାଥ ଭଜନ ଗାଇବାକୁ ମନା କରିବା ସହ ବେଶୀ ବାଧ୍ୟ କଲେ ଜାପାନୀଙ୍କୁ ଜୀବନରେ ମାରିବାକୁ ମଧ୍ୟ ଧମକ ଦେଇଥିଲେ ବୋଲି ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ହ୍ୟୁମାନ ସାଗର କିନ୍ତୁ ଜାପାନୀ ଭାଇଙ୍କ କଥାକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ।

ହ୍ୟୁମାନ ସାଗର କହିଛନ୍ତି କି ତାଙ୍କ ଉପରେ ଭିତ୍ତିହୀନ ଆରୋପ ଲଗାଇବା ପରେ ତାଙ୍କୁ ବାଧ୍ୟ ହୋଇ ନିଜକୁ ପ୍ରମାଣିତ କରିବାକୁ ପଡିଲା । କିନ୍ତୁ ସେ ୫ ବର୍ଷ ଆଗରୁ ହିଁ କୃଷ୍ଣ ଭଗବାନଙ୍କର ଏକ ଭଜନ ଗାଇଛନ୍ତି ଯାହାକୁ ପ୍ରେମାନନ୍ଦ ସାର କମ୍ପୋଜ କରିଥିଲେ । ଆଉ ଜଗନ୍ନାଥ ଏବଂ କୃଷ୍ଣଙ୍କ ମଧ୍ୟରେ କୌଣସି ଫରକ ଅଛି ବୋଲି ଭାବନ୍ତି ନାହିଁ । ସେ ସବୁ ଧର୍ମକୁ ଭଲପାଆନ୍ତି ଏବଂ ସମ୍ମାନ ମଧ୍ୟ କରନ୍ତି । ଭଲ ଭଜନ ମିଳିଲେ ସେ ଅବଶ୍ୟ ଗାଇଛନ୍ତି ଏବଂ ଆଗକୁ ମଧ୍ୟ ଗାଇବେ ବୋଲି କହିଛନ୍ତି ।

ତାଙ୍କ ବାପା ଶ୍ରୀଯୁକ୍ତ ରବିଚନ୍ଦ୍ର ସାଗର ବହୁତ ଭଜନ ଗାଇଛନ୍ତି । ୟୁଟ୍ଯୁବ ଯଦି ସର୍ଚ୍ଚ କରିବେ ତେବେ ଆପଣ ମାନେ ତାଙ୍କ ଭଜନ ସବୁ ଶୁଣିବାକୁ ପାଇବେ । ତାଙ୍କ ପରିବାର କେବେବି ତାଙ୍କୁ ଶିଖାଇ ନାହାନ୍ତି କି ଏହି ଗୀତ ଗଇବୁ ଏହି ଧର୍ମର ଗୀତ ଗାଇବୁ ନାହିଁ । ହ୍ୟୁମାନ ନିଜେ ପୂର୍ବରୁ ଭଜନ ଗାଇ ସାରିଥିବା ବର୍ତ୍ତମାନ ବିବାଦ ଉଠିବା ପରେ ଏକ ଜଗନ୍ନାଥଙ୍କ ଭଜନ ଗାଇଛନ୍ତି । ଜାପାନୀ ଭାଇଙ୍କ ନିର୍ଦ୍ଦେଶନାରେ ସେ ଅନେକ ହିଟ୍ ଗୀତ ଗାଇଛନ୍ତି ।

ତେଣୁ ହ୍ୟୁମାନ ସାଗରଙ୍କୁ ଜାପାନୀ ଭାଇ ଉପରକୁ ଉଠେଇଥିବା କଥା ଜାପାନୀ ଭାଇ ମିଡିଆ ଆଗରେ କହିଥିଲେ । ଏହାକୁ ନେଇ ହ୍ୟୁମାନ ସାଗର କହିଥିଲେ କି ଯେତେବେଳେ ସେ ୨୦୧୨ରେ ହିଟ୍ ଗୀତ ଗାଇବା ଆରମ୍ଭ କଲେ ସେତେବେଳେ ଏମାନେ କେହି ଜନ୍ମ ବି ହେଇ ନଥିଲେ । ଆଜି ସେ ସଫଳତା ପାଇବା ପରେ ସମସ୍ତେ ତାଙ୍କ ଶ୍ରେୟ ନେବାକୁ ଆଗେଇ ଆସୁଛନ୍ତି । ହ୍ୟୁମାନ ତାଙ୍କ ଗୁରୁ ପ୍ରେମାନନ୍ଦ ସାରଙ୍କ ଗାଇଡାନ୍ସରେ ଉପରକୁ ଉଠିଛନ୍ତି ବୋଲି କହିଛନ୍ତି ।

ଆଉ ଯେପର୍ଯ୍ୟନ୍ତ ସେ ପରିଶ୍ରମ କରୁଥିବେ ସେ ପର୍ଯ୍ୟନ୍ତ ତାଙ୍କର ଲୋକପ୍ରିୟତା କେବେବି କମ୍ ହେବନାହିଁ କି କେହି ତାଙ୍କୁ ତଳକୁ ଖସେଇ ପାରିବେ ନାହିଁ । ଜଗନ୍ନାଥଙ୍କୁ ମଝିରେ ଆଣି ରାଜନୀତି କରାଯାଉଛି ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।